ପାକିସ୍ତାନ ସେନାର ଆକ୍ରମଣ ବେଳେ ଭାରତର ପାଲଟା ଜବାବ: ୭ ଆତଙ୍କବାଦୀ ନିହତ; ୩ ପାକିସ୍ତାନୀ ଯବାନ ମୃତ

ନୂଆଦିଲ୍ଲୀ: କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ସେନା ଉଦ୍ୟମ ପଣ୍ଡ କଲା ଭାରତୀୟ ସେନା। ଭାରତୀୟ ସୀମାରେ ଅନୁପ୍ରବେଶ ବେଳେ ୭ ଆତଙ୍କବାଦୀଙ୍କୁ ଗୁଳି କରି ସଫା କଲେ ଭାରତୀୟ ଯବାନ। ନିହତଙ୍କ ମଧ୍ୟରୁ ୨-୩ ପାକିସ୍ତାନ ସେନା ଯବାନ ଥିବା ସୂଚନା ମିଳିଛି। ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ଫେବ୍ରୁଆରୀ ୪-୫ ମଧ୍ୟ ରାତ୍ରୀରେ ସେନା ପୋଷ୍ଟ ଓ ଏଲଓସି ଦେଇ ପାକିସ୍ତାନ ପଟୁ ଅନୁପ୍ରବେଶ ହେଉଥିଲା। ଭାରତ ବିରୋଧୀ ଏଜେଣ୍ଡା 'କାଶ୍ମୀର ଡେ' ପାଳନ ହେଉଥିବା ବେଳେ ଏମାନେ ଭାରତକୁ ଆସି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ। ହେଲେ ଭାରତୀୟ ସେନା ପକ୍ଷରୁ ସତର୍କତାର ସହ ସମସ୍ତ ଅନୁପ୍ରବେଶକାରୀଙ୍କୁ ଗୁଳି ସଫାକରି ଦିଆଯାଇଛି। ବିଶେଷ ସୂତ୍ରରୁ ଇଣ୍ଡିଆଟୁଡେକୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ସୀମାପାର ଅପରେସନ୍ ପାଇଁ ସ୍ୱତନ୍ତ୍ର ୟୁନିଟ୍ ବର୍ଡର ଆକ୍ସନ ଟିମ୍ (BAT) ନେତୃତ୍ୱରେ କିଛି ଆତଙ୍କବାଦୀ ପ୍ରଥମେ ଭାରତୀୟ ଯବାନଙ୍କ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ। ହେଲେ ଭାରତୀୟ ସେନାର ଆଗୁଆ କାର୍ଯ୍ୟାନୁଷ୍ଠାନ ଯୋଗୁ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଛି। ଅପରେସନରେ ନିହତ ଆତଙ୍କବାଦୀମାନେ ସମ୍ଭବତଃ ଅଲ-ବଦ୍ର ଗୋଷ୍ଠୀର ସଦସ୍ୟ ଥିଲେ ବୋଲି କୁହାଯାଉଛି। ଚଳିତ ସପ୍ତାହ ଆରମ୍ଭରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ସହିତ ଥିବା ସମ

ପାକିସ୍ତାନ ସେନାର ଆକ୍ରମଣ ବେଳେ ଭାରତର ପାଲଟା ଜବାବ: ୭ ଆତଙ୍କବାଦୀ ନିହତ; ୩ ପାକିସ୍ତାନୀ ଯବାନ ମୃତ

ନୂଆଦିଲ୍ଲୀ: କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ସେନା ଉଦ୍ୟମ ପଣ୍ଡ କଲା ଭାରତୀୟ ସେନା। ଭାରତୀୟ ସୀମାରେ ଅନୁପ୍ରବେଶ ବେଳେ ୭ ଆତଙ୍କବାଦୀଙ୍କୁ ଗୁଳି କରି ସଫା କଲେ ଭାରତୀୟ ଯବାନ। ନିହତଙ୍କ ମଧ୍ୟରୁ ୨-୩ ପାକିସ୍ତାନ ସେନା ଯବାନ ଥିବା ସୂଚନା ମିଳିଛି। 

ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ଫେବ୍ରୁଆରୀ ୪-୫ ମଧ୍ୟ ରାତ୍ରୀରେ ସେନା ପୋଷ୍ଟ ଓ ଏଲଓସି ଦେଇ ପାକିସ୍ତାନ ପଟୁ ଅନୁପ୍ରବେଶ ହେଉଥିଲା। ଭାରତ ବିରୋଧୀ ଏଜେଣ୍ଡା 'କାଶ୍ମୀର ଡେ' ପାଳନ ହେଉଥିବା ବେଳେ ଏମାନେ ଭାରତକୁ ଆସି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ। ହେଲେ ଭାରତୀୟ ସେନା ପକ୍ଷରୁ ସତର୍କତାର ସହ ସମସ୍ତ ଅନୁପ୍ରବେଶକାରୀଙ୍କୁ ଗୁଳି ସଫାକରି ଦିଆଯାଇଛି। 

ବିଶେଷ ସୂତ୍ରରୁ ଇଣ୍ଡିଆଟୁଡେକୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ସୀମାପାର ଅପରେସନ୍ ପାଇଁ ସ୍ୱତନ୍ତ୍ର ୟୁନିଟ୍ ବର୍ଡର ଆକ୍ସନ ଟିମ୍ (BAT) ନେତୃତ୍ୱରେ କିଛି ଆତଙ୍କବାଦୀ ପ୍ରଥମେ ଭାରତୀୟ ଯବାନଙ୍କ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ। ହେଲେ ଭାରତୀୟ ସେନାର ଆଗୁଆ କାର୍ଯ୍ୟାନୁଷ୍ଠାନ ଯୋଗୁ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଛି। ଅପରେସନରେ ନିହତ ଆତଙ୍କବାଦୀମାନେ ସମ୍ଭବତଃ ଅଲ-ବଦ୍ର ଗୋଷ୍ଠୀର ସଦସ୍ୟ ଥିଲେ ବୋଲି କୁହାଯାଉଛି। 

ଚଳିତ ସପ୍ତାହ ଆରମ୍ଭରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ସହିତ ଥିବା ସମସ୍ତ ସମସ୍ୟାର ସମାଧାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଲୋଚନା ମାଧ୍ୟମରେ କାଶ୍ମୀର ସମେତ ସବୁ ସମସ୍ୟା ସମାଧାନ କରିବା କଥା କହିଥିଲେ। ତେବେ ଆଶ୍ଚର୍ଯ୍ୟଜନକ କଥା ହେଲା ପିଓକେରେ ଜୈଶ-ଏ-ମହମ୍ମଦ (JeM) ଏବଂ ଲସ୍କର-ଏ-ତୈବା (LeT) ଭଳି ଆତଙ୍କବାଦୀ ସଂଗଠନର କମାଣ୍ଡରମାନେ ସମ୍ମିଳନୀ କରିବା ପରେ ପାକିସ୍ତାନ ସରକାର ଏହି ପ୍ରସ୍ତାବ ଦେଇଥିଲେ। 

ଅନ୍ୟପଟେ ଭାରତର ସେଇ ଗୋଟିଏ ଆଭିମୁଖ୍ୟ ରହିଛି। କାଶ୍ମୀର ଏବଂ ଲଦାଖ ଭାରତରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଓ ରହିବ। ତେବେ ଆତଙ୍କବାଦ ଏବଂ ହିଂସାମୁକ୍ତ ପରିବେଶରେ ହିଁ ପାକିସ୍ତାନ ସହିତ ଭଲ ସମ୍ପର୍କ ସମ୍ଭବ ବୋଲି ଭାରତ କହି ଆସୁଛି।   

୨୦୧୯ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରୁଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପରଠାରୁ ଦୁଇ ରାଷ୍ଟ୍ର ମଧ୍ୟରେ କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ଏକପ୍ରକାର ଶେଷ ହୋଇ ଯାଇଛି। ସେବେଠାରୁ ପାକ୍ ପ୍ରାୟୋଜିତ ଆତଙ୍କବାଦୀମାନେ ଗତ କିଛି ମାସ ହେଲା ଜମ୍ମୁ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ଜାରି ରଖିଛନ୍ତି। ଯେଉଁଥିରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୪୪ ଜଣ ପ୍ରାଣ ହରାଇ ସାରିଲେଣି।