ପାଣିରେ ବୁଡି ଚାଲିଗଲା ୭ ବର୍ଷର ନାବାଳକ ଜୀବନ, ପୋଲିସର ତଦନ୍ତ ଜାରି
ଉଦଳା: ଘର ଠାରୁ କିଛି ଦୂରରେ ଖେଳୁଥିଲା ପୁଅ । ହେଲେ ଖେଳୁ ଖେଳୁ ପୋଖରୀରେ ବୁଡିଗଲା ଆଉ ଚାଲିଗଲା ଜୀବନ । ଗାଁ ପୋଖରୀରେ ବୁଡି ଜଣେ ୭ ବର୍ଷ ନାବାଳକ ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଧପଡା ଗାଁରେ ଦେଖିବାକୁ ମିଳିଛି । ଗ୍ରାମର ବିଭୀଷଣ ସେନାପତିଙ୍କ ୭ ବର୍ଷ ପୁଅ କୀର୍ତିରାଜ ସେନାପତି ଘର ଠାରୁ ୪ଶହ ମିଟର ଦୂରରେ ଥିବା ଗାଁ ପୋଖରୀ […] The post ପାଣିରେ ବୁଡି ଚାଲିଗଲା ୭ ବର୍ଷର ନାବାଳକ ଜୀବନ, ପୋଲିସର ତଦନ୍ତ ଜାରି appeared first on KNews Odisha.

ଉଦଳା: ଘର ଠାରୁ କିଛି ଦୂରରେ ଖେଳୁଥିଲା ପୁଅ । ହେଲେ ଖେଳୁ ଖେଳୁ ପୋଖରୀରେ ବୁଡିଗଲା ଆଉ ଚାଲିଗଲା ଜୀବନ । ଗାଁ ପୋଖରୀରେ ବୁଡି ଜଣେ ୭ ବର୍ଷ ନାବାଳକ ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଧପଡା ଗାଁରେ ଦେଖିବାକୁ ମିଳିଛି । ଗ୍ରାମର ବିଭୀଷଣ ସେନାପତିଙ୍କ ୭ ବର୍ଷ ପୁଅ କୀର୍ତିରାଜ ସେନାପତି ଘର ଠାରୁ ୪ଶହ ମିଟର ଦୂରରେ ଥିବା ଗାଁ ପୋଖରୀ ନିକଟରେ ସାଙ୍ଗ ମାନଙ୍କ ସହିତ ଖେଳୁଥିଲେ ।
ହେଲେ ଅଚାନକ ସେ ପୋଖରୀ ଭିତରେ ପଡିଯାଇଥିଲେ ଏବଂ ତାଙ୍କ ସାଙ୍ଗ ମାନେ ଚିତ୍କାର କରିବାରୁ ଘର ଲୋକେ ପହଞ୍ଚି ପୋଖରୀରୁ କୀର୍ତିରାଜକୁ ଉଦ୍ଧାର କରିଥିଲେ । ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ଖବର ପାଇ ଶରତ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
Also read :ଅକାଳରେ ଚାଲିଗଲା ବାପା ମା’ଙ୍କର ଗୋଟିଏ ବୋଲି ପୁଅ
The post ପାଣିରେ ବୁଡି ଚାଲିଗଲା ୭ ବର୍ଷର ନାବାଳକ ଜୀବନ, ପୋଲିସର ତଦନ୍ତ ଜାରି appeared first on KNews Odisha.