ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍
କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ ଚାପାରେ ହେଲପରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଟ୍ରକ୍ ଚାଳକଙ୍କ ଆଖି ଲାଗିଯିବାରୁ ଅନ୍ୟ ଏକ ଟ୍ରକକୁ ପିଟି ଦେଇଥିଲା। ଫଳରେ ହେଲପର ବସିଥିବା ସମ୍ମୁଖ ଭାଗ ଭାଙ୍ଗି ଚୁର୍ମାର ହୋଇଯାଇଥିଲା। ହେଲେ ହେରପର ଜଣକ କୌଣସି କ୍ରମେ ଦୁର୍ଘଟଣାରୁ ବର୍ତ୍ତିବା ପାଇ ଟ୍ରକ୍ରୁ ଓହ୍ଲାଉ […] The post ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍ appeared first on Dharitri Odia News.
କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ ଚାପାରେ ହେଲପରଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ଟ୍ରକ୍ ଚାଳକଙ୍କ ଆଖି ଲାଗିଯିବାରୁ ଅନ୍ୟ ଏକ ଟ୍ରକକୁ ପିଟି ଦେଇଥିଲା। ଫଳରେ ହେଲପର ବସିଥିବା ସମ୍ମୁଖ ଭାଗ ଭାଙ୍ଗି ଚୁର୍ମାର ହୋଇଯାଇଥିଲା। ହେଲେ ହେରପର ଜଣକ କୌଣସି କ୍ରମେ ଦୁର୍ଘଟଣାରୁ ବର୍ତ୍ତିବା ପାଇ ଟ୍ରକ୍ରୁ ଓହ୍ଲାଉ ଥିବା ବେଳେ ଟ୍ରକ୍ ଚକାତଳେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ଚାଳକ ଜଣକ ସୁରକ୍ଷିତ ଥିବା ଜଣାପଡିଛି। ପଳାସପଙ୍ଗା ଫାଣ୍ଡି ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଉଭୟ ଗାଡି ସହିତ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍ appeared first on Dharitri Odia News.