ନବୀନଙ୍କୁ ଭେଟିଲେ ସୁକାନ୍ତ, ନୀଳଗିରିରେ କାହାକୁ ମିଳିବ ଟିକେଟ୍ ବଢିଲା ଦ୍ଵନ୍ଦ୍ଵ

ନୀଳଗିରି: ନେତାଙ୍କ ଦଳ ଡିଆଁ ଯୋଗୁଁ  ବାଲେଶ୍ଵର ଜିଲ୍ଲା ନୀଳଗିରି ରାଜନୀତି ପାଣି ଗୋଳିଆ ହୋଇଯାଇଛି। ବିଜେପି ଛାଡି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେଡିରେ ମିଶିବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନଙ୍କୁ ଭେଟିବା ପରେ ବାଲେଶ୍ଵର  ଜିଲ୍ଲା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ନୀଳଗିରିରେ ବିଜେଡି ପ୍ରାର୍ଥୀ ଭାବେ ସେ ଦାବିଦାର ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ଫଳରେ ନୀଳଗିରିରେ କାହାକୁ ଟିକେଟ୍ ମିଳିବ ଦ୍ଵନ୍ଦ୍ଵ ବଢି ଯାଇଛି। Also read: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହଙ୍ଗାମା : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିକ୍ଷୋଭସେପଟେ ବିଜେଡି ନେତା ସନ୍ତୋଷ ଖଟୁଆ ଆଜି ନିଜ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଟିକେଟ ତାଙ୍କୁ ମିଳିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ହେଲେ ନବୀନ ନିବାସ ଯାଇ ଆଜି ସୁକାନ୍ତ ନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଆଶୀର୍ବାଦ କାମନା କରିଛନ୍ତି। ପାଖରେ ଭିକେ ପାଣ୍ଡିଆନ,ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଉପସ୍ଥିତ ଥିଲେ। ତେବେ ଏଭଳି ଚିତ୍ର ପଦାକୁ ଆସିବା ପରେ ନୀଳଗିରି ବିଜେଡି ବିଧାୟକ ଟିକେଟ କିଏ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି।  

ନବୀନଙ୍କୁ ଭେଟିଲେ ସୁକାନ୍ତ, ନୀଳଗିରିରେ କାହାକୁ ମିଳିବ ଟିକେଟ୍ ବଢିଲା ଦ୍ଵନ୍ଦ୍ଵ

ନୀଳଗିରି: ନେତାଙ୍କ ଦଳ ଡିଆଁ ଯୋଗୁଁ  ବାଲେଶ୍ଵର ଜିଲ୍ଲା ନୀଳଗିରି ରାଜନୀତି ପାଣି ଗୋଳିଆ ହୋଇଯାଇଛି। ବିଜେପି ଛାଡି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେଡିରେ ମିଶିବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନଙ୍କୁ ଭେଟିବା ପରେ ବାଲେଶ୍ଵର  ଜିଲ୍ଲା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ନୀଳଗିରିରେ ବିଜେଡି ପ୍ରାର୍ଥୀ ଭାବେ ସେ ଦାବିଦାର ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ଫଳରେ ନୀଳଗିରିରେ କାହାକୁ ଟିକେଟ୍ ମିଳିବ ଦ୍ଵନ୍ଦ୍ଵ ବଢି ଯାଇଛି। 

Also read: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହଙ୍ଗାମା : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିକ୍ଷୋଭ

ସେପଟେ ବିଜେଡି ନେତା ସନ୍ତୋଷ ଖଟୁଆ ଆଜି ନିଜ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଟିକେଟ ତାଙ୍କୁ ମିଳିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ହେଲେ ନବୀନ ନିବାସ ଯାଇ ଆଜି ସୁକାନ୍ତ ନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଆଶୀର୍ବାଦ କାମନା କରିଛନ୍ତି। ପାଖରେ ଭିକେ ପାଣ୍ଡିଆନ,ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଉପସ୍ଥିତ ଥିଲେ। ତେବେ ଏଭଳି ଚିତ୍ର ପଦାକୁ ଆସିବା ପରେ ନୀଳଗିରି ବିଜେଡି ବିଧାୟକ ଟିକେଟ କିଏ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି।