ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନନ୍ଦିଘୋଷ ବ୍ୟୁରୋ: ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପର୍ତ୍ତୁଗାଲ ଗସ୍ତବେଳେ ସେ ପ୍ରତିପକ୍ଷ ମାର୍ସେଲୋ ଡି... The post ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ appeared first on .

ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନନ୍ଦିଘୋଷ ବ୍ୟୁରୋ: ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପର୍ତ୍ତୁଗାଲ ଗସ୍ତବେଳେ ସେ ପ୍ରତିପକ୍ଷ ମାର୍ସେଲୋ ଡି ସୌସା ଓ ପ୍ରଧାନମନ୍ତ୍ରୀ ଲୁଇ ମଣ୍ଟେନଗ୍ରୋଙ୍କ ସହ ଆଲୋଚନା କରିବେ। ପରେ ସେ ସ୍ଲୋଭିକିଆ ଯାଇ ସେଠାରେ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଓ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୨୭ ବର୍ଷ ପରେ ପର୍ତ୍ତୁଗାଲକୁ ଜଣେ ଭାରତୀୟ ରାଷ୍ଟ୍ରପତି ଭାବେ ଯିବାରେ ଦ୍ରୌପଦୀ ମୁର୍ମୁ ପ୍ରଥମ। ଉଭୟ ଭାରତ ଓ ପର୍ତ୍ତୁଗାଲ ମଧ୍ଯରେ ଉତ୍ତମ କୂଟନୈତିକ ସମ୍ପର୍କ ରହିଛି। ଦୁଇ ରାଷ୍ଟ୍ର ମଧ୍ଯରେ ସହଭାଗିତା ବୃଦ୍ଧି ଲାଗି ଏହି ଗସ୍ତ ଉଦ୍ଦିଷ୍ଟ ବୋଲି ସୂଚନା ମିଳିଛି। ସେହିପରି ସ୍ଲୋଭାକିଆକୁ ଦୀର୍ଘ ୨୯ ବର୍ଷ ପରେ ଜଣେ ଭାରତୀୟ ରାଷ୍ଟ୍ରପତି ବାବେ ଦ୍ରୌପଦୀ ମୁର୍ମୁ ଗସ୍ତ କରୁଛନ୍ତି। ବିଶ୍ବର ଅର୍ଥନୈତିକ ପରିବର୍ତ୍ତନ, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୂଆ ଟାରିଫ ନୀତି ଆଦି ସ୍ଥିତିରେ ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି ।

The post ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ appeared first on .