ନୂଆ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ ମାମଲା ରୁଜୁ; ଜାଣନ୍ତୁ କିପରି ଲେଖାଯିବ ଏଫଆଇଆର୍
ନୂଆଦିଲ୍ଲୀ: ଦେଶରେ ୩ ନୂଆ ଫୌଜଦାରୀ ଆଇନ୍ କାର୍ଯ୍ୟକାରୀ ହେବା ପରେ ରାଜଧାନୀ ଦିଲ୍ଲୀରେ ପ୍ରଥମ ମାମଲା ରୁଜୁ ହୋଇଛି । ଦିଲ୍ଲୀ କମଲା ମାର୍କେଟ୍ ଥାନାରେ ଏହି ନୂଆ ମାମଲା ରୁଜୁ ହୋଇଛି । ସବ୍ଇ-ଇନ୍ସପେକ୍ଟର କାର୍ତ୍ତିକ୍ ମୀନା ଅଭିଯୁକ୍ତ ବିରୋଧରେ ଏଫଆଇଆର୍ ରୁଜୁ କରିଛନ୍ତି । ସବ୍ ଇନ୍ସପେକ୍ଟର ପାଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ଡିଲକ୍ସ ଶୌଚାଳୟ ନିକଟରେ ଦୋକାନ ଲଗାଇ ଖୁଲମଖୋଲା ପାଣି, ବିଡି ଓ ସିଗାରେଟ୍ ବିକ୍ରି କରୁଥିଲେ । ଫଳରେ ଲୋକଙ୍କର ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିଲେ । ଏହାକୁ ନେଇ ଏସଆଇ ମୀନା ରାସ୍ତାରୁ ଦୋକାନ ହଟାଇବାକୁ ତାଙ୍କୁ କହିଥିଲେ । ପରେ ଦୋକାନ ମାଲିକ ସେଠାରୁ ଚାଲିଯାଇଥିଲେ । ପରେ ଏସଆଇ କାର୍ତ୍ତିକ୍ ମୀନା ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଛନ୍ତି ।ନୂଆ ଫୌଜଦାରୀ ଆଇନ ଅନୁଯାୟୀ, ଏଫଆଇଆର୍ ଭିନ୍ନ ଢଙ୍ଗରେ ଲେଖାଯିବ । ଭାରତୀୟ ନ୍ୟାୟ ସଂହିତା ଆଧାରରେ ଏଫଆଇଆର ଧାରା ଲେଖାଯିବ । ଦିଲ୍ଲୀ କମଲା ମାର୍କେଟରେ ପ୍ରଥମ ମାମଲା ରୁଜୁ ହୋଇଛି । ଧାରା ୧୭୩ରେ ଅନୁଯାୟୀ, ଏଫଆଇଆର୍ ହୋଇଛି । ଆଇପିସି ଧାରା ୧୫୪ ଏବେ ଇତିହାସ ହୋଇଛି । ସୂଚନା ମୁତାବକ, ଦିଲ୍ଲୀ ପୋଲିସ ନୂଆ ଆଇନରେ ଏଫଆଇଆର୍ ରୁଜୁ କରିବାକୁ ୨୫ ହଜାର ପୋଲିସକର୍ମୀ ତାଲିମ୍ ଦେଇଛି ।
ନୂଆଦିଲ୍ଲୀ: ଦେଶରେ ୩ ନୂଆ ଫୌଜଦାରୀ ଆଇନ୍ କାର୍ଯ୍ୟକାରୀ ହେବା ପରେ ରାଜଧାନୀ ଦିଲ୍ଲୀରେ ପ୍ରଥମ ମାମଲା ରୁଜୁ ହୋଇଛି । ଦିଲ୍ଲୀ କମଲା ମାର୍କେଟ୍ ଥାନାରେ ଏହି ନୂଆ ମାମଲା ରୁଜୁ ହୋଇଛି । ସବ୍ଇ-ଇନ୍ସପେକ୍ଟର କାର୍ତ୍ତିକ୍ ମୀନା ଅଭିଯୁକ୍ତ ବିରୋଧରେ ଏଫଆଇଆର୍ ରୁଜୁ କରିଛନ୍ତି । ସବ୍ ଇନ୍ସପେକ୍ଟର ପାଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ଡିଲକ୍ସ ଶୌଚାଳୟ ନିକଟରେ ଦୋକାନ ଲଗାଇ ଖୁଲମଖୋଲା ପାଣି, ବିଡି ଓ ସିଗାରେଟ୍ ବିକ୍ରି କରୁଥିଲେ । ଫଳରେ ଲୋକଙ୍କର ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିଲେ । ଏହାକୁ ନେଇ ଏସଆଇ ମୀନା ରାସ୍ତାରୁ ଦୋକାନ ହଟାଇବାକୁ ତାଙ୍କୁ କହିଥିଲେ । ପରେ ଦୋକାନ ମାଲିକ ସେଠାରୁ ଚାଲିଯାଇଥିଲେ । ପରେ ଏସଆଇ କାର୍ତ୍ତିକ୍ ମୀନା ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଛନ୍ତି ।
ନୂଆ ଫୌଜଦାରୀ ଆଇନ ଅନୁଯାୟୀ, ଏଫଆଇଆର୍ ଭିନ୍ନ ଢଙ୍ଗରେ ଲେଖାଯିବ । ଭାରତୀୟ ନ୍ୟାୟ ସଂହିତା ଆଧାରରେ ଏଫଆଇଆର ଧାରା ଲେଖାଯିବ । ଦିଲ୍ଲୀ କମଲା ମାର୍କେଟରେ ପ୍ରଥମ ମାମଲା ରୁଜୁ ହୋଇଛି । ଧାରା ୧୭୩ରେ ଅନୁଯାୟୀ, ଏଫଆଇଆର୍ ହୋଇଛି । ଆଇପିସି ଧାରା ୧୫୪ ଏବେ ଇତିହାସ ହୋଇଛି । ସୂଚନା ମୁତାବକ, ଦିଲ୍ଲୀ ପୋଲିସ ନୂଆ ଆଇନରେ ଏଫଆଇଆର୍ ରୁଜୁ କରିବାକୁ ୨୫ ହଜାର ପୋଲିସକର୍ମୀ ତାଲିମ୍ ଦେଇଛି ।