ନିଜ ଗୁଳିରେ ଆହତ ହେଲେ ଗୋବିନ୍ଦା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୧।୧୦: ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି। ଭୁଲବଶତଃ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ଜଣାପଡିଛି। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନାନୁସାରେ,ଗୁଳି ବାଜିବା ପରେ ଗୋବିନ୍ଦାଙ୍କ ଗୋଡରେ ରକ୍ତସ୍ରାବ ହୋଇଛି। ଯେଉଁଥିପାଇଁ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି। ବର୍ତ୍ତମାନ ଗୋବିନ୍ଦା ଆନ୍ଧେରିର କ୍ରେଟି କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମାମଲାର ତଦନ୍ତ ଚାଲିଛି। କାର୍ଯ୍ୟ ସାମ୍ମୁଖ୍ୟ ବିଷୟରେ କହିବାକୁ […] The post ନିଜ ଗୁଳିରେ ଆହତ ହେଲେ ଗୋବିନ୍ଦା, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.

ନିଜ ଗୁଳିରେ ଆହତ ହେଲେ ଗୋବିନ୍ଦା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୧।୧୦: ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି। ଭୁଲବଶତଃ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ଜଣାପଡିଛି। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସର ସୂଚନାନୁସାରେ,ଗୁଳି ବାଜିବା ପରେ ଗୋବିନ୍ଦାଙ୍କ ଗୋଡରେ ରକ୍ତସ୍ରାବ ହୋଇଛି। ଯେଉଁଥିପାଇଁ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି। ବର୍ତ୍ତମାନ ଗୋବିନ୍ଦା ଆନ୍ଧେରିର କ୍ରେଟି କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମାମଲାର ତଦନ୍ତ ଚାଲିଛି।

କାର୍ଯ୍ୟ ସାମ୍ମୁଖ୍ୟ ବିଷୟରେ କହିବାକୁ ଗଲେ ଗୋବିନ୍ଦା ଆଜିକାଲି ଅଭିନୟ ଜଗତରୁ ଦୂରତା ବଜାୟ ରଖିଛନ୍ତି । ଦୀର୍ଘ ଦିନ ଧରି ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳୁନାହିଁ। ଯଦିଓ ତାଙ୍କର ମ୍ୟୁଜିକ ଭିଡିଓ ଆସୁଛ। ଏହା ସହିତ ସେ ଅନେକ ରିଆଲିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି। ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତାଙ୍କ ସହ ଟିଭିରେ ନଜର ଆସିଛନ୍ତି। ଯେଉଁଠାରେ ସେ ଅନେକ ଥର ତାଙ୍କର ବୃତ୍ତିଗତ ଏବଂ ବେଳେବେଳେ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ପ୍ରକାଶ କରନ୍ତି ।

The post ନିଜ ଗୁଳିରେ ଆହତ ହେଲେ ଗୋବିନ୍ଦା, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.