ନ୍ୟୁଜ ଚ୍ୟାନେଲର ଏକଜିଟ ପୋଲ ବିତର୍କରେ ଭାଗ ନେବନି କଂଗ୍ରେସ, କାରଣ…
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟିଂ ପରେ ଜୁନ ୪ରେ ଫଳାଫଳ ଆସିବ। ଏହାପୂର୍ବରୁ, ଶନିବାର ଟିଭି ନ୍ୟୁଜ ଚ୍ୟାନେଲ ଓ ବିଭିନ୍ନ ଏଜେନ୍ସି ଦ୍ୱାରା ଏକଜିଟ ପୋଲର ଫଳାଫଳର ଆକଳନ କରାଯିବ। ଏହି ଫଳାଫଳକୁ ନେଇ ବିଭିନ୍ନ ଚ୍ୟାନେଲରେ ବିତର୍କ ମଧ୍ୟ ହେବ । ଯେଉଁଥିରେ ସବୁ ଦଳର ନେତା ଭାଗ ନେଇ ସେମାନଙ୍କର ମତ ପ୍ରକାଶ କରିବେ। କିନ୍ତୁ ଏକଜିଟ ପୋଲର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଏହି ଆଲୋଚନାରେ […] The post ନ୍ୟୁଜ ଚ୍ୟାନେଲର ଏକଜିଟ ପୋଲ ବିତର୍କରେ ଭାଗ ନେବନି କଂଗ୍ରେସ, କାରଣ… appeared first on Dharitri Odia News.
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟିଂ ପରେ ଜୁନ ୪ରେ ଫଳାଫଳ ଆସିବ। ଏହାପୂର୍ବରୁ, ଶନିବାର ଟିଭି ନ୍ୟୁଜ ଚ୍ୟାନେଲ ଓ ବିଭିନ୍ନ ଏଜେନ୍ସି ଦ୍ୱାରା ଏକଜିଟ ପୋଲର ଫଳାଫଳର ଆକଳନ କରାଯିବ। ଏହି ଫଳାଫଳକୁ ନେଇ ବିଭିନ୍ନ ଚ୍ୟାନେଲରେ ବିତର୍କ ମଧ୍ୟ ହେବ । ଯେଉଁଥିରେ ସବୁ ଦଳର ନେତା ଭାଗ ନେଇ ସେମାନଙ୍କର ମତ ପ୍ରକାଶ କରିବେ। କିନ୍ତୁ ଏକଜିଟ ପୋଲର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଏହି ଆଲୋଚନାରେ ଭାଗ ନେବାନାହିଁ ବୋଲି ବଡ଼ ଘୋଷଣା କରିଛି।
ଶେଷ ପର୍ଯ୍ୟାୟ ଭୋଟିଂ ପରେ ଟିଭି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏକଜିଟ ପୋଲ ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଏକଜିଟ ପୋଲ ମାଧ୍ୟମରେ ବେଟିଂ ବଜାରକୁ ପ୍ରଭାବିତ କରିବାର ପ୍ରୟାସ କରାଯିବାର ସମ୍ଭାବନା ରହିଛି। ତେଣୁ ଦଳ ଜୁନ ୪ ଫଳାଫଳକୁ ଅପେକ୍ଷା କରିବ ବୋଲି କହିଛି।
The post ନ୍ୟୁଜ ଚ୍ୟାନେଲର ଏକଜିଟ ପୋଲ ବିତର୍କରେ ଭାଗ ନେବନି କଂଗ୍ରେସ, କାରଣ… appeared first on Dharitri Odia News.