ପଇକମାଲ ଥାନା ଅଞ୍ଚଳରେ ଲାଗିଲା ମାଓପୋଷ୍ଟର, ପୋଲିସ ଇନଫର୍ମରଙ୍କୁ କଲେ ତାଗିଦ

ପଦ୍ମପୁର ୧୫।୪: ପଦ୍ମପୁର ଉପଖଣ୍ଡ ପଇକମାଲ ଥାନା ଅଞ୍ଚାଳ ଭୁଲିଅବନ୍ଦ, ରସମୁଡ଼ା ଓ ମାଲଦାର ପାହାଡି ଢ଼ାବା ଠାରେ ମାଓପୋଷ୍ଟର ଦେଖିବାକୁ ମିଳିଛି । MOBD ମାଓ ସଂଗଠନ ଏହି ବେନର ଲଗାଇଥିବା ବେନରରୁ ଜଣାପଡିଛି । ପାଇକମାଲ ପୋଲିସର ଯେଉଁମାନେ ଇନ୍‌ଫର୍ମର ସେମାନଙ୍କୁ ସତର୍କ କରିଛନ୍ତି । ୧୬ଜଣ ଇନ୍‌ଫର୍ମରଙ୍କୁ ସେମାନଙ୍କୁ ତାଗିତ କରିବା ସହିତ ତମେ ଯେତେ ଚାଲାକ ଆମେ ପାଖେ ସବୁ ଚାଲାକି ଅଛି ବୋଲି ବ୍ୟାନରରେ ଲେଖାଅଛି । କିଛି ଦିନ ପୂର୍ବରୁ କମ୍ବିଂ କରି ପୋଲିସ ଦୁଇ ଥର ମାଓ ସାମଗ୍ରୀ ପାଇଥିଲା । ହେଲେ ମାଓବାଦୀ ଛତ୍ରଭଙ୍ଗ ଦେଇ ଧରାପଡି ନଥିଲେ । ହେଲା ସୋମବାର ପୁଣି ନିଜର ଉପସ୍ଥିତି ଜାହିର କରି ପୋଲିସକୁ ଖୁଲମଖୁଲା ଚାଲେଞ୍ଜ କରିଛନ୍ତି । ନିର୍ବାଚନୀ ମାହୋଲରେ ମାଓବାଦୀ ସକ୍ରିୟ ହୋଇଯାଇଛନ୍ତି । ଯାହାକୁ ପୋଲିସ ଦମନ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ।You Can Read :ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ, କଳାହାଣ୍ଡିର ନର୍ଲାରୁ ଥିଲେ ଆଶାୟୀ  

ପଇକମାଲ ଥାନା ଅଞ୍ଚଳରେ ଲାଗିଲା ମାଓପୋଷ୍ଟର, ପୋଲିସ ଇନଫର୍ମରଙ୍କୁ କଲେ ତାଗିଦ

ପଦ୍ମପୁର ୧୫।୪: ପଦ୍ମପୁର ଉପଖଣ୍ଡ ପଇକମାଲ ଥାନା ଅଞ୍ଚାଳ ଭୁଲିଅବନ୍ଦ, ରସମୁଡ଼ା ଓ ମାଲଦାର ପାହାଡି ଢ଼ାବା ଠାରେ ମାଓପୋଷ୍ଟର ଦେଖିବାକୁ ମିଳିଛି । MOBD ମାଓ ସଂଗଠନ ଏହି ବେନର ଲଗାଇଥିବା ବେନରରୁ ଜଣାପଡିଛି । ପାଇକମାଲ ପୋଲିସର ଯେଉଁମାନେ ଇନ୍‌ଫର୍ମର ସେମାନଙ୍କୁ ସତର୍କ କରିଛନ୍ତି । ୧୬ଜଣ ଇନ୍‌ଫର୍ମରଙ୍କୁ ସେମାନଙ୍କୁ ତାଗିତ କରିବା ସହିତ ତମେ ଯେତେ ଚାଲାକ ଆମେ ପାଖେ ସବୁ ଚାଲାକି ଅଛି ବୋଲି ବ୍ୟାନରରେ ଲେଖାଅଛି । 

କିଛି ଦିନ ପୂର୍ବରୁ କମ୍ବିଂ କରି ପୋଲିସ ଦୁଇ ଥର ମାଓ ସାମଗ୍ରୀ ପାଇଥିଲା । ହେଲେ ମାଓବାଦୀ ଛତ୍ରଭଙ୍ଗ ଦେଇ ଧରାପଡି ନଥିଲେ । ହେଲା ସୋମବାର ପୁଣି ନିଜର ଉପସ୍ଥିତି ଜାହିର କରି ପୋଲିସକୁ ଖୁଲମଖୁଲା ଚାଲେଞ୍ଜ କରିଛନ୍ତି । ନିର୍ବାଚନୀ ମାହୋଲରେ ମାଓବାଦୀ ସକ୍ରିୟ ହୋଇଯାଇଛନ୍ତି । ଯାହାକୁ ପୋଲିସ ଦମନ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ।

You Can Read :

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ, କଳାହାଣ୍ଡିର ନର୍ଲାରୁ ଥିଲେ ଆଶାୟୀ