ଦୁର୍ଗା ଭସାଣି ବେଳେ ହିଂସା
ଲକ୍ଷ୍ନୌ,୧୫ା୧୦: ଉତ୍ତରପ୍ରଦେଶର ବାହରିଚ୍ ଜିଲାରେ ରବିବାର ଦୁର୍ଗା ମୂର୍ତ୍ତି ଭସାଣି ବେଳେ ହିଂସାକାଣ୍ଡ ଘଟିଛି। ଦୁର୍ଗା ମେଢ଼କୁ ଶୋଭାଯାତ୍ରାରେ ନିଆଯାଉଥିବାବେଳେ ଗୀତ ବଜାଇବାକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯିବା ସହ ଅନ୍ୟ କେତେଜଣ ଆହତ ହୋଇଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ବାହରିଚ୍ର ମହସି ସବ୍ଡିଭିଜନ ଦେଇ ଶୋଭାଯାତ୍ରା ଗଲାବେଳେ ଟେକାମାଡ଼ ସହ ଗୁଳିମାଡ଼ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଲକ୍ଷ୍ନୌ ସେବା ହସ୍ପିଟାଲରେ ନିଆଁ ଲଗାଇଦେବା ସହ ଏକ୍ସ-ରେ’ ମେଶିନ […] The post ଦୁର୍ଗା ଭସାଣି ବେଳେ ହିଂସା appeared first on Dharitri Odia News.
ଲକ୍ଷ୍ନୌ,୧୫ା୧୦: ଉତ୍ତରପ୍ରଦେଶର ବାହରିଚ୍ ଜିଲାରେ ରବିବାର ଦୁର୍ଗା ମୂର୍ତ୍ତି ଭସାଣି ବେଳେ ହିଂସାକାଣ୍ଡ ଘଟିଛି। ଦୁର୍ଗା ମେଢ଼କୁ ଶୋଭାଯାତ୍ରାରେ ନିଆଯାଉଥିବାବେଳେ ଗୀତ ବଜାଇବାକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯିବା ସହ ଅନ୍ୟ କେତେଜଣ ଆହତ ହୋଇଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ବାହରିଚ୍ର ମହସି ସବ୍ଡିଭିଜନ ଦେଇ ଶୋଭାଯାତ୍ରା ଗଲାବେଳେ ଟେକାମାଡ଼ ସହ ଗୁଳିମାଡ଼ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଲକ୍ଷ୍ନୌ ସେବା ହସ୍ପିଟାଲରେ ନିଆଁ ଲଗାଇଦେବା ସହ ଏକ୍ସ-ରେ’ ମେଶିନ ଭାଙ୍ଗିଦେଇଛନ୍ତି। ହସ୍ପିଟାଲର କେତେକ ବେଡ୍ ଓ ଝରକା ମଧ୍ୟ ଭଙ୍ଗାଯାଇଛି। ଏଥିସହିତ ହସ୍ପିଟାଲ ନିକଟରେ ଥିବା ଅନେକ ଦୋକାନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଏକ ମୋଟରସାଇକେଲ ଶୋ’ରୁମ୍ରେ ନିଆଁ ଲଗାଇଦେବାରୁ ବହୁସଂଖ୍ୟାରେ ବାଇକ ପୋଡ଼ିଯାଇଛି।
ସଂଘର୍ଷ ପରେ ଜିଲା ପ୍ରଶାସନ ମହସିରେ ଇଣ୍ଟରନେଟ୍ ସେବା ବନ୍ଦ କରିଥିବାବେଳେ ବହୁସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେଠାକୁ ୧୦ କମ୍ପାନୀ ସଶସ୍ତ୍ର ପୋଲିସ, ୨ କମ୍ପାନୀ ସିଏପିଏଫ୍ ଏବଂ ଉତ୍ତରପ୍ରଦେଶ ସ୍ବତନ୍ତ୍ର ଟାସ୍କଫୋର୍ସର ୫ଟି ଟିମ୍କୁ ପଠାଯାଇଛି। ସେଠାରେ ୧୫ ଜଣ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବା ସହ ଦଙ୍ଗା ନିୟନ୍ତ୍ରଣ ଗାଡ଼ିଗୁଡ଼ିକୁ ମହଜୁଦ୍ ରଖାଯାଇଛି। ପୋଲିସ ଅନୂ୍ୟନ ୩୦ ଜଣଙ୍କୁ ଅଟକ ରଖିବା ସହ ସଲ୍ମାନ ନାମକ ଯୁବକଙ୍କୁ ଗିରଫ କରିଛି। ସେ ଶୋଭାଯାତ୍ରା ଉପରକୁ ଗୁଳି ଚଳାଇଥିବାର ପ୍ରମାଣ ମିଳିଛି। ଏଥିସହିତ ଅନ୍ୟ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଉକ୍ତ ଅଞ୍ଚଳକୁ ଯାଇଥିବା ସମସ୍ତ ରାସ୍ତାକୁ ପୋଲିସ ସିଲ୍ କରିବା ସହ ଡ୍ରୋନ୍ ନିୟୋଜିତ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲାର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ବୈଠକରେ ଆଲୋଚନା କରିଛନ୍ତି। ମହସିରେ ହିଂସାକାଣ୍ଡ ଘଟାଇଥିବା କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ଦଙ୍ଗାକାରୀଙ୍କୁ ତୁରନ୍ତ ଚିହ୍ନଟ କରିବା ସହ ଯେଉଁମାନଙ୍କ ଅବହେଳାରୁ ଏଭଳି ଘଟଣା ଘଟିଲା, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।
The post ଦୁର୍ଗା ଭସାଣି ବେଳେ ହିଂସା appeared first on Dharitri Odia News.