ନଭେମ୍ବର-ଡିସେମ୍ବରରେ ୩୫ ଲକ୍ଷ ଯୋଡ଼ି କରିବେ ବିବାହ: ଖର୍ଚ୍ଚ ହେବ ୪.୨୫ ଲକ୍ଷ କୋଟି
ନୂଆଦିଲ୍ଲୀ,୨୧।୯:ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭାରତରେ ପ୍ରାୟ ୩୫ ଲକ୍ଷ ଯୋଡ଼ି ବିବାହ କରିବେ। ଏଥିପାଇଁ ୪.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏକ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି। ପ୍ରଭୁଦାସ ଲୀଲାଧେର ଏହାର ସଦ୍ୟ ରିପୋର୍ଟ ‘ବ୍ୟାଣ୍ଡ, ବାଜା, ବାରାତ୍ ଆଣ୍ଡ ମାର୍କେଟ’ରେ ଲେଖିଛି ୨୦୨୩ ନଭେମ୍ବର-ଡିସେମ୍ବରରେ ୩୨ ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ୨ ମାସ ମଧ୍ୟରେ ପୂର୍ବ ତୁଳନାରେ ଆଉ ୩ ଲକ୍ଷ ଅଧିକ ଯୋଡ଼ି ବିବାହ କରିବାକୁ […] The post ନଭେମ୍ବର-ଡିସେମ୍ବରରେ ୩୫ ଲକ୍ଷ ଯୋଡ଼ି କରିବେ ବିବାହ: ଖର୍ଚ୍ଚ ହେବ ୪.୨୫ ଲକ୍ଷ କୋଟି appeared first on Dharitri Odia News.
ନୂଆଦିଲ୍ଲୀ,୨୧।୯:ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭାରତରେ ପ୍ରାୟ ୩୫ ଲକ୍ଷ ଯୋଡ଼ି ବିବାହ କରିବେ। ଏଥିପାଇଁ ୪.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏକ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି। ପ୍ରଭୁଦାସ ଲୀଲାଧେର ଏହାର ସଦ୍ୟ ରିପୋର୍ଟ ‘ବ୍ୟାଣ୍ଡ, ବାଜା, ବାରାତ୍ ଆଣ୍ଡ ମାର୍କେଟ’ରେ ଲେଖିଛି ୨୦୨୩ ନଭେମ୍ବର-ଡିସେମ୍ବରରେ ୩୨ ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ୨ ମାସ ମଧ୍ୟରେ ପୂର୍ବ ତୁଳନାରେ ଆଉ ୩ ଲକ୍ଷ ଅଧିକ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କ ବିବାହ ପାଇଁ ମ୍ୟାରେଜ୍ ମାର୍କେଟର ବ୍ୟୟ ୪.୨୫ ଲକ୍ଷ କୋଟି ଛୁଇଁବ। ଚଳିତ ବର୍ଷ ଜାନୁଆରୀ ୧୫ରୁ ଜୁଲାଇ ୧୫ ମଧ୍ୟରେ ବିବାହ ଋତୁରେ ୪୨ ଲକ୍ଷ ବାହାଘର ହୋଇଥିଲା। ସେଥିରୁ ପ୍ରାୟ ୬୬.୪ ବିଲିୟନ ଡଲାର (୫.୫ ଲକ୍ଷ କୋଟି ଟଙ୍କା) ରାଜସ୍ବ ସୃଷ୍ଟି ହୋଇଥିଲା ବୋଲି କନ୍ଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ସର୍ଭେରୁ ଜଣାପଡ଼ିଛି।
ପ୍ରଭୁଦାସ ଲୀଲାଧେର ଏହାର ରିପୋର୍ଟରେ ଆହୁରି କହିଛି ଯେ, ସୁନାର ଆମଦାନି ଶୁଳ୍କ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରାଯାଇଥିବାରୁ ଦେଶବ୍ୟାପୀ ଆସନ୍ତା ୨ ମାସ ମଧ୍ୟରେ ପାର୍ବଣ ଓ ବିବାହ ପାଇଁ ସୁନା କ୍ରୟ ବଢ଼ିବ। ସୁନାର ସାଂସ୍କୃତିକ ଓ ଧର୍ମୀୟ ମହତ୍ତ୍ୱ ଏବଂ ନିବେଶ ଯୋଗ୍ୟତା ଯୋଗୁ ଏହି ମୂଲ୍ୟବାନ ଧାତୁର ଚାହିଦା ବୃଦ୍ଧି ପାଇଛି। ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ପ୍ରତିବର୍ଷ ୧ କୋଟି ବିବାହ ଅନୁଷ୍ଠିତ ହୋଇଥାଏ। ଏଥିଯୋଗୁ ଭାରତର ଓ୍ବେଡିଂ ଇଣ୍ଡଷ୍ଟ୍ରି ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।
The post ନଭେମ୍ବର-ଡିସେମ୍ବରରେ ୩୫ ଲକ୍ଷ ଯୋଡ଼ି କରିବେ ବିବାହ: ଖର୍ଚ୍ଚ ହେବ ୪.୨୫ ଲକ୍ଷ କୋଟି appeared first on Dharitri Odia News.