ପର୍ଯ୍ୟଟନଙ୍କୁ ଆକୃଷ୍ଟ ପାଇଁ ପ୍ରୟାସ: ଅଣ୍ଟା ଭିଡ଼ିଲା ହୋଟେଲ ଆସୋସିଏଶନ

ଭବାନୀପାଟଣା,୧୭।୧୧(ଉତ୍ତମ କୁମାର ଦାଶ): ଭବାନୀପାଟଣା ସ୍ଥିତ ହୋଟେଲ ମିଟ୍‌ ଟାଉନରେ ରବିବାର ସାରେ କଳାହାଣ୍ଡି ହୋଟେଲ, ରେଷ୍ଟୁରାଣ୍ଟ ଆସୋସିଏଶନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଗ୍ନି ନିରାପତ୍ତା, ସଦସ୍ୟତା ପଞ୍ଜିକରଣ, ଜିଲାର ପର୍ଯ୍ୟଟନସ୍ଥଳୀ ଗୁଡିକର ଉନ୍ନତିକରଣ, ଏସଟିପି ପ୍ଲାଣ୍ଟ ସମେତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସେହିପରି ଏହାର ସମାଧାନ ଦିଗ ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପରେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ଏଥିରେ ସର୍ବସମ୍ମତି କ୍ରମେ କଳାହାଣ୍ଡି ହୋଟେଲ, ରେଷ୍ଟୁରାଣ୍ଟ […] The post ପର୍ଯ୍ୟଟନଙ୍କୁ ଆକୃଷ୍ଟ ପାଇଁ ପ୍ରୟାସ: ଅଣ୍ଟା ଭିଡ଼ିଲା ହୋଟେଲ ଆସୋସିଏଶନ appeared first on Dharitri Odia News.

ପର୍ଯ୍ୟଟନଙ୍କୁ ଆକୃଷ୍ଟ ପାଇଁ ପ୍ରୟାସ: ଅଣ୍ଟା ଭିଡ଼ିଲା ହୋଟେଲ ଆସୋସିଏଶନ

ଭବାନୀପାଟଣା,୧୭।୧୧(ଉତ୍ତମ କୁମାର ଦାଶ): ଭବାନୀପାଟଣା ସ୍ଥିତ ହୋଟେଲ ମିଟ୍‌ ଟାଉନରେ ରବିବାର ସାରେ କଳାହାଣ୍ଡି ହୋଟେଲ, ରେଷ୍ଟୁରାଣ୍ଟ ଆସୋସିଏଶନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଅଗ୍ନି ନିରାପତ୍ତା, ସଦସ୍ୟତା ପଞ୍ଜିକରଣ, ଜିଲାର ପର୍ଯ୍ୟଟନସ୍ଥଳୀ ଗୁଡିକର ଉନ୍ନତିକରଣ, ଏସଟିପି ପ୍ଲାଣ୍ଟ ସମେତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସେହିପରି ଏହାର ସମାଧାନ ଦିଗ ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପରେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ଏଥିରେ ସର୍ବସମ୍ମତି କ୍ରମେ କଳାହାଣ୍ଡି ହୋଟେଲ, ରେଷ୍ଟୁରାଣ୍ଟ ଆସୋସିଏସନର ନୂତନ ସଭାପତି ଭାବେ ଅଂଶୁମାନ ଦାସ, ଉପସଭାପତି ଭାବେ ହିମାଂଶୁ ବରାଡ଼, ସାଧାରଣ ସମ୍ପାଦକ ମହେଶ କୁମାର ଅଗ୍ରୱାଲ, ସହ ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ସୁବିର ଠାକୁର ପ୍ରମୁଖ ମନୋନୀତ ହୋଇଥିଲେ।

ସେହିପରି କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ପ୍ରଫୁଲ୍ଲ କୁମାର ପ୍ରଧାନ, ସୁଧୀର କୁମାର ପଟ୍ଟଯୋଶୀ, ତୁଷାର ରଞ୍ଜନ ପଟ୍ଟଯୋଶୀ, ପ୍ରମୋଦ କୁମାର ଖମାରୀ, ସତ୍ୟରଞ୍ଜନ ବେହେରା ପ୍ରମୁଖ ମନୋନୀତ ହୋଇଥିଲେ। ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମଧ୍ୟ ଯୋଗଦେଇଥିଲେ।

The post ପର୍ଯ୍ୟଟନଙ୍କୁ ଆକୃଷ୍ଟ ପାଇଁ ପ୍ରୟାସ: ଅଣ୍ଟା ଭିଡ଼ିଲା ହୋଟେଲ ଆସୋସିଏଶନ appeared first on Dharitri Odia News.