ନବୀନଙ୍କ ଆରୋଗ୍ୟ କାମନା କରି ଦୀପଦାନ କଲେ ବିଜେଡି କର୍ମୀ
ତୁଣ୍ଡଲା/କର୍ଲାମୁଣ୍ଡା, ୨୨।୬(ଫିରୋଜ କୁମାର ଦାଶ/ପ୍ରଦୀପ କୁମାର ସାହୁ)-ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ରବିବାର ଜିଲାର ସର୍ବପୁରାତନ ଧବଳେଶ୍ୱର ବାବାଙ୍କ ନିକଟରେ ସାମୂହିକ ଦୀପଦାନ କରାଯାଇଛି। ନବୀନ ତାଙ୍କ ଚିକିତ୍ସା ଲାଗି ମୁମ୍ବାଇ ଯାଇଥିବା ବେଳେ ତାଙ୍କର ଆରୋଗ୍ୟ କାମନା କରି ବିଧାୟିକା ମନୋରମା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଧବଳେଶ୍ୱରଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ନର୍ଲା ନିର୍ବାଚନମଣ୍ଡଳୀର ଚକାମନ ନାୟକ, ପ୍ରମୋଦ କୁମାର ଦାଶ, […] The post ନବୀନଙ୍କ ଆରୋଗ୍ୟ କାମନା କରି ଦୀପଦାନ କଲେ ବିଜେଡି କର୍ମୀ appeared first on Dharitri Odia News.
ତୁଣ୍ଡଲା/କର୍ଲାମୁଣ୍ଡା, ୨୨।୬(ଫିରୋଜ କୁମାର ଦାଶ/ପ୍ରଦୀପ କୁମାର ସାହୁ)-ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ରବିବାର ଜିଲାର ସର୍ବପୁରାତନ ଧବଳେଶ୍ୱର ବାବାଙ୍କ ନିକଟରେ ସାମୂହିକ ଦୀପଦାନ କରାଯାଇଛି।
ନବୀନ ତାଙ୍କ ଚିକିତ୍ସା ଲାଗି ମୁମ୍ବାଇ ଯାଇଥିବା ବେଳେ ତାଙ୍କର ଆରୋଗ୍ୟ କାମନା କରି ବିଧାୟିକା ମନୋରମା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଧବଳେଶ୍ୱରଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ନର୍ଲା ନିର୍ବାଚନମଣ୍ଡଳୀର ଚକାମନ ନାୟକ, ପ୍ରମୋଦ କୁମାର ଦାଶ, ବଶିଷ୍ଠ ସାହୁ, ଭଗବାନ ସାହୁ, ସମାଜସେବୀ ଦିଲୀପ କୁମାର ସାହୁ, ଅନିଲ କୁମାର ଦାଶ, ଦିଲୀପ ଦୋରା, ଶୁଭେନ୍ଦୁ ସାହୁ, କୋଦଣ୍ଡ ସାହୁ, ଲୋକେଶ ସାହୁଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।
କର୍ଲାମୁଣ୍ଡା ବ୍ଲକର ବିଜେଡି କର୍ମୀମାନଙ୍କ ପକ୍ଷରୁ ମଧ୍ୟ ନବୀନଙ୍କ ସୁସ୍ଥ କାମନା କରି ବିଭିନ୍ନ ମନ୍ଦିରରେ ଦୀପ ପ୍ରଜ୍ବଳନ କରାଯାଇଛି। ରିଞ୍ଜା ପଞ୍ଚାୟତର ବିଜେଡି କର୍ମୀମାନେ ରିଞ୍ଜାସ୍ଥିତ ପଶ୍ଚିମେଶ୍ବର ଶିବ ମନ୍ଦିରରେ ଦୀପ ପ୍ରଜ୍ବଳନ କରିଥିଲେ। ଏଥିରେ ବିଜେଡ଼ି କର୍ମୀ ଦୟାନିଧି ରଣା, ଗୋପାଳ ସାହୁ, ହରେଶ ବାଗ, ହରିହର ସାହୁ, ଭୋଳା ମାଝୀ, ଶମ୍ଭୁ ମାଝୀ, ହେରାମ୍ବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post ନବୀନଙ୍କ ଆରୋଗ୍ୟ କାମନା କରି ଦୀପଦାନ କଲେ ବିଜେଡି କର୍ମୀ appeared first on Dharitri Odia News.