ନିମପଲ୍ଲୀ ସେବାଶ୍ରମର ବାର୍ଷିକୋତ୍ସବ: ଯୋଗଦେଲେ ବିଡିଓ…

ଦିଗପହଣ୍ଡି,୨୮।୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଏନ୍‌ଏସ ୨ ନଂ ୱାର୍ଡ ନିମପଲ୍ଲୀ ସରକାରୀ ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା କୁମାରୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ। ଦିଗପହଣ୍ଡି ବଡିିଓ ଡ. ଚିତ୍ତରଞ୍ଜନ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି କ୍ଷଣପ୍ରଭା ଶତପଥୀ ମୁଖ୍ୟବକ୍ତା, ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝୀ, ସହଗୋଷ୍ଠୀ […] The post ନିମପଲ୍ଲୀ ସେବାଶ୍ରମର ବାର୍ଷିକୋତ୍ସବ: ଯୋଗଦେଲେ ବିଡିଓ… appeared first on Dharitri Odia News.

ନିମପଲ୍ଲୀ ସେବାଶ୍ରମର ବାର୍ଷିକୋତ୍ସବ: ଯୋଗଦେଲେ ବିଡିଓ…
ଦିଗପହଣ୍ଡି,୨୮।୨(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଏନ୍‌ଏସ ୨ ନଂ ୱାର୍ଡ ନିମପଲ୍ଲୀ ସରକାରୀ ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା କୁମାରୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ। ଦିଗପହଣ୍ଡି ବଡିିଓ ଡ. ଚିତ୍ତରଞ୍ଜନ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।
ସେହିପରି କ୍ଷଣପ୍ରଭା ଶତପଥୀ ମୁଖ୍ୟବକ୍ତା, ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝୀ, ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ, ଭାରପ୍ରାପ୍ତ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନ୍ତର୍ଯ୍ୟାମୀ ପାଢୀ, ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ଇଂ. ସୁବ୍ରତ ମହାରଣା, ସିଆରସିସି ଅନୀଲ କୁମାର ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସୁଷମା ମଲ୍ଲିକ, ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ । ଛାତ୍ରୀଛାତ୍ରଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପରିଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସେବାଶ୍ରମ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

The post ନିମପଲ୍ଲୀ ସେବାଶ୍ରମର ବାର୍ଷିକୋତ୍ସବ: ଯୋଗଦେଲେ ବିଡିଓ… appeared first on Dharitri Odia News.