ପଲିଟିକ୍ସକୁ ଓହ୍ଲାଇବେ ସଲମାନ? କ୍ରିପ୍ଟିକ୍‌ ପୋଷ୍ଟକୁ ନେଇ ବଢ଼ିଲା ହଲଚଲ…   

ମୁମ୍ବାଇ: ବଲିଉଡ ପରେ ନୂଆ ଇନିଂସ ଆରମ୍ଭ କରିବେ ଭାଇଜାନ୍‌। ସେଇଟି ହେଲା ରାଜନୀତି। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ଏହା ପଛରେ ରହିଛି ସୁପରଷ୍ଟାର ସଲମାନଙ୍କ ଏକ ପୋଷ୍ଟ। ଆଗକୁ ମହାରାଷ୍ଟ୍ରରେ ବିଏମ୍‌ସିର ନିର୍ବାଚନ ହେବାକୁ ଯାଉଛି। ଏମିତିରେ ସଲମାନ ରାଜନୀତିକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି। ସଲମାନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ଶେୟାର କରିଛନ୍ତି। ପୋଷ୍ଟରେ ଏକ ଫଟୋ ରହିଛି, ଯାହାକି ଆନିମେଟେଡ୍‌। ଫଟୋରେ ଚେହେରା ନଜର ଆସୁ ନ […] The post ପଲିଟିକ୍ସକୁ ଓହ୍ଲାଇବେ ସଲମାନ? କ୍ରିପ୍ଟିକ୍‌ ପୋଷ୍ଟକୁ ନେଇ ବଢ଼ିଲା ହଲଚଲ…    appeared first on Dharitri Odia News.

ପଲିଟିକ୍ସକୁ ଓହ୍ଲାଇବେ ସଲମାନ? କ୍ରିପ୍ଟିକ୍‌ ପୋଷ୍ଟକୁ ନେଇ ବଢ଼ିଲା ହଲଚଲ…   
ମୁମ୍ବାଇ: ବଲିଉଡ ପରେ ନୂଆ ଇନିଂସ ଆରମ୍ଭ କରିବେ ଭାଇଜାନ୍‌। ସେଇଟି ହେଲା ରାଜନୀତି। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ଏହା ପଛରେ ରହିଛି ସୁପରଷ୍ଟାର ସଲମାନଙ୍କ ଏକ ପୋଷ୍ଟ। ଆଗକୁ ମହାରାଷ୍ଟ୍ରରେ ବିଏମ୍‌ସିର ନିର୍ବାଚନ ହେବାକୁ ଯାଉଛି। ଏମିତିରେ ସଲମାନ ରାଜନୀତିକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି।
Salman Khan Cryptic Post
ସଲମାନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ଶେୟାର କରିଛନ୍ତି। ପୋଷ୍ଟରେ ଏକ ଫଟୋ ରହିଛି, ଯାହାକି ଆନିମେଟେଡ୍‌। ଫଟୋରେ ଚେହେରା ନଜର ଆସୁ ନ ଥିଲେ ହେଁ ତାଙ୍କର ହାତର ବ୍ରେସଲେଟ୍‌ ନଜର ଆସୁଛି। ସେ ହାତ ମଧ୍ୟ ଯୋଡ଼ିଛନ୍ତି। ଫଟୋରେ ଲେଖାଯାଇଛି ଯେ ନୂଆ ମଇଦାନରେ ଦେଖାହେବା। ବାସ୍‌ ଏହାକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି।
ଅପରପକ୍ଷେ କିଛି ସଲମାନଙ୍କ ଏଭଳି ପୋଷ୍ଟ ପଛରେ ବିଗ୍‌ବସ୍‌କୁ ନେଇ ପ୍ରମୋଶନ ଥାଇପାରେ ବୋଲି କହୁଛନ୍ତି। ତେବେ ଏହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

 

View this post on Instagram

 

A post shared by JioHotstar (@jiohotstar)

The post ପଲିଟିକ୍ସକୁ ଓହ୍ଲାଇବେ ସଲମାନ? କ୍ରିପ୍ଟିକ୍‌ ପୋଷ୍ଟକୁ ନେଇ ବଢ଼ିଲା ହଲଚଲ…    appeared first on Dharitri Odia News.