‘ଦୋ ପତ୍ତି’ ଟ୍ରେଲର ଆଉଟ

ମୁମ୍ବାଇ: ଅଭିନେତ୍ରୀ କାଜୋଲ, କ୍ରିତି ସାନନ୍‌ ଓ ଅଭିନେତା ଶାହିର ଶେଖ୍‌ଙ୍କ ଅଭିନୀତ ‘ଦୋ ପତ୍ତି’ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ୨ ମିନିଟ ୩୬ ସେକେଣ୍ଡ ବିଶିଷ୍ଟ ଏହି ଟ୍ରେଲରକୁ ଦେଖିବା ପରେ ଫିଲ୍ମକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଏହି ଟ୍ରେଲରଟି ଶାହିରଙ୍କ ଚରିତ୍ର ଧ୍ରୁଭ୍‌ଠାରୁ ଆରମ୍ଭ ହେଉଛି, ଯେଉଁଠାରେ ପୋଲିସ ଅଫିସର ଚରିତ୍ରରେ ଅଭିନେତ୍ରୀ କାଜୋଲ ତାଙ୍କୁ ଏକ ହତ୍ୟା ମାମଲାରେ ପଚରାଉଚରା କରିଛନ୍ତି। ଏହି ସିନେମାରେ କ୍ରିତି ସାନୋନଙ୍କର ଡବଲ୍‌ […] The post ‘ଦୋ ପତ୍ତି’ ଟ୍ରେଲର ଆଉଟ appeared first on Dharitri Odia News.

‘ଦୋ ପତ୍ତି’ ଟ୍ରେଲର ଆଉଟ

ମୁମ୍ବାଇ: ଅଭିନେତ୍ରୀ କାଜୋଲ, କ୍ରିତି ସାନନ୍‌ ଓ ଅଭିନେତା ଶାହିର ଶେଖ୍‌ଙ୍କ ଅଭିନୀତ ‘ଦୋ ପତ୍ତି’ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ୨ ମିନିଟ ୩୬ ସେକେଣ୍ଡ ବିଶିଷ୍ଟ ଏହି ଟ୍ରେଲରକୁ ଦେଖିବା ପରେ ଫିଲ୍ମକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଏହି ଟ୍ରେଲରଟି ଶାହିରଙ୍କ ଚରିତ୍ର ଧ୍ରୁଭ୍‌ଠାରୁ ଆରମ୍ଭ ହେଉଛି, ଯେଉଁଠାରେ ପୋଲିସ ଅଫିସର ଚରିତ୍ରରେ ଅଭିନେତ୍ରୀ କାଜୋଲ ତାଙ୍କୁ ଏକ ହତ୍ୟା ମାମଲାରେ ପଚରାଉଚରା କରିଛନ୍ତି। ଏହି ସିନେମାରେ କ୍ରିତି ସାନୋନଙ୍କର ଡବଲ୍‌ ରୋଲ୍‌ ରହିଛି। ସେ ଫିଲ୍ମରେ ୨ଟି ଚରିତ୍ରରେ ନଜରକୁ ଆସିବେ। ଟ୍ରେଲର ଅନୁଯାୟୀ, କ୍ରିତିଙ୍କ ଏକ ଚରିତ୍ରର ପ୍ରେମରେ ପଡ଼ି ଶାହିରଙ୍କ ଧ୍ରୁଭ ଚରିତ୍ରକୁ ଜେଲ ଯିବାକୁ ପଡ଼ୁଛି, ଯାହା କାହାଣୀର ରହସ୍ୟ ଏବଂ ରୋମାଞ୍ଚକୁ ଚରମ ସୀମାରେ ପହଞ୍ଚାଇଛି। ଶଶାଙ୍କ ଚତୁର୍ବେଦୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ କନିକା ଢିଲ୍ଲୋଙ୍କ ଦ୍ୱାରା ଲିଖିତ ଏବଂ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଆସନ୍ତା ୨୫ରେ ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ। କ୍ରିତି ସାନନ୍‌ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଏହାର ପ୍ରଯୋଜନା ମଧ୍ୟ ଦେଉଛନ୍ତି। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ତନଭି ଅଜମି, ପ୍ରାଚୀ ଶାହା ପାଣ୍ଡ୍ୟା, ଅଭିନେତା ବିଜେନ୍ଦ୍ର କାଲା, ବିବେକ ମୁଶରାନ୍‌ ମଧ୍ୟ ନଜରକୁ ଆସିବେ। ‘ଦୋ ପତ୍ତି’ ଟ୍ରେଲରର ଲଞ୍ଚିଂ କାର୍ଯ୍ୟକ୍ରମରେ କାଜୋଲ କହିଛନ୍ତି, ସେ ଏହି ଫିଲ୍ମରେ ପୋଲିସ୍‌ ଭୂମିକାରେ ଅଭିନୟ କରିବା ପାଇଁ ସ୍ବାମୀ ଅଜୟ ଦେବଗନଙ୍କଠାରୁ ଟିପ୍ସ ନେଇଥିଲେ।

The post ‘ଦୋ ପତ୍ତି’ ଟ୍ରେଲର ଆଉଟ appeared first on Dharitri Odia News.