ନିର୍ବାଚନ ଲଢ଼ିବେ ମେହବୁବା ମୁଫତି, ଅନନ୍ତନାଗରୁ ଗୁଲାମ ନବୀ ଆଜାଦଙ୍କ ବିରୋଧରେ ହେଲେ ପ୍ରାର୍ଥୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲଢ଼ିବେ ମେହବୁବା ମୁଫତୀ । ସେ ଅନନ୍ତନାଗରୁ ଗୁଲାମ ନବୀ ଆଜାଦଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ପ୍ରକୃତରେ ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟୀ (ପିଡିପି) କାଶ୍ମୀର ଘାଟିରେ ୩ ସିଟ୍ ପାଇଁ ଆଶାୟୀଙ୍କ ଘୋଷଣା କରିଛି।ରବିବାର ମୁଫତୀ ଏବଂ ପିଡିପି ସଂସଦୀୟ ବୋର୍ଡର ମୁଖ୍ୟ ସରତାଜ ମଦନୀ ଏହି ସୂଚନା ଦେବା ସହ କହିଛନ୍ତି ଯେ, ପିଡିପି ଜମ୍ମୁ କ୍ଷେତ୍ରର ୨ ସହର ଉଧମପୁର ଏବଂ ଜମ୍ମୁରେ କଂଗ୍ରେସର ସମର୍ଥନ କରିବ। ଏହି ଘୋଷଣା ଅନୁଯାୟୀ, ପାର୍ଟୀ ଅଧ୍ୟକ୍ଷ ମେହବୁବା ମୁଫତୀ ଅନନ୍ତନାଗ ନିର୍ବାଚନ କ୍ଷେତ୍ରରୁ ଲୋକସଭାରୁ ନିର୍ବାଚନ ଲଢ଼ିବେ। ପାର୍ଟୀର ଯୁବ ଶାଖା ଅଧ୍ୟକ୍ଷ ବହୀଦ ପାରା ଶ୍ରୀନଗରରୁ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ମୀର ଫୟାଜ ବାରାମୂଲାରୁ ନିର୍ବାଚନ ଲଢ଼ିବେ।ଆହୁରି ପଢ଼ନ୍ତୁ:ନଓ୍ବାଡାରେ ପିଏମ ମୋଦୀଙ୍କ ସମ୍ବୋଧନ: କହିଲେ ‘ମୋଦୀ ମଜା କରିବାକୁ ଜନ୍ମ ହୋଇନି ବରଂ.....’, ଆଗାମୀ ସରକାରରେ କ’ଣ ରହିବ ଏଜେଣ୍ଡା ସେନେଇ ମଧ୍ୟ ଦେଲେ ସୂଚନାସୂଚନାଥାଉକି, ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ମଧ୍ୟ ଅନନ୍ତନାଗ-ରଜୌରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି। ଆଜାଦ ୨୦୨୨ରେ କଂଗ୍ରେସ ଛାଡ଼ିଥିଲେ। ସେ କଂଗ୍ରେସ ସହ ନିଜ ଦୀର୍ଘ ୫ ଦଶନ୍ଧିର ସମ୍ପର୍କ ଭାଙ୍ଗିବା ସହ ରାଜନୀତିକ ସଂଗଠନ ଡେମୋକ୍ରେଟିକ୍ ପ୍ରୋଗେସିଭ୍ ଆଜାଦ ପାର୍ଟୀ (ଡିପିଏପି)ର ଗଠନ କର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲଢ଼ିବେ ମେହବୁବା ମୁଫତୀ । ସେ ଅନନ୍ତନାଗରୁ ଗୁଲାମ ନବୀ ଆଜାଦଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ପ୍ରକୃତରେ ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟୀ (ପିଡିପି) କାଶ୍ମୀର ଘାଟିରେ ୩ ସିଟ୍ ପାଇଁ ଆଶାୟୀଙ୍କ ଘୋଷଣା କରିଛି।
