ପିତୃହନ୍ତା ପୁତ୍ର,୨ ବାପାଙ୍କ ମୃତ୍ୟୁ
ଗଞ୍ଜାମ/ପଦ୍ମପୁର : ବର୍ତ୍ତମାନ ସମାଜରେ ଦିନକୁ ଦିନ ବଢିଚାଲିଛି ପାରିବାରିକ ତିକ୍ତତା I ପରିବାର ସଦସ୍ୟଙ୍କ ମଧ୍ୟରେ ରହୁନାହିଁ ସ୍ନେହର ବନ୍ଧନ I ତୁଟିଯାଉଛି ପାରିବାରିକ ମୂଲ୍ୟବୋଧ I ସହର ହେଉ କିମ୍ବା ଗାଁ,ଶିକ୍ଷିତ କି ଅଶିକ୍ଷିତ ନିଜ ଅହଙ୍କାର ସାବ୍ୟସ୍ତ କରିବାକୁ ଯାଇ ନିଜ ଜନ୍ମଦାତାଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି I ସେହିପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବଳସିଂହପଲ୍ଲୀ ଗାଁରେ I ପାରିବାରିକ କଳହରୁ ବାପାଙ୍କୁ ଲୁହା […]

ଗଞ୍ଜାମ/ପଦ୍ମପୁର : ବର୍ତ୍ତମାନ ସମାଜରେ ଦିନକୁ ଦିନ ବଢିଚାଲିଛି ପାରିବାରିକ ତିକ୍ତତା I ପରିବାର ସଦସ୍ୟଙ୍କ ମଧ୍ୟରେ ରହୁନାହିଁ ସ୍ନେହର ବନ୍ଧନ I ତୁଟିଯାଉଛି ପାରିବାରିକ ମୂଲ୍ୟବୋଧ I ସହର ହେଉ କିମ୍ବା ଗାଁ,ଶିକ୍ଷିତ କି ଅଶିକ୍ଷିତ ନିଜ ଅହଙ୍କାର ସାବ୍ୟସ୍ତ କରିବାକୁ ଯାଇ ନିଜ ଜନ୍ମଦାତାଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି I ସେହିପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବଳସିଂହପଲ୍ଲୀ ଗାଁରେ I ପାରିବାରିକ କଳହରୁ ବାପାଙ୍କୁ ଲୁହା ରଡ଼ରେ ପିଟି ହତ୍ୟା କଲା ନୃଶଂସ ପୁଅ I
ସୂଚନାନୁସାରେ,ବଳସିଂହପଲ୍ଲୀ ଗାଁରେ ବାପା ଗଣ ଦାସ (୫୫)ଙ୍କ ସହିତ ପୁଅ ଗାନ୍ଧୀ ଦାସ (୩୫)ଙ୍କର ଗତ ୯ ତାରିଖ ରାତିରେ ବଚସା ହୋଇଥିଲା I ଗତକାଲି ଏହି ଘଟଣାର ପୁନରାବୃତି ହେବାରୁ ପୁଅ ଗାନ୍ଧୀ ଦାସ ଉତକ୍ଷିପ୍ତ ଏକ ଲୁହା ରଡ଼ରେ ବାପାଙ୍କୁ ଆକ୍ରମଣ କରିଥିଲା I ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଗଣ ଦାସଙ୍କୁ ପ୍ରଥମେ ଖଣ୍ଡଦେଉଳି ଡାକ୍ତରଖାନା ଏବଂ ପରେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା I ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ବାପାଙ୍କର ମୃତ୍ୟୁ ଘଟିଥିଲା I କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ତଦନ୍ତ ଜାରି ରହିଛି I
ଅନ୍ୟପଟେ,ପଦ୍ମପୁର ଉପଖଣ୍ଡ ପାଇକମାଳ ଡୁଙ୍ଗୁରିପାଲ୍ଲୀ ଗାଁରେ ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି I ମୃତକ ବାପା ହେଉଛନ୍ତି ଧନଞ୍ଜୟ ଅଜଗର ଏବଂ ଅଭିଯୁକ୍ତ ପୁଅ ବିଦ୍ୟାଧର ଅଜଗର I
ଘଟନାନୁସାରେ,ବାପା ଧନଞ୍ଜୟ ଏବଂ ତାଙ୍କ ସ୍ତ୍ରୀ ତଥା ବିଦ୍ୟାଧରଙ୍କ ମା’ଙ୍କ ସହିତ ପ୍ରାୟସମାୟାରେ ଝଗଡା ହେଉଥିଲା I ଏହି ଘଟଣାରେ ମା’ ଅନେକ ସମୟରେ ଯାଇ ମାମୁଁଘରେ ରହୁଥିଲେ I ତେବେ ଘଟଣା ଘଟିବା ଦିନ ଧନଞ୍ଜୟ ନିଶାସକ୍ତ ହୋଇ ପୁଅ ବିଦ୍ୟାଧର ସହ ପାଟିତୁଣ୍ଡ କରିଥିଲେ I ଏଥିରେ ଉତକ୍ଷିପ୍ତ ହୋଇ ବିଦ୍ୟାଧର ଘରେ ଥିବା ଏକ ଟାଙ୍ଗିଆ ଆଣି ବାପାଙ୍କୁ ଆକ୍ରମଣ କରିଥିଲା I ଧନଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ପଡୋଶୀ ଉଦ୍ଧାର କରି ପ୍ରଥମେ ପଦ୍ମପୁର ଏବଂ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ I ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା I
ସୂଚନାନୁସାରେ,ଗତ ଜୁଲାଇ ୩ ତାରିଖ ଦିନ ଭୁବନେଶ୍ୱରରେ ସେହିଭଳି ଏକ ଚାଂଚଲ୍ୟକର ଘଟଣା ଘଟିଥିଲା I ଜଣେ ଉଚ୍ଚଶିକ୍ଷିତ ପୁଅ ଟଙ୍କା ପାଇଁ ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା Iଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆରେ ଥିବା ଏକ ଆପାର୍ଟମେଣ୍ଟରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା I ମୃତକ ବାପା ହେଉଛନ୍ତି ସୁନୀଲ ଚୌଧୁରୀ । ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ତାଙ୍କ ପୁଅ ଅନିରୁଦ୍ଧ ଚୌଧୁରୀ ଭୁବନେଶ୍ୱର ସ୍ଥିତ ଏକ ପ୍ରତିଷ୍ଠିତ ଘରୋଇ ଲ’ କଲେଜରେ ଜଣେ ଫ୍ରଫେସର ଭାବେ କାର୍ଯ୍ୟରତ ଥିଲେ ।