ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର
ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍ଓଆର୍ସି ଜନମତ ସର୍ଭେରୁ ଏହା ଜଣାପଡ଼ିଛି। ହିଂସାକାଣ୍ଡ ଘଟିଲେ ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇପାରେ। ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଯଦି ପରାଜିତ ହୁଏନ୍ତି, ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହିଥିବାରୁ ଭୋଟରଙ୍କ ଚିନ୍ତା ବଢ଼ିଯାଇଛି। ଫଳାଫଳକୁ ବଦଳାଇବା ପାଇଁ ଟ୍ରମ୍ପ୍ଙ୍କ ଦଳ ପକ୍ଷରୁ ହିଂସାକାଣ୍ଡ ସୃଷ୍ଟି କରାଯାଇପାରେ। […] The post ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର appeared first on Dharitri Odia News.
ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍ଓଆର୍ସି ଜନମତ ସର୍ଭେରୁ ଏହା ଜଣାପଡ଼ିଛି। ହିଂସାକାଣ୍ଡ ଘଟିଲେ ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇପାରେ। ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଯଦି ପରାଜିତ ହୁଏନ୍ତି, ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହିଥିବାରୁ ଭୋଟରଙ୍କ ଚିନ୍ତା ବଢ଼ିଯାଇଛି। ଫଳାଫଳକୁ ବଦଳାଇବା ପାଇଁ ଟ୍ରମ୍ପ୍ଙ୍କ ଦଳ ପକ୍ଷରୁ ହିଂସାକାଣ୍ଡ ସୃଷ୍ଟି କରାଯାଇପାରେ। ଏପରି ହେଲେ ଗଣତନ୍ତ୍ର ଉପରେ ବ୍ୟାପକ ପ୍ରଭାବ ପଡ଼ିବ ବୋଲି ଜନମତ ପ୍ରକାଶ ପାଇଛି।
ଗଣତନ୍ତ୍ର ଉପରେ ପ୍ରାର୍ଥୀମାନଙ୍କ ପ୍ରଭାବକୁ ନେଇ ଡେମୋକ୍ରାଟ ଏବଂ ରିପବ୍ଲିକାନ୍ମାନେ ଭିନ୍ନ ମତ ଦେଇଛନ୍ତି। ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍ଦାର ହୋଇଛି।
The post ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର appeared first on Dharitri Odia News.