ରବିବାର ମୁଫତୀ ଏବଂ ପିଡିପି ସଂସଦୀୟ ବୋର୍ଡର ମୁଖ୍ୟ ସରତାଜ ମଦନୀ ଏହି ସୂଚନା ଦେବା ସହ କହିଛନ୍ତି ଯେ, ପିଡିପି ଜମ୍ମୁ କ୍ଷେତ୍ରର ୨ ସହର ଉଧମପୁର ଏବଂ ଜମ୍ମୁରେ କଂଗ୍ରେସର ସମର୍ଥନ କରିବ। ଏହି ଘୋଷଣା ଅନୁଯାୟୀ, ପାର୍ଟୀ ଅଧ୍ୟକ୍ଷ ମେହବୁବା ମୁଫତୀ ଅନନ୍ତନାଗ ନିର୍ବାଚନ କ୍ଷେତ୍ରରୁ ଲୋକସଭାରୁ ନିର୍ବାଚନ ଲଢ଼ିବେ। ପାର୍ଟୀର ଯୁବ ଶାଖା ଅଧ୍ୟକ୍ଷ ବହୀଦ ପାରା ଶ୍ରୀନଗରରୁ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ମୀର ଫୟାଜ ବାରାମୂଲାରୁ ନିର୍ବାଚନ ଲଢ଼ିବେ।
ଆହୁରି ପଢ଼ନ୍ତୁ:
ସୂଚନାଥାଉକି, ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ମଧ୍ୟ ଅନନ୍ତନାଗ-ରଜୌରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି। ଆଜାଦ ୨୦୨୨ରେ କଂଗ୍ରେସ ଛାଡ଼ିଥିଲେ। ସେ କଂଗ୍ରେସ ସହ ନିଜ ଦୀର୍ଘ ୫ ଦଶନ୍ଧିର ସମ୍ପର୍କ ଭାଙ୍ଗିବା ସହ ରାଜନୀତିକ ସଂଗଠନ ଡେମୋକ୍ରେଟିକ୍ ପ୍ରୋଗେସିଭ୍ ଆଜାଦ ପାର୍ଟୀ (ଡିପିଏପି)ର ଗଠନ କରିଥିଲେ।ଆଜାଦ ୨୦୧୪ ଲୋକସଭା ନିର୍ବାଚନ ଉଧମପୁର ସଂସଦୀୟ କ୍ଷେତ୍ରରୁ ଲଢ଼ିଥିଲେ ଏବଂ ସେ ଭାରତୀୟ ଜନତା ପାର୍ଟୀର ନେତା ଜିତ୍ରେନ୍ଦ୍ର ସିଂହଙ୍କ ଠାରୁ ହାରିଥିଲେ।
ସୂଚନାଥାଉକି, ଜମ୍ମୁ-କଶ୍ମୀରରେ ୫ ପର୍ଯ୍ୟାୟରେ ଲୋକସଭା ନିର୍ବଚାନ ହେବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ଉଧମପୁର ଲୋକସଭା ସିଟ୍ରେ ମତଦାନ ହେବ। ଏହା ପରେ ଏପ୍ରିଲ ୨୬ରେ ଦ୍ବିତୀୟ ପର୍ଯ୍ୟାୟରେ ଜମ୍ମୁ ସିଟ୍ରେ ଭୋଟିଂ ହେବ। ତୃତୀୟ ପର୍ଯ୍ୟାୟ ମେ ୭ରେ ଅନନ୍ତନାଗ ସିଟ୍ରେ ଭୋଟିଂ ହେବ। ଆଗାମୀ ମେ ୧୩ରେ ଚତୁର୍ଥ ପର୍ଯ୍ୟାୟରେ ଶ୍ରୀନଗର ଏବଂ ୫ମ ପର୍ଯ୍ୟାୟରେ ମେ ୨୦ରେ ବରାମୂଲା ସିଟ୍ରେ ଭୋଟିଂ ହେବ। ଫଳାଫଳ ମେ ୪ରେ ଆସିବ। ଜମ୍ମୁ-କଶ୍ମୀରରେ ଲୋକସଭାର ୫ ସିଟ୍ ରହିଛି। ପିଡିପି ଜମ୍ମୁ ଲୋକସଭା ସିଟ୍ରେ କଂଗ୍ରେସକୁ ସମର୍ଥନ ଦେବାକୁ ଘୋଷଣା କରିଛି।