ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଯାତ୍ରା ସମୟରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁସଂଖ୍ୟା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଫଳରେ ମୃତ୍ୟୁ ସଂଖ୍ୟା ୯ ଛୁଇଁଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଯେଉଁ ମାନଙ୍କର ଅକାଳ ବିୟୋଗ ଘଟିଛି ସେମାନେ ହେଲେ ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରା (୩୮), ପୁରୀ ଖଣ୍ଡିଆବନ୍ଧର ନାବାଳିକା ପ୍ରତୀକ୍ଷା ସାହୁ (୬)। ମୃତ୍ୟୁ ସଂଖ୍ୟା ଏବେ […]

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୯ ଛୁଇଁଲା
Narendra Pool Arrow Blast Incident Death Toll Touches 9

ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଯାତ୍ରା ସମୟରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁସଂଖ୍ୟା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଫଳରେ ମୃତ୍ୟୁ ସଂଖ୍ୟା ୯ ଛୁଇଁଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଯେଉଁ ମାନଙ୍କର ଅକାଳ ବିୟୋଗ ଘଟିଛି ସେମାନେ ହେଲେ ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରା (୩୮), ପୁରୀ ଖଣ୍ଡିଆବନ୍ଧର ନାବାଳିକା ପ୍ରତୀକ୍ଷା ସାହୁ (୬)। ମୃତ୍ୟୁ ସଂଖ୍ୟା ଏବେ ୯କୁ ବୃଦ୍ଧି ପାଇଥିବା ବେଳେ ଏବେ ବିଭିନ୍ନ ହସ୍ପିଟାଲରେ ୨୧ ଜଣ ଚିକିତ୍ସାଧୀନ ଅଛନ୍ତି।

ପବିତ୍ର ଚନ୍ଦନ ଯାତ୍ରାର ଭଉଁରୀ ଅବସରରେ ଚାଲିଥିଲା ମହାପ୍ରଭୁଙ୍କ ଚାପ। ଚାପଖେଳ ବେଳେ ଫୁଟା ଯାଉଥିବା ବାଣ ସବୁ ଏକାସଙ୍ଗେ ଫୁଟିଯାଇଥିଲା। ଶ୍ରଦ୍ଧାଳୁଙ୍କ ଦେହରେ ନିଅାଁ ଲାଗିଯିବା ସହ ଅନେକଙ୍କ ଦେହରେ ବାଣ ଆସି ମାଡ଼ ହୋଇଥିଲା। ନିମିଷକ ମଧ୍ୟରେ ନିଆଁରେ ପୋଡି ଯାଇଥିଲେ ପ୍ରାୟ ୩୬ରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ। ବାଣ ବିସ୍ଫୋରଣ ପରେ ଜୀବନ ବଞ୍ଚାଇବାକୁ ନରେନ୍ଦ୍ର ପୁଷ୍କରିଣୀ ଭିତରକୁ ଡେଇଁପଡିଥିଲେ ଅନେକ। ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୬ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ୯ ଜଣଙ୍କ ଅକାଳ ବିୟୋଗ ଘଟିଛି। ଏବେ ବି ହସ୍ପିଟାଲରେ ୨୧ ଜଣ ଚିକିତ୍ସିତ ହେଉଛନ୍ତି।