ପପୁଆ ନ୍ୟୁ ଗିନି ଭୂସ୍ଖଳନ, ମାଟି ତଳେ ଦବି ହୋଇ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ପପୁଆ ନ୍ୟୁ ଗିନିରେ ୩ ଦିନ ତଳେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ୨,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଭୂସ୍ଖଳନ ପରେ ମାଟି ତଳେ ଦବି ହୋଇ ସେମାନଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଉଛି । ସୋମବାର ସରକାର କହିଛନ୍ତି ଯେ ଏହା ଏକ ବିପଜ୍ଜନକ ଅଞ୍ଚଳ ହୋଇଥିବାରୁ ସହାୟତାରେ ବାଧା ଉପୁଜୁଛି । ତେଣୁ ଏଭଳି ପରିସ୍ଥିତିରେ ଦବି ରହିଥିବା ଲୋକମାନେ ଜୀବିତ ଅବସ୍ଥାରେ ମିଳିବାର ଆଶା ବହୁତ କମ୍‌ ରହିଛି […] The post ପପୁଆ ନ୍ୟୁ ଗିନି ଭୂସ୍ଖଳନ, ମାଟି ତଳେ ଦବି ହୋଇ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ appeared first on KNews Odisha.

ପପୁଆ ନ୍ୟୁ ଗିନି ଭୂସ୍ଖଳନ, ମାଟି ତଳେ ଦବି ହୋଇ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
papua

ପପୁଆ ନ୍ୟୁ ଗିନିରେ ୩ ଦିନ ତଳେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ୨,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଭୂସ୍ଖଳନ ପରେ ମାଟି ତଳେ ଦବି ହୋଇ ସେମାନଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଉଛି । ସୋମବାର ସରକାର କହିଛନ୍ତି ଯେ ଏହା ଏକ ବିପଜ୍ଜନକ ଅଞ୍ଚଳ ହୋଇଥିବାରୁ ସହାୟତାରେ ବାଧା ଉପୁଜୁଛି । ତେଣୁ ଏଭଳି ପରିସ୍ଥିତିରେ ଦବି ରହିଥିବା ଲୋକମାନେ ଜୀବିତ ଅବସ୍ଥାରେ ମିଳିବାର ଆଶା ବହୁତ କମ୍‌ ରହିଛି ।

ଜାତୀୟ ବିପର୍ଯ୍ୟୟ କେନ୍ଦ୍ର ମିଳିତ ଜାତିସଂଘକୁ ଲେଖିଥିବା ଏକ ଚିଠିରେ ମୃତ୍ୟୁର ଏହି ନୂତନ ସଂଖ୍ୟା ଦର୍ଶାଇଛି । ତେବେ ଦିନକ ପୂର୍ବରୁ ସମ୍ଭାବ୍ୟ ମୃତ୍ୟୁ ସଂଖ୍ୟା ୬୭୦ରୁ ଅଧିକ ବୋଲି କୁହାଯାଇଥିଲା ।

The post ପପୁଆ ନ୍ୟୁ ଗିନି ଭୂସ୍ଖଳନ, ମାଟି ତଳେ ଦବି ହୋଇ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ appeared first on KNews Odisha.