ନିର୍ବାଚନୀ ଅନିୟମିତତା ମାମଲା, ୩ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍
ଭୁବନେଶ୍ୱର ୦୫/୦୮: ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟଙ୍କ ନୋଟିସ । ଆସନ୍ତା ୨୩ ସେପ୍ଟେମ୍ବର ଉତ୍ତର ସହ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । ଟଙ୍କଧର ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ଅଭିଯୋଗ ଆଣିଥିଲେ ବିଜେଡି ପ୍ରାର୍ଥି ଦୀପାଳି ଦାସ । ସେହିଭଳି ଅନ୍ୟ ଦୁଇଟିି ନିର୍ବାଚନୀ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟଙ୍କୁ ମଧ୍ୟ ନୋଟିସ କରିଛନ୍ତି ହାଇକୋର୍ଟ । ସୂଚନା ଥାଉକି, ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ । ଝାରସୁଗୁଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ଦୀପାଳି ଏହି ମାମଲା ରୁଜୁ କରିଥିଲେ । ଟଙ୍କଧର ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଓ ଏଥିରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ମିଥ୍ୟା ସତ୍ୟପାଠ ଦେଇଥିବାରୁ ଜନ ପ୍ରତିନିଧି ଆଇନ ଅନୁସାରେ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।ସେହିଭଳି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟଙ୍କ ନାଁରେ ବି ନିର୍ବାଚନୀ ଅନିୟମିତତା ନେଇ ଅଭିଯୋଗ ଆସିଥିଲା । ଏହି ଅ
ଭୁବନେଶ୍ୱର ୦୫/୦୮: ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟଙ୍କ ନୋଟିସ । ଆସନ୍ତା ୨୩ ସେପ୍ଟେମ୍ବର ଉତ୍ତର ସହ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । ଟଙ୍କଧର ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ଅଭିଯୋଗ ଆଣିଥିଲେ ବିଜେଡି ପ୍ରାର୍ଥି ଦୀପାଳି ଦାସ ।
ସେହିଭଳି ଅନ୍ୟ ଦୁଇଟିି ନିର୍ବାଚନୀ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟଙ୍କୁ ମଧ୍ୟ ନୋଟିସ କରିଛନ୍ତି ହାଇକୋର୍ଟ ।
ସୂଚନା ଥାଉକି, ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ । ଝାରସୁଗୁଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ଦୀପାଳି ଏହି ମାମଲା ରୁଜୁ କରିଥିଲେ ।
ଟଙ୍କଧର ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଓ ଏଥିରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ମିଥ୍ୟା ସତ୍ୟପାଠ ଦେଇଥିବାରୁ ଜନ ପ୍ରତିନିଧି ଆଇନ ଅନୁସାରେ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।
ସେହିଭଳି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟଙ୍କ ନାଁରେ ବି ନିର୍ବାଚନୀ ଅନିୟମିତତା ନେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ଆଧାରରେ ନୋଟିସ କରିଛନ୍ତି ହାଇକୋର୍ଟ ।