ପଡିଆ ମଝିରେ ଚୁମ୍ବନ ଦେଇ ଫସିଲେ ହର୍ଷିତ

କୋଲକତା,୨୪।୩: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ କେକେଆର୍‌ ବୋଲର ହର୍ଷିତ ରାଣା ମୟଙ୍କ ଅଗ୍ରୱାଲଙ୍କୁ ବରଖାସ୍ତ କରିବା ପରେ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ। ଏହି କାର୍ଯ୍ୟ ତାଙ୍କ ପାଇଁ ମହଙ୍ଗା ପଡିଥିଲା। ହର୍ଷଙ୍କୁ ମ୍ୟାଚ ଫି କଟାଯାଇଛି। ମୟଙ୍କ ଏବଂ ଅଭିଷେକ ହାଇଦ୍ରାବାଦ ପାଇଁ ଇନିଂସ ଓପନ କରିବାକୁ ଆସିଥିଲେ। ଏହି ସମୟରେ ଦୁହେଁ ଜୋରଦାର ବ୍ୟାଟିଂ ଆରମ୍ଭ କରିଥିଲେ। […] The post ପଡିଆ ମଝିରେ ଚୁମ୍ବନ ଦେଇ ଫସିଲେ ହର୍ଷିତ appeared first on Dharitri Odia News.

ପଡିଆ ମଝିରେ ଚୁମ୍ବନ ଦେଇ ଫସିଲେ ହର୍ଷିତ

କୋଲକତା,୨୪।୩: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ କେକେଆର୍‌ ବୋଲର ହର୍ଷିତ ରାଣା ମୟଙ୍କ ଅଗ୍ରୱାଲଙ୍କୁ ବରଖାସ୍ତ କରିବା ପରେ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ। ଏହି କାର୍ଯ୍ୟ ତାଙ୍କ ପାଇଁ ମହଙ୍ଗା ପଡିଥିଲା। ହର୍ଷଙ୍କୁ ମ୍ୟାଚ ଫି କଟାଯାଇଛି।
ମୟଙ୍କ ଏବଂ ଅଭିଷେକ ହାଇଦ୍ରାବାଦ ପାଇଁ ଇନିଂସ ଓପନ କରିବାକୁ ଆସିଥିଲେ। ଏହି ସମୟରେ ଦୁହେଁ ଜୋରଦାର ବ୍ୟାଟିଂ ଆରମ୍ଭ କରିଥିଲେ। କେକେଆର୍‌ ବୋଲରମାନେ ବହୁତ ଚାପରେ ଥିବା ପରି ମନେ ହେଉଥିଲା। ଏହି ସମୟରେ ହର୍ଷିତ ରାଣା କେକେଆର ପାଇଁ ଷଷ୍ଠ ଓଭରରେ ବୋଲିଂ କରିଥିଲେ। ସେ ଓଭରର ତୃତୀୟ ବଲରେ ମୟକଙ୍କୁ ଆଉଟ୍‌ କରିଥିଲେ। ୨୧ ବଲରେ ୩୨ ରନ ସ୍କୋର କରିବା ପରେ ମୟକ ଆଉଟ ହୋଇଥିଲେ। ମୟକ ଆଉଟ ହେବା ପରେ ହର୍ଷିତ ତାଙ୍କୁ ଏକ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ। ଏହି କାର୍ଯ୍ୟ ହର୍ଷିତଙ୍କ ପାଇଁ ମହଙ୍ଗା ପ୍ରମାଣିତ ହୋଇଥିଲା। ଆଇପିଏଲ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ କୋଲକାତା ନାଇଟ ରାଇଡର୍ସ ବୋଲର ହର୍ଷିତଙ୍କୁ ତାଙ୍କ ମ୍ୟାଚ ଫି’ର ୬୦ ପ୍ରତିଶତ ଜୋରିମନା କରାଯାଇଛି।

The post ପଡିଆ ମଝିରେ ଚୁମ୍ବନ ଦେଇ ଫସିଲେ ହର୍ଷିତ appeared first on Dharitri Odia News.