ନିଖୋଜ ଶିଶୁ ଶୁଭମ ର ମୃତଦେହ ଉଦ୍ଧାର
ସୋର : ନିଖୋଜ ଥିବା ଅଢେଇବର୍ଷର ଶିଶୁପୁତ୍ର ଶୁଭମର ମୃତଦେହ ଉଦ୍ଧାର I ଶୁଭମ ନିଖୋଜ ହେବାର ପାଖାପାଖି ୨୪ ଘଣ୍ଟା ପରେ ଘର ପାଖ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି I ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ରାଇପୁର ଗ୍ରାମର ମୋହନ ସାହୁଙ୍କ ପୁଅ ଶୁଭମ ସାହୁ ଗତକାଲି ଘର ଦୁଆର ମୁହଁ ନିକଟରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ I ତେବେ ଆଜି ପୋଖରୀରୁ ଶୁଭମର ମୃତଦେହ ଉଦ୍ଧାର ହେବାପରେ ସମଗ୍ର ଗାଁରେ କାନ୍ଦ […]

ସୋର : ନିଖୋଜ ଥିବା ଅଢେଇବର୍ଷର ଶିଶୁପୁତ୍ର ଶୁଭମର ମୃତଦେହ ଉଦ୍ଧାର I ଶୁଭମ ନିଖୋଜ ହେବାର ପାଖାପାଖି ୨୪ ଘଣ୍ଟା ପରେ ଘର ପାଖ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି I ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ରାଇପୁର ଗ୍ରାମର ମୋହନ ସାହୁଙ୍କ ପୁଅ ଶୁଭମ ସାହୁ ଗତକାଲି ଘର ଦୁଆର ମୁହଁ ନିକଟରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ I ତେବେ ଆଜି ପୋଖରୀରୁ ଶୁଭମର ମୃତଦେହ ଉଦ୍ଧାର ହେବାପରେ ସମଗ୍ର ଗାଁରେ କାନ୍ଦ ବୋବାଳୀ ପଡିଯାଇଛି I ତାର ବେକରେ କ୍ଷତ ଚିହ୍ନ ଥିବାରୁ ତାକୁ କେହି ହତ୍ୟା ଗଡ଼ିଆରେ ଫଙ୍ଗି ଦେଇଥିବା ଅନୁମାନ କରାଯାଉଛି। ହେଲେଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାଯିବ।
ଘଟନାନୁସାରେ, ଗତକାଲି ମଧ୍ୟାହ୍ନରେ ରାଇପୁର ଗ୍ରାମର ମୋହନ ସାହୁଙ୍କ ଅଢେ଼ଇ ବର୍ଷର ଶିଶୁପୁତ୍ର ଶୁଭମ ଘର ନିକଟରେ ଖେଳୁଥିଲା। ଶୁଭମର ଭଉଣୀ ଶୌଚ ହେବାକୁ ଯାଇ ଫେରିବା ପରେ ଶୁଭମକୁ ଦେଖିବାକୁ ନ ପାଇ ଘର ଲୋକଙ୍କୁ ଡାକି ଥିଲେ। ଏହାପରେ ପରେ ଶୁଭମ ନିଖୋଜ ଥିବା ନେଇ ସୋର ଥାନାରେ ଖବର ଦିଆଯାଇଥିଲା I ସ୍ଥାନୀୟ ଲୋକେ ଏବଂ ପୋଲିସଙ୍କ ସହାୟତାରେ ଗାଁରେ ବିଭିନ୍ନ ସ୍ଥାନରେ ଖୋଜିବା ସହିତ ଅନୁସନ୍ଧାନକାରୀ କୁକୁର ଆଣି ରେଳ ଷ୍ଟେସନ,ବସଷ୍ଟାଣ୍ଡ,ପୋଖରୀ ତଥା ପଡ଼ିଶା ଘର ଆଦି ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହୋଇଥିଲେ I ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଥିବା ଗୋଟିଏ ଗଡ଼ିଆ ଓ ଦୁଇଟି ପୋଖରୀ ସମେତ ଭିନ୍ନ ଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ଶିଶୁ ପୁତ୍ରର କୌଣସି ଖବର ମିଳିନଥିଲା।
ଆଜି ସକାଳେ ଅଗ୍ନିଶମ ବାହିନୀ ଘର ପାଖରେ ଥିବା ଏକ ପରିତ୍ୟକ୍ତ ପୋଖରୀକୁ ପରିଷ୍କାର କରି ଖୋଜାଖୋଜି କରିବା ବେଳେ ଶିଶୁପୁତ୍ରର ମୃତଦେହ ପାଇଥିଲା। ମୁତଦେହଟି ମିଳିବା ପରେ ବେକରେ କ୍ଷତଚିହ୍ନ ଥିବାର ଦେଖିବାକୁ ମିଳିଥିଲା I ଏହାକୁ ନେଇ ପରିବାର ଲୋକେ ହତ୍ୟା ସନ୍ଦେହ ଅଭିଯୋଗ ଆଣିବା ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।