ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍ସ
ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’ ମିଳିଛି। ଉଲ୍ଲେଖଯୋଗ୍ୟ, ଆଉଟ୍ଲୁକ ବିଜ୍ନେସ୍ ସ୍ପଟ୍ଲାଇଟର ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବ ‘ଆଚିଭର୍ସ ଆଓ୍ବାଡର୍ସ-୨୦୨୪’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏହି ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ପଞ୍ଚଟାଭାକୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଭାଜପାର ଜାତୀୟ ପ୍ରବକ୍ତା ସେହଜାଦ ପୁନାଓ୍ବାଲ ସମ୍ମାନିତ ଅତିଥି ଭାବେ […] The post ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍ସ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’ ମିଳିଛି।
ଉଲ୍ଲେଖଯୋଗ୍ୟ, ଆଉଟ୍ଲୁକ ବିଜ୍ନେସ୍ ସ୍ପଟ୍ଲାଇଟର ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବ ‘ଆଚିଭର୍ସ ଆଓ୍ବାଡର୍ସ-୨୦୨୪’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏହି ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ପଞ୍ଚଟାଭାକୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଭାଜପାର ଜାତୀୟ ପ୍ରବକ୍ତା ସେହଜାଦ ପୁନାଓ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲା ବେଳେ ଆଉଟ୍ଲୁକ ବିଜ୍ନେସ୍ର ସମ୍ପାଦକ ନୀରଜ ଠାକୁର ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ପଞ୍ଚଟାଭା ଆଡଭର୍ଟାଇଜିଂର ଏମ୍ଡି ସଞ୍ଜୟ ନାରାୟଣ ସିଂ ଅତିଥିଙ୍କଠାରୁ ଆଚିଭର୍ସ ଆଓ୍ବାଡର୍ସ ସମ୍ମାନ ଗ୍ରହଣ କରିଥିଲେ।
ସେହିଭଳି ବିଜ୍ଞାପନ ଶିଳ୍ପରେ ବୈପ୍ଲବିକ ପରିବର୍ତ୍ତନ ଓ ଉଲ୍ଲେଖନୀୟ ଅବଦାନ ସାଙ୍ଗକୁ ଗୁଣବତ୍ତା କାର୍ଯ୍ୟଶୈଳୀ ପାଇଁ ପଞ୍ଚଟାଭାକୁ ଏହି ସମ୍ମାନ ଦିଆଯାଇଛି। ଏପରିକି ବିଗତ ଦିନରେ ମଧ୍ୟ ସଂସ୍ଥାର ଗୁଣବତ୍ତା କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ମଧ୍ୟ ସିଂ ସମ୍ମାନିତ ହୋଇଥିଲେ।
The post ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍ସ appeared first on Dharitri Odia News.