ଭାରତୀୟ ସେନା ଭୟରେ ପଛକୁ ହଟିଲା TRF, ପହଲଗାମ ଆଟାକ୍‌ ମାମଲାରେ ବଦଳିଲା ନିଷ୍ପତ୍ତି

ନୂଆଦିଲ୍ଲୀ ୨୬/୦୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ରୁ ଅଧିକ ଭାରତୀୟଙ୍କ ଗଡିଛି ମୁଣ୍ଡ । ଆକ୍ରମ ପଛରେ, ନିଜକୁ ଦାୟୀ କରିଥିଲା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା (TRF) । ପରେ କଠୋର ହୋଇଥିଲେ ଭାରତ ସରକାର । ଫଳରେ ଭୟରେ ଥରହର ହୋଇଥିଲା ପାକିସ୍ତାନ ସହ ଆତଙ୍କବାଦୀଙ୍କର ଆତ୍ମା । ଆଉ ଏହି ଭୟରେ ବା ଭାରତର କାର୍ଯ୍ୟାନୁଷ୍ଠାନ ପରେ, ପଛକୁ ହଟିଛି ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) । ଘଟଣାରେ ସଂପୃକ୍ତି ଥିବା ଦାବିକୁ ପ୍ରତ୍ୟାହାର କରିନେଇଛି । ଆଉ ସ୍ପଷ୍ଟ କରିଛି କି, ଆକ୍ରମଣ ପଛରେ ତାର ହାତ ନାହିଁ ।  TRF ପହଲଗାମ ଆକ୍ରମଣରୁ ନିଜକୁ ଦୂରେଇ ରଖି ଏକ ବିବୃତ୍ତି ଜାରି କରିଛି । ପୋଷ୍ଟରେ କହିଛି ଯେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ପହଲଗାମ ଘଟଣାରେ ସମ୍ପୃକ୍ତିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରୁଛି। ବିବୃତ୍ତିରେ TRF କହିଛି ଯେ ଆମର ଡିଜିଟାଲ୍ ପ୍ଲାଟଫର୍ମକୁ ହ୍ୟାକ୍ କରାଯାଇଥିଲା । ଆକ୍ରମଣର ଦାୟିତ୍ୱ ନେଇ ଏକ ବାର୍ତ୍ତା ପୋଷ୍ଟ କରାଯାଇଥିଲା ।ପହଲଗାମ ଆକ୍ରମଣ ପରେ, ଲସ୍କର-ଏ-ତୈବା ଡେପୁଟି କମାଣ୍ଡର ସୈଫୁଲ୍ଲାହ କସୁରୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ନେବାକୁ ଅସ୍ୱୀକାର କରିଥିଲେ। TRF ମଧ୍ୟ ଭାରତୀୟ ଏଜେନ୍ସିଗୁଡ଼ିକ ଉପରେ ଷଡ଼ଯନ୍ତ୍ର ରଚୁଥିବାର ଅଭିଯୋଗ କରିଛି । ସେ କହିଛି ଯେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯିବ ।ସୂଚନା ଥାଉକି, ଭାରତର କାର୍ଯ୍ୟାନୁଷ୍ଠାନ

ଭାରତୀୟ ସେନା ଭୟରେ ପଛକୁ ହଟିଲା TRF, ପହଲଗାମ ଆଟାକ୍‌ ମାମଲାରେ ବଦଳିଲା ନିଷ୍ପତ୍ତି

ନୂଆଦିଲ୍ଲୀ ୨୬/୦୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ରୁ ଅଧିକ ଭାରତୀୟଙ୍କ ଗଡିଛି ମୁଣ୍ଡ । ଆକ୍ରମ ପଛରେ, ନିଜକୁ ଦାୟୀ କରିଥିଲା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା (TRF) । ପରେ କଠୋର ହୋଇଥିଲେ ଭାରତ ସରକାର । ଫଳରେ ଭୟରେ ଥରହର ହୋଇଥିଲା ପାକିସ୍ତାନ ସହ ଆତଙ୍କବାଦୀଙ୍କର ଆତ୍ମା । 

ଆଉ ଏହି ଭୟରେ ବା ଭାରତର କାର୍ଯ୍ୟାନୁଷ୍ଠାନ ପରେ, ପଛକୁ ହଟିଛି ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) । ଘଟଣାରେ ସଂପୃକ୍ତି ଥିବା ଦାବିକୁ ପ୍ରତ୍ୟାହାର କରିନେଇଛି । ଆଉ ସ୍ପଷ୍ଟ କରିଛି କି, ଆକ୍ରମଣ ପଛରେ ତାର ହାତ ନାହିଁ ।  TRF ପହଲଗାମ ଆକ୍ରମଣରୁ ନିଜକୁ ଦୂରେଇ ରଖି ଏକ ବିବୃତ୍ତି ଜାରି କରିଛି । ପୋଷ୍ଟରେ କହିଛି ଯେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ପହଲଗାମ ଘଟଣାରେ ସମ୍ପୃକ୍ତିକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରୁଛି। ବିବୃତ୍ତିରେ TRF କହିଛି ଯେ ଆମର ଡିଜିଟାଲ୍ ପ୍ଲାଟଫର୍ମକୁ ହ୍ୟାକ୍ କରାଯାଇଥିଲା । ଆକ୍ରମଣର ଦାୟିତ୍ୱ ନେଇ ଏକ ବାର୍ତ୍ତା ପୋଷ୍ଟ କରାଯାଇଥିଲା ।

ପହଲଗାମ ଆକ୍ରମଣ ପରେ, ଲସ୍କର-ଏ-ତୈବା ଡେପୁଟି କମାଣ୍ଡର ସୈଫୁଲ୍ଲାହ କସୁରୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ନେବାକୁ ଅସ୍ୱୀକାର କରିଥିଲେ। TRF ମଧ୍ୟ ଭାରତୀୟ ଏଜେନ୍ସିଗୁଡ଼ିକ ଉପରେ ଷଡ଼ଯନ୍ତ୍ର ରଚୁଥିବାର ଅଭିଯୋଗ କରିଛି । ସେ କହିଛି ଯେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯିବ ।

ସୂଚନା ଥାଉକି, ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ ଆତଙ୍କବାଦୀ ସଂଗଠନ ଓ ପାକିସ୍ତାନର ନିଦ ହଜିଯାଇଛି। ଭାରତ ସହିତ ଖେଳ ଲାଗିବା ମହଙ୍ଗା ପଡ଼ିପାରେ ବୋଲି ଭାଳେଣି ପଡିଲାଣିି । କାରଣ ଗତ 24 ଘଣ୍ଟା ମଧ୍ୟରେ ଭାରତୀୟ ସେନା କାଶ୍ମୀରରେ ୭ ଜଣ ଆତଙ୍କବାଦୀଙ୍କ ଘର ଧ୍ୱଂସ କରିଦେଇଛି । ଏହା ସହିତ, ଆହୁରି ଅନେକ ଆତଙ୍କବାଦୀଙ୍କ ଘର ଧ୍ୱଂସ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାର୍ଯ୍ୟ କରାଯାଉଛି।