ଧିମେଇଲା ଦେଶର ଅର୍ଥନୀତି ! ସେପ୍ଟେମ୍ୱର ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୫.୪%, ଗତ ସାତ ତ୍ରୈମାସରେ ସବୁଠୁ କମ
ନୂଆଦିଲ୍ଲୀ: ଦେଶର ଦ୍ରୁତ ଅର୍ଥନୀତି ସାମାନ୍ୟ ଧିମେଇ ଯାଇଛି । ସରକାରୀ ଡାଟା ଅନୁସାରେ ଜୁଲାଇ-ସେପ୍ଟେମ୍ୱର ଦ୍ୱିତୀୟ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ବା ଜିଡିପି ହାର ୫.୪ ଶତାଂଶ ରହିଛି । ଏପ୍ରିଲ୍-ଜୁନ୍ ତ୍ରୈମାସରେ ଜିଡିପି ବୃଦ୍ଧି ୬.୭ ପ୍ରତିଶତ ଥିଲା । ପୂର୍ବ ବର୍ଷ ସମାନ ଅବଧିରେ ଦେଶରେ ଜିଡିପି ଅଭିବୃଦ୍ଧି ହାର ୮.୧ ପ୍ରତିଶତ ଥିଲା । ସେପ୍ଟେମ୍ୱର ତ୍ରୈମାସର ଅଭିବୃଦ୍ଧି ହାର ବିଗତ ସାତ ତ୍ରୈମାସିକରେ ସବୁଠୁ କମ ରହିଛି ।ଏହା ପୂର୍ବରୁ ୨୦୨୨-୨୩ ଅକ୍ଟୋବର-ଡିସେମ୍ୱର ତ୍ରୈମାସରେ ଜିଡିପି ଅଭିବୃଦ୍ଧି ଦେଶରେ ସବୁଠୁ କମ ରହିଥିଲା । ଆଲୋଚ୍ୟ ତ୍ରୈମାସରେ ଜିଡିପି ହାର ୪.୩ ପ୍ରତିଶତ ଥିଲା । ଏହାପରେ ବି ଦୁନିଆର ସବୁଠୁ ଦ୍ରୁତ ଅର୍ଥନୀତି ମଧ୍ୟରେ ଭାରତ ସର୍ବାଗ୍ରେ ରହିଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ୱର ତ୍ରୈମାସରେ ଚୀନର ଜିଡିପି ବୃଦ୍ଧି ୪.୬ ପ୍ରତିଶତ ।ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଡାଟା ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୫ର ସେପ୍ଟେମ୍ୱର ତ୍ରୈମାସରେ କୃଷି କ୍ଷେତ୍ର ୩.୫ ପ୍ରତିଶତ ହାରରେ ବଢିଛି । ଗତ ବର୍ଷ ସମାନ ଅବଧିରେ ଏହା ୧.୭ ପ୍ରତିଶତ ଥିଲା । ଆଲୋଚ୍ୟ ତ୍ରୈମାସରେ ମ୍ୟାନୁଫେକ୍ଚରିଂ ସେକ୍ଟରର ଅଭିବୃଦ୍ଧି ହାର ହ୍ରାସ ପାଇଁ ୨.୨ ପ୍ରତିଶତ ହୋଇଛି, ଯାହା ପୂର୍ବ ବର୍ଷ ସମାନ ଅବଧିରେ ୧୪.୩ ପ୍ରତିଶତ ଥିଲା । ଦ୍ୱିତୀୟ ତ୍ରୈମାସର ଜିଡିପି ଡାଟା ସାମନାକୁ ଆସିବା ପରେ ଚଳିତ ବର୍
