ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ; ୮୮ ଲୋକସଭା ଆସନରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ: ୧୮ତମ ଲୋକସଭା ନିର୍ବାଚନର ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟ୍ ଦେଉଛି ସାରା ଦେଶ । ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୮୮ଟି ଆସନରେ ଭୋଟିଂ ଜାରି ରହିଛି । ସକାଳ ୭ଟା ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ଦ୍ବିତୀୟ ଚରଣରେ ମୋଟ୍ ୧୨୧୦ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ପ୍ରାୟ ୧୬ କୋଟି ଭୋଟର ୧ଲକ୍ଷ ୬୭ ହଜାର ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଏପ୍ରିଲ ୧୯ ତାରିଖରେ ହୋଇଥିଲା । ଏଥିରେ ମୋଟ୍ ୧୦୨ଟି ଲୋକସଭା ଆସନରେ ଭୋଟିଂ ହୋଇଥିଲା । ଆସନ୍ତା ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ । ଦ୍ବିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ ଆସନରେ ଭୋଟ ଗ୍ରହଣ ଜାରି । କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏଁ ଆସନରେ ମତଦାନ ଜାରି ରହିଛି । ଏହାଛଡ଼ା ମଧ୍ୟପ୍ରଦେଶର ୭, ଆସାମ ଓ ବିହାରର ୫ ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ ଲେଖାଏଁ ଏବଂ ଜମ୍ମୁ-କାଶ୍ମୀର, ମଣିପୁର ଓ ତ୍ରିପୁରାର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟ୍ ଦେଉଛନ୍ତି ଭୋଟର । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୋଟ୍ ୨,୬୩୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ପ୍ରାର୍ଥିପତ୍ର ନାକଚ ଓ ପ୍ରତ୍ୟାହାର ପରେ ଏବେ ୧,୨୧୦ ପ୍ରାର୍ଥୀ ରହିଯାଇଛନ୍ତି । ମୋଟ୍ ୮୯ଟି ଲୋକସଭା ଆସନରେ ମତଦାନ ହେବାର ଥିବା ମାତ୍ର ମଧ୍ୟପ୍ରଦେଶର ବୈତୁଳ ଆସନ
ନୂଆଦିଲ୍ଲୀ: ୧୮ତମ ଲୋକସଭା ନିର୍ବାଚନର ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟ୍ ଦେଉଛି ସାରା ଦେଶ । ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୮୮ଟି ଆସନରେ ଭୋଟିଂ ଜାରି ରହିଛି । ସକାଳ ୭ଟା ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ଦ୍ବିତୀୟ ଚରଣରେ ମୋଟ୍ ୧୨୧୦ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ପ୍ରାୟ ୧୬ କୋଟି ଭୋଟର ୧ଲକ୍ଷ ୬୭ ହଜାର ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଏପ୍ରିଲ ୧୯ ତାରିଖରେ ହୋଇଥିଲା । ଏଥିରେ ମୋଟ୍ ୧୦୨ଟି ଲୋକସଭା ଆସନରେ ଭୋଟିଂ ହୋଇଥିଲା । ଆସନ୍ତା ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ ।
ଦ୍ବିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ ଆସନରେ ଭୋଟ ଗ୍ରହଣ ଜାରି । କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏଁ ଆସନରେ ମତଦାନ ଜାରି ରହିଛି । ଏହାଛଡ଼ା ମଧ୍ୟପ୍ରଦେଶର ୭, ଆସାମ ଓ ବିହାରର ୫ ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ ଲେଖାଏଁ ଏବଂ ଜମ୍ମୁ-କାଶ୍ମୀର, ମଣିପୁର ଓ ତ୍ରିପୁରାର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟ୍ ଦେଉଛନ୍ତି ଭୋଟର ।
ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୋଟ୍ ୨,୬୩୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ପ୍ରାର୍ଥିପତ୍ର ନାକଚ ଓ ପ୍ରତ୍ୟାହାର ପରେ ଏବେ ୧,୨୧୦ ପ୍ରାର୍ଥୀ ରହିଯାଇଛନ୍ତି । ମୋଟ୍ ୮୯ଟି ଲୋକସଭା ଆସନରେ ମତଦାନ ହେବାର ଥିବା ମାତ୍ର ମଧ୍ୟପ୍ରଦେଶର ବୈତୁଳ ଆସନରେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏହି ସ୍ଥାନରେ ଭୋଟ୍ ସ୍ଥଗିତ ରହିଛି ।