ନିଟ ୟୁଜି ପରୀକ୍ଷା୨୦୨୪ ଅନିୟମିତତା: ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ନିଟ ୟୁଜି ୨୦୨୪ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ମାମଲା ରୁଜୁ କଲା ସିବିଆଇ। କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ପରେ ରବିବାର ମାମଲା ରୁଜୁ ହୋଇଛି।   ସୂଚନା ଥାଉକି ମେ ୫ ତାରିଖରେ ୪,୭୫୦ କେନ୍ଦ୍ରରେ ପାଖାପାଖି ୨୪ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ଜୁନ ୪ ତାରିଖରେ ପରୀକ୍ଷା ଘୋଷଣା କରାଯାଇଥିଲା। ପ୍ରକୃତ ତାରିଖର ୧୦ ଦିନ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇଥିଲା। ଏହାର କିଛିଦିନ ପରେ ବିହାରରେ ନିଟ୍ ୟୁଜି ପେପର ଲିକ୍‌ ହେବା ଜଣା ପଡ଼ିବା ପରେ ପାଟନା ପୁଲିସ  ୪ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା। ଗିରଫ ପରୀକ୍ଷାର୍ଥୀମାନେ ମଧ୍ୟ ପୁଲିସ ଆଗରେ ସ୍ୱୀକାର କରିଥିଲେ ଯେ ପରୀକ୍ଷାର ଦିନକ ପୂର୍ବରୁ ସେମାନଙ୍କୁ ପ୍ରଶ୍ନପତ୍ର ଦିଆଯାଇଥିଲା। ଏକଥା ଲିଖିତ ଆକାରରେ ସେମାନେ ସ୍ୱୀକାର କରିଥିଲେ। ଏହାକୁ ନେଇ ବିବାଧ ବଢ଼ିବାରେ ଲାଗିଥିଲା। ବିରୋଧୀ ଦଳମାନେ ଆଉଥରେ ନିଟ ୟୁଜିସି ପରୀକ୍ଷା କରାଇବାକୁ ଦାବି କରିଥିଲେ।    

ନିଟ ୟୁଜି ପରୀକ୍ଷା୨୦୨୪ ଅନିୟମିତତା: ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ନିଟ ୟୁଜି ୨୦୨୪ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ମାମଲା ରୁଜୁ କଲା ସିବିଆଇ। କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ପରେ ରବିବାର ମାମଲା ରୁଜୁ ହୋଇଛି।   

ସୂଚନା ଥାଉକି ମେ ୫ ତାରିଖରେ ୪,୭୫୦ କେନ୍ଦ୍ରରେ ପାଖାପାଖି ୨୪ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ଜୁନ ୪ ତାରିଖରେ ପରୀକ୍ଷା ଘୋଷଣା କରାଯାଇଥିଲା। ପ୍ରକୃତ ତାରିଖର ୧୦ ଦିନ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇଥିଲା। ଏହାର କିଛିଦିନ ପରେ ବିହାରରେ ନିଟ୍ ୟୁଜି ପେପର ଲିକ୍‌ ହେବା ଜଣା ପଡ଼ିବା ପରେ ପାଟନା ପୁଲିସ  ୪ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା। 

ଗିରଫ ପରୀକ୍ଷାର୍ଥୀମାନେ ମଧ୍ୟ ପୁଲିସ ଆଗରେ ସ୍ୱୀକାର କରିଥିଲେ ଯେ ପରୀକ୍ଷାର ଦିନକ ପୂର୍ବରୁ ସେମାନଙ୍କୁ ପ୍ରଶ୍ନପତ୍ର ଦିଆଯାଇଥିଲା। ଏକଥା ଲିଖିତ ଆକାରରେ ସେମାନେ ସ୍ୱୀକାର କରିଥିଲେ। ଏହାକୁ ନେଇ ବିବାଧ ବଢ଼ିବାରେ ଲାଗିଥିଲା। ବିରୋଧୀ ଦଳମାନେ ଆଉଥରେ ନିଟ ୟୁଜିସି ପରୀକ୍ଷା କରାଇବାକୁ ଦାବି କରିଥିଲେ।