ଦେଶରେ ଗତ ୯ ବର୍ଷରେ ବହୁମୁଖି ଦାରିଦ୍ର୍ୟରୁ ମକୁଳିଛନ୍ତି ୨୪.୮୨ କୋଟି ଲୋକେ; ନୀତି ଆୟୋଗ

ନୂଆଦିଲ୍ଲୀ: ଗତ ୯ ବର୍ଷରେ ଦେଶରେ ୨୪.୮୨ କୋଟି ଲୋକ ବହୁମୁଖୀ ଦରିଦ୍ର ସୀମାରେଖା ତଳୁ ମୁକୁଳିଛନ୍ତି। ଅତି ଦରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ମୁଣ୍ଡ ଗଣତି ୨୦୧୩-୧୪ରେ ୨୯. ୧୭ ପ୍ରତିଶତ ଥିଲା, ଯାହା ୨୦୨୨-୨୩ରେ ହ୍ରାସ ପାଇ ୧୧.୨୮ ପ୍ରତିଶତ ରହିଛି। ନୀତି ଆୟୋଗ ଏଭଳି ରିପୋର୍ଟ ଜାରି କରିଛି। ନୀତି ଆୟୋଗର ରିପୋର୍ଟ ଅନୁସାରେ, ୨୦୧୩-୧୪ରେ ୨୯.୧୭ ପ୍ରତିଶତ ଦାରିଦ୍ର୍ୟତା ଥିଲା। ଯାହା ୨୦୨୨-୨୩ରେ ୧୧.୨୮ ପ୍ରତିଶତ ରହିଛି। ଅର୍ଥାତ ଗତ ୯ ବର୍ଷରେ ଏ ଦିଗରେ ୧୭.୮୯ ପ୍ରତିଶତ ପଏଣ୍ଟ ହ୍ରାସ ପାଇଛି। ଉତ୍ତର ପ୍ରଦେଶର ସବୁଠାରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର୍ୟତାରୁ ମୁକୁଳିଛନ୍ତି। ଏଠାରେ ୫.୯୪ କୋଟି ଲୋକ ଗତ ୯ ବର୍ଷରେ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠିଛନ୍ତି। ଏହାପରେ ଦ୍ୱିତୀୟରେ ରହିଛି ବିହାର। ଏଠାରେ ୩.୭୭ କୋଟି, ତା ପଛକୁ ମଧ୍ୟପ୍ରଦେଶରେ ୨.୩୦ କୋଟି ଓ ରାଜସ୍ଥାନରେ ୧.୮୭ କୋଟି ଲୋକେ ବହୁମୁଖୀ ଦାରିଦ୍ର୍ୟ ସୀମା ରେଖାରୁ ମୁକୁଳିଛନ୍ତି। ଗରିବରାଜ୍ୟଗୁଡ଼ିକରୁ ଦ୍ରୁତ ଗତିରେ ଦାରିଦ୍ର୍ୟତା ହ୍ରାସ ପାଇବାରୁ ଆର୍ଥିକ ଅସମାନତା ମଧ୍ୟ ହ୍ରାସ ପାଇଛି। NITI ଆୟୋଗ ରିପୋର୍ଟରେ ଦର୍ଶାଇଛି ଯେ ୨୦୧୫-୧୬ ରୁ ୧୦୧୯-୨୧ ମଧ୍ୟରେ ବାର୍ଷିକ ୧୦.୬୬ ପ୍ରତିଶତ ଦ୍ରୁତ ଗତି ସହ ଲୋକେ ଦାରିଦ୍ର୍ୟ ସୀମାରେଖା ତଳୁ ଉପରକୁ ଉଠିବାରେ ସଫଳ ହୋଇଛନ୍ତି। ୨୦୦୫-୦୬ ରୁ ୨୦୧୫-୧୬ ମଧ୍ୟରେ ଲୋକମାନେ ବାର୍ଷିକ ୭.୬୯ ପ୍ରତିଶତ ହ

ଦେଶରେ ଗତ ୯ ବର୍ଷରେ ବହୁମୁଖି ଦାରିଦ୍ର୍ୟରୁ ମକୁଳିଛନ୍ତି ୨୪.୮୨ କୋଟି ଲୋକେ; ନୀତି ଆୟୋଗ

ନୂଆଦିଲ୍ଲୀ: ଗତ ୯ ବର୍ଷରେ ଦେଶରେ ୨୪.୮୨ କୋଟି ଲୋକ ବହୁମୁଖୀ ଦରିଦ୍ର ସୀମାରେଖା ତଳୁ ମୁକୁଳିଛନ୍ତି। ଅତି ଦରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ମୁଣ୍ଡ ଗଣତି ୨୦୧୩-୧୪ରେ ୨୯. ୧୭ ପ୍ରତିଶତ ଥିଲା, ଯାହା ୨୦୨୨-୨୩ରେ ହ୍ରାସ ପାଇ ୧୧.୨୮ ପ୍ରତିଶତ ରହିଛି। ନୀତି ଆୟୋଗ ଏଭଳି ରିପୋର୍ଟ ଜାରି କରିଛି।