ନୂଆଦିଲ୍ଲୀ: ଦେଶର ଦ୍ରୁତ ଅର୍ଥନୀତି ସାମାନ୍ୟ ଧିମେଇ ଯାଇଛି । ସରକାରୀ ଡାଟା ଅନୁସାରେ ଜୁଲାଇ-ସେପ୍ଟେମ୍ୱର ଦ୍ୱିତୀୟ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ବା ଜିଡିପି ହାର ୫.୪ ଶତାଂଶ ରହିଛି । ଏପ୍ରିଲ୍-ଜୁନ୍ ତ୍ରୈମାସରେ ଜିଡିପି ବୃଦ୍ଧି ୬.୭ ପ୍ରତିଶତ ଥିଲା । ପୂର୍ବ ବର୍ଷ ସମାନ ଅବଧିରେ ଦେଶରେ ଜିଡିପି ଅଭିବୃଦ୍ଧି ହାର ୮.୧ ପ୍ରତିଶତ ଥିଲା । ସେପ୍ଟେମ୍ୱର ତ୍ରୈମାସର ଅଭିବୃଦ୍ଧି ହାର ବିଗତ ସାତ ତ୍ରୈମାସିକରେ ସବୁଠୁ କମ ରହିଛି ।
ଏହା ପୂର୍ବରୁ ୨୦୨୨-୨୩ ଅକ୍ଟୋବର-ଡିସେମ୍ୱର ତ୍ରୈମାସରେ ଜିଡିପି ଅଭିବୃଦ୍ଧି ଦେଶରେ ସବୁଠୁ କମ ରହିଥିଲା । ଆଲୋଚ୍ୟ ତ୍ରୈମାସରେ ଜିଡିପି ହାର ୪.୩ ପ୍ରତିଶତ ଥିଲା । ଏହାପରେ ବି ଦୁନିଆର ସବୁଠୁ ଦ୍ରୁତ ଅର୍ଥନୀତି ମଧ୍ୟରେ ଭାରତ ସର୍ବାଗ୍ରେ ରହିଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ୱର ତ୍ରୈମାସରେ ଚୀନର ଜିଡିପି ବୃଦ୍ଧି ୪.୬ ପ୍ରତିଶତ ।
ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଡାଟା ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୫ର ସେପ୍ଟେମ୍ୱର ତ୍ରୈମାସରେ କୃଷି କ୍ଷେତ୍ର ୩.୫ ପ୍ରତିଶତ ହାରରେ ବଢିଛି । ଗତ ବର୍ଷ ସମାନ ଅବଧିରେ ଏହା ୧.୭ ପ୍ରତିଶତ ଥିଲା । ଆଲୋଚ୍ୟ ତ୍ରୈମାସରେ ମ୍ୟାନୁଫେକ୍ଚରିଂ ସେକ୍ଟରର ଅଭିବୃଦ୍ଧି ହାର ହ୍ରାସ ପାଇଁ ୨.୨ ପ୍ରତିଶତ ହୋଇଛି, ଯାହା ପୂର୍ବ ବର୍ଷ ସମାନ ଅବଧିରେ ୧୪.୩ ପ୍ରତିଶତ ଥିଲା । ଦ୍ୱିତୀୟ ତ୍ରୈମାସର ଜିଡିପି ଡାଟା ସାମନାକୁ ଆସିବା ପରେ ଚଳିତ ବର୍ଷର ପ୍ରଥମ ଛଅ ମାସର ଜିଡିପି ବୃଦ୍ଧି ୬% ରହିବା ବୋଲି ଆକଳନ କରାଯାଇଛି । ଗତ ବର୍ଷ ପ୍ରଥମର୍ଦ୍ଧାରେ ଦେଶର ଜିଡିପି ବୃଦ୍ଧି ୮.୨ ପ୍ରତିଶତ ଥିଲା ।
କେନ୍ଦ୍ର ସରକାର ଅର୍ଥବ୍ୟବସ୍ଥାର ସଠିକ୍ ଚିତ୍ରକୁ ଦର୍ଶାଇବା ପାଇଁ ଜିଡିପିର ଗଣନାର ମୂଳ ବର୍ଷ (ବେସ୍ ଇୟର)କୁ ବଦଳାଇ ୨୦୨୨-୨୩ କରିବା ଉପରେ ବିଚାର କରୁଛନ୍ତି । ୨୦୨୬ ଫେବ୍ରୁଆରୀରୁ ଏହା କାର୍ଯ୍ୟକାରୀ ହେବ । ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି । ଜିଡିପି ଗଣନା ପାଇଁ ୨୦୧୧-୧୨ରେ ଶେଷ ଥର ଲାଗି ସଂଶୋଧନ କରାଯାଇଥିଲା ।