ପାକିସ୍ତାନ ନିର୍ବାଚନରେ EVM ବ୍ୟବହାର ହେଉଥିଲେ ଭୋଟ ଚୋରି ହୋଇ ନଥାନ୍ତା: ଇମ୍ରାନ ଖାନ
ରାୱଲପିଣ୍ଡି ୧୭।୩: ପାକିସ୍ତାନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଥିଲେ ନିର୍ବାଚନରେ ଭ୍ରଷ୍ଟାଚାର ହୋଇ ପାରିନଥାନ୍ତା। ଏହା କହିଛନ୍ତି ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ) ପାର୍ଟି ମୁଖ୍ୟ ଇମ୍ରାନ ଖାନ। ଜେଲରେ ବନ୍ଦୀ ଇମ୍ରାନ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟା ହିଁ ଭ୍ରଷ୍ଟ ଥିଲା ବୋଲି କହିଛନ୍ତି। ପାକିସ୍ତାନ ସାଧାରଣ ନିର୍ବାଚନ ଫଳାଫଳ ଆସିବାର ଅନେକ ସମୟ ବିତିଗଲାଣି। ତେବେ କେବଳ ଦେଶ ନୁହେଁ ବିଦେଶରେ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାକୁ ନେଇ ଏବେବି ପ୍ରଶ୍ନ ଉଠୁଛି। ଏଥିରେ ଇମ୍ରାନଙ୍କ ବୟାନ ଏକ ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ଆଦିଆଲା ଜେଲରେ ବନ୍ଦୀ ପିଟିଆଇ ସଂସ୍ଥାପକ ଇମ୍ରାନ ଖାନ ଜନୈକ ସାମ୍ବାଦିକଙ୍କ ସହ କଥୋପକଥନରେ ‘ଯଦି ଆଜି ଇଭିଏମ ଥାନ୍ତା ମାତ୍ର ଘଣ୍ଟାକରେ ମତଦାନର ସମସ୍ତ ତ୍ରୁଟି ସମାଧାନ ହୋଇଯାଇଥାନ୍ତା’ ବୋଲି କହିଛନ୍ତି। ଇମ୍ରାନ କହିଛନ୍ତି ଯେ ପାକିସ୍ତାନ ନିର୍ବାଚନ ଆୟୋଗ, କେତେକ ରାଜନୈତିକ ଦଳ ଓ ଅନୁଷ୍ଠାନ ଦେଶକୁ ଇଭିଏମ ଆଣିବାର ଯୋଜନାକୁ ବର୍ବାଦ କରିଦେଇଛନ୍ତି। ରିପୋର୍ଟରଙ୍କ ସହ ଆଲୋଚନାରେ ଇମ୍ରାନ କହିଛନ୍ତି ଯେ ସାଧାରଣ ନିର୍ବାଚନରେ ଜନତାଙ୍କ ଜନାଦେଶ ଚୋରାଇଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ଆଇନରେ କାର୍ଯ୍ୟାନୁଷ୍ଠାନ ହେବା କଥା। ଇମ୍ରାନ ଆମେରିକାରେ ଆଇଏମଏଫ ବାହାରେ ହୋଇଥିବା ପ୍ରଦର୍ଶନକୁ ସମର୍ଥନ କରିଛନ୍ତି। ତେବେ ଏହି ବିକ୍ଷୋଭରେ ପାକିସ୍ତାନୀ ସେନା ବିରୋଧରେ ଦି