ନୀତି ଆୟୋଗର ରିପୋର୍ଟ ଅନୁସାରେ, ୨୦୧୩-୧୪ରେ ୨୯.୧୭ ପ୍ରତିଶତ ଦାରିଦ୍ର୍ୟତା ଥିଲା। ଯାହା ୨୦୨୨-୨୩ରେ ୧୧.୨୮ ପ୍ରତିଶତ ରହିଛି। ଅର୍ଥାତ ଗତ ୯ ବର୍ଷରେ ଏ ଦିଗରେ ୧୭.୮୯ ପ୍ରତିଶତ ପଏଣ୍ଟ ହ୍ରାସ ପାଇଛି।

ଉତ୍ତର ପ୍ରଦେଶର ସବୁଠାରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର୍ୟତାରୁ ମୁକୁଳିଛନ୍ତି। ଏଠାରେ ୫.୯୪ କୋଟି ଲୋକ ଗତ ୯ ବର୍ଷରେ ଦାରିଦ୍ର୍ୟ ସୀମା ରେଖାରୁ ଉପରକୁ ଉଠିଛନ୍ତି। ଏହାପରେ ଦ୍ୱିତୀୟରେ ରହିଛି ବିହାର। ଏଠାରେ ୩.୭୭ କୋଟି, ତା ପଛକୁ ମଧ୍ୟପ୍ରଦେଶରେ ୨.୩୦ କୋଟି ଓ ରାଜସ୍ଥାନରେ ୧.୮୭ କୋଟି ଲୋକେ ବହୁମୁଖୀ ଦାରିଦ୍ର୍ୟ ସୀମା ରେଖାରୁ ମୁକୁଳିଛନ୍ତି। ଗରିବରାଜ୍ୟଗୁଡ଼ିକରୁ ଦ୍ରୁତ ଗତିରେ ଦାରିଦ୍ର୍ୟତା ହ୍ରାସ ପାଇବାରୁ ଆର୍ଥିକ ଅସମାନତା ମଧ୍ୟ ହ୍ରାସ ପାଇଛି।

NITI ଆୟୋଗ ରିପୋର୍ଟରେ ଦର୍ଶାଇଛି ଯେ ୨୦୧୫-୧୬ ରୁ ୧୦୧୯-୨୧ ମଧ୍ୟରେ ବାର୍ଷିକ ୧୦.୬୬ ପ୍ରତିଶତ ଦ୍ରୁତ ଗତି ସହ ଲୋକେ ଦାରିଦ୍ର୍ୟ ସୀମାରେଖା ତଳୁ ଉପରକୁ ଉଠିବାରେ ସଫଳ ହୋଇଛନ୍ତି। ୨୦୦୫-୦୬ ରୁ ୨୦୧୫-୧୬ ମଧ୍ୟରେ ଲୋକମାନେ ବାର୍ଷିକ ୭.୬୯ ପ୍ରତିଶତ ହାରରେ ଦାରିଦ୍ର୍ୟରୁ ବାହାରି ଆସିଥିଲେ।

ପଢ଼ନ୍ତୁ-୯ ମାସର ଉଚ୍ଚସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି, ଡିସେମ୍ବରରେ ବଢ଼ି ପହଞ୍ଚିଲା ୦.୭୩ ପ୍ରତିଶତରେ

ରିପୋର୍ଟ ଅନୁଯାୟୀ, ୨୦୧୩-୧୪ ରୁ ୨୦୨୨-୨୩ ମଧ୍ୟରେ ବହୁମୁଖୀ ଦାରିଦ୍ର୍ୟର ସମସ୍ତ ୧୨ ସୂଚକାଙ୍କରେ ଭାରତ ଯଥେଷ୍ଟ ଉନ୍ନତି କରିଛି। ଫଳରେ ୨୪.୮୨ କୋଟି ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଛନ୍ତି। ଦେଶରେ ଦ୍ରୁତ ଅଗ୍ରଗତିରୁ ଏହା ଜଣାପଡ଼ୁଛି ଯେ ଭାରତ ୨୦୩୦ ପୂର୍ବରୁ SDG (ସ୍ଥାୟୀ ବିକାଶ ଲକ୍ଷ୍ୟ) ଟାର୍ଗେଟ୍‌ ପୂରା କରି ନେବ।

SDG ସହ ଜଡିତ ୧୨ ସୂଚକାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ମାନଦଣ୍ଡକୁ ଆଧାର କରି ଦେଶର ବହୁମୁଖୀ ଦାରିଦ୍ର୍ୟ ସୂଚକାକଙ୍କୁ ମପାଯାଇଥାଏ। ଏଥିରେ ପୋଷଣ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ, ସ୍ୱାସ୍ଥ୍ୟ, ବିଦ୍ୟାଳୟର ବର୍ଷ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ଗ୍ୟାସ, ପରିମଳ, ପାନୀୟ ଜଳ, ବିଦ୍ୟୁତ୍, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଅନ୍ତର୍ଭୁକ୍ତ।

The post ଦେଶରେ ଗତ ୯ ବର୍ଷରେ ବହୁମୁଖି ଦାରିଦ୍ର୍ୟରୁ ମକୁଳିଛନ୍ତି ୨୪.୮୨ କୋଟି ଲୋକେ; ନୀତି ଆୟୋଗ appeared first on Prameya News7.