ନୀତୀଶ କୁମାରଙ୍କ ପାଇଁ ସଙ୍କଟମୋଚକ ସାଜିଲେ ଅମିତ ଶାହା
ପାଟନା,୧୩।୨: ବିହାର ରାଜନୀତିରେ ଗତ କିଛି ସପ୍ତାହ ଅତ୍ୟନ୍ତ ରୋମାଞ୍ଚକର ରହିଛି। ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିଲା (୨୦୦୪ ପରଠାରୁ) ପୁଣିଥରେ ସରକାର ଗଢିବା ପାଇଁ ବିପକ୍ଷରେ ପରିବର୍ତ୍ତନ ପରମ୍ପରା ଜାରି ରହିଛି। ଯଦିଓ ନୀତୀଶ ସରକାର ରକ୍ଷା ପାଇଯାଇଥିଲେ, କିନ୍ତୁ ରବିବାର ବିଳମ୍ବିତ ରାତିରେ ହମ ମୁଖ୍ୟ ଜିତନ ରାମ ମାନ୍ଝୀ ଏବଂ ଭାଜପା-ଜେଡିୟୁର ଆଠ ଜଣ ବିଧାୟକ ଉଭୟ ଦଳର ନେତୃତ୍ୱର ଚିନ୍ତା ବଢାଇଥିଲେ॥ ସରକାରଙ୍କୁ ବଞ୍ଚାଇବା ପାଇଁ ଶକ୍ତି ଜୁଟାଇବା […] The post ନୀତୀଶ କୁମାରଙ୍କ ପାଇଁ ସଙ୍କଟମୋଚକ ସାଜିଲେ ଅମିତ ଶାହା appeared first on Dharitri Odia News.
ପାଟନା,୧୩।୨: ବିହାର ରାଜନୀତିରେ ଗତ କିଛି ସପ୍ତାହ ଅତ୍ୟନ୍ତ ରୋମାଞ୍ଚକର ରହିଛି। ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିଲା (୨୦୦୪ ପରଠାରୁ) ପୁଣିଥରେ ସରକାର ଗଢିବା ପାଇଁ ବିପକ୍ଷରେ ପରିବର୍ତ୍ତନ ପରମ୍ପରା ଜାରି ରହିଛି। ଯଦିଓ ନୀତୀଶ ସରକାର ରକ୍ଷା ପାଇଯାଇଥିଲେ, କିନ୍ତୁ ରବିବାର ବିଳମ୍ବିତ ରାତିରେ ହମ ମୁଖ୍ୟ ଜିତନ ରାମ ମାନ୍ଝୀ ଏବଂ ଭାଜପା-ଜେଡିୟୁର ଆଠ ଜଣ ବିଧାୟକ ଉଭୟ ଦଳର ନେତୃତ୍ୱର ଚିନ୍ତା ବଢାଇଥିଲେ॥ ସରକାରଙ୍କୁ ବଞ୍ଚାଇବା ପାଇଁ ଶକ୍ତି ଜୁଟାଇବା ସହିତ ଆରଜେଡିକୁ ଝଟକା ଦେବା ରଣନୀତି ରବିବାର ବିଳମ୍ବିତ ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା।
ଜେଡିୟୁର ୫ ବିଧାୟକଙ୍କ ସହ ଦଳ ଗତ କିଛି ଦିନ ହେଲା ସମ୍ପର୍କ କରି ପାରୁ ନ ଥିଲା। ସେମାନେ ଆରଜେଡି ସହ ସମ୍ପର୍କରେ ଥିବା ତଥା ଆରଜେଡି ସେମାନଙ୍କୁ ୧୦ କୋଟି ଲେଖାଏ ସହ ମନ୍ତ୍ରୀ ପଦର ଅଫର ଦେଇଥିବା ଶୁଣିବାକୁ ମିଳୁଥିଲା। ସେଥିମଧ୍ୟରୁ ୫ କୋଟି ଫ୍ଲୋର ଟେଷ୍ଟ ପୂର୍ବରୁ ଓ ୫ କୋଟି ଫ୍ଲୋର ଟେଷ୍ଟ ପରେ ଦିଆଯିବ ବୋଲି ଡିଲ ବି ଫାଇନାଲ ହୋଇଥିଲା।
ଅପରେସନ ଲାଲଟେନ୍କୁ ରୋକିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଥମେ କର୍ନାଟକ ଏବଂ ପରେ ଦିଲ୍ଲୀରୁ ମୋର୍ଚ୍ଚା ସମ୍ଭାଳିଥିଲେ। ଶାହାଙ୍କ ସହ ଯୋଗାଯୋଗରେ ରହି ପାଟନାରେ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ନୀତୀଶ କୁମାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦ୍ରୋହୀମାନଙ୍କୁ ମନାଇବାରେ ବ୍ୟସ୍ତ ଥିଲେ। ଏହି ସମୟରେ ମାନ୍ଝୀଙ୍କ ସହ ସମ୍ପର୍କ ନଷ୍ଟ ହୋଇଯାଇଥିଲା, ରାୟ ଦୁଇଥର ବିଳମ୍ବିତ ରାତିରେ ଏବଂ ସୋମବାର ସକାଳେ ତାଙ୍କ ବାସଭବନରେ ପହଞ୍ଚିଥିଲେ। ରବିବାର ବିଳମ୍ବିତ ରାତିରେ ନିଜେ ଆରଜେଡି ବିଧାୟକ ନୀଲମ ଦେବୀ, ଚେତନ ଆନନ୍ଦ ଏବଂ ପ୍ରହ୍ଲାଦ ଯାଦବଙ୍କୁ ସମ୍ପର୍କ କରିବାରେ ସଫଳ ହୋଇଥିଲେ। ଫଳରେ ଦଳର ମିଶନକୁ ସଫଳତା ମିଳିଥିଲା।
ଗତକାଲି ବିହାର ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସପକ୍ଷରେ ପଡିଲା ୧୨୯ ଭୋଟ।
The post ନୀତୀଶ କୁମାରଙ୍କ ପାଇଁ ସଙ୍କଟମୋଚକ ସାଜିଲେ ଅମିତ ଶାହା appeared first on Dharitri Odia News.