ରାୱଲପିଣ୍ଡି ୧୭।୩: ପାକିସ୍ତାନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଥିଲେ ନିର୍ବାଚନରେ ଭ୍ରଷ୍ଟାଚାର ହୋଇ ପାରିନଥାନ୍ତା। ଏହା କହିଛନ୍ତି ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ) ପାର୍ଟି ମୁଖ୍ୟ ଇମ୍ରାନ ଖାନ। ଜେଲରେ ବନ୍ଦୀ ଇମ୍ରାନ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟା ହିଁ ଭ୍ରଷ୍ଟ ଥିଲା ବୋଲି କହିଛନ୍ତି। ପାକିସ୍ତାନ ସାଧାରଣ ନିର୍ବାଚନ ଫଳାଫଳ ଆସିବାର ଅନେକ ସମୟ ବିତିଗଲାଣି। ତେବେ କେବଳ ଦେଶ ନୁହେଁ ବିଦେଶରେ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାକୁ ନେଇ ଏବେବି ପ୍ରଶ୍ନ ଉଠୁଛି। ଏଥିରେ ଇମ୍ରାନଙ୍କ ବୟାନ ଏକ ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

ଆଦିଆଲା ଜେଲରେ ବନ୍ଦୀ ପିଟିଆଇ ସଂସ୍ଥାପକ ଇମ୍ରାନ ଖାନ ଜନୈକ ସାମ୍ବାଦିକଙ୍କ ସହ କଥୋପକଥନରେ ‘ଯଦି ଆଜି ଇଭିଏମ ଥାନ୍ତା ମାତ୍ର ଘଣ୍ଟାକରେ ମତଦାନର ସମସ୍ତ ତ୍ରୁଟି ସମାଧାନ ହୋଇଯାଇଥାନ୍ତା’ ବୋଲି କହିଛନ୍ତି। ଇମ୍ରାନ କହିଛନ୍ତି ଯେ ପାକିସ୍ତାନ ନିର୍ବାଚନ ଆୟୋଗ, କେତେକ ରାଜନୈତିକ ଦଳ ଓ ଅନୁଷ୍ଠାନ ଦେଶକୁ ଇଭିଏମ ଆଣିବାର ଯୋଜନାକୁ ବର୍ବାଦ କରିଦେଇଛନ୍ତି। ରିପୋର୍ଟରଙ୍କ ସହ ଆଲୋଚନାରେ ଇମ୍ରାନ କହିଛନ୍ତି ଯେ ସାଧାରଣ ନିର୍ବାଚନରେ ଜନତାଙ୍କ ଜନାଦେଶ ଚୋରାଇଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ଆଇନରେ କାର୍ଯ୍ୟାନୁଷ୍ଠାନ ହେବା କଥା।

ଇମ୍ରାନ ଆମେରିକାରେ ଆଇଏମଏଫ ବାହାରେ ହୋଇଥିବା ପ୍ରଦର୍ଶନକୁ ସମର୍ଥନ କରିଛନ୍ତି। ତେବେ ଏହି ବିକ୍ଷୋଭରେ ପାକିସ୍ତାନୀ ସେନା ବିରୋଧରେ ଦିଆଯାଇଥିବା ସ୍ଲୋଗାନରୁ ସେ ନିଜକୁ ଦୂରେଇ ନେଇଛନ୍ତି। ପାକିସ୍ତାନର ଅର୍ଥ ବ୍ୟବସ୍ଥା ଉପରେ ଇମ୍ରାନ କହିଛନ୍ତି ଯେ ସଂକଟରେ ପଡିଥିବା ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ବର୍ତ୍ତମାନର ସରକାର ପକ୍ଷେ ସମ୍ଭବ ନୁହେଁ। ସେ ଏକଥାକୁ ମଧ୍ୟ ଅସ୍ୱୀକାର କରିଛନ୍ତି ଯେ ତାଙ୍କ ସରକାର ଦେଶକୁ ଆର୍ଥିକ ସଂକଟରେ ଛାଡି ଦେଇଛି। ଇମ୍ରାନ କହିଛନ୍ତି ଯେ ୨୦୧୮ରେ ଯେବେ ପିଏମଏଲ-ଏନ ସରକାର କ୍ଷମତାରୁ ଗଲେ ସେତେବେଳେ ଦେଶର ଟ୍ରେଡ ଡେଫିସିଟ୍ ୨୦ ବିଲିୟନ ଡଲାର ପାର ହୋଇଯାଇଥିଲା। ଆମ ପାଖରେ ଆଇଏମଏଫ ଦ୍ୱାରସ୍ତ ହେବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା।