ପୁରୀରେ ସିକ୍ୟୁରିଟି ବ୍ୟବସ୍ଥା ହେବ ଟାଇଟ ,ଲୋକାର୍ପଣ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜିପି

ପୁରୀ : ପୁରୀରେ ପୋଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ କଲେ ସ୍ଥିତି ସମୀକ୍ଷା I ହେଲିପ୍ୟାଡ଼, ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟରକୁ ଅନୁଧ୍ୟାନ କରି ଯଜ୍ଞମଣ୍ଡପର ସ୍ଥିତି ଓ ବିଶେଷ ଅତିଥିମାନଙ୍କ ପାଇଁ ହୋଇଥିବା ସଭାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି […]

ପୁରୀରେ ସିକ୍ୟୁରିଟି ବ୍ୟବସ୍ଥା ହେବ ଟାଇଟ ,ଲୋକାର୍ପଣ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜିପି
ପୁରୀରେ ସିକ୍ୟୁରିଟି ବ୍ୟବସ୍ଥା ହେବ ଟାଇଟ ,ଲୋକାର୍ପଣ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜିପି

ପୁରୀ : ପୁରୀରେ ପୋଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ କଲେ ସ୍ଥିତି ସମୀକ୍ଷା I ହେଲିପ୍ୟାଡ଼, ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟରକୁ ଅନୁଧ୍ୟାନ କରି ଯଜ୍ଞମଣ୍ଡପର ସ୍ଥିତି ଓ ବିଶେଷ ଅତିଥିମାନଙ୍କ ପାଇଁ ହୋଇଥିବା ସଭାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦେଶକ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ୮0 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏହାସହ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ମୁତୟନ ରହିବେ ।

ଭକ୍ତଙ୍କ ଦର୍ଶନ କିଭଳି ଶୃଙ୍ଖଳିତ ହେବ ଓ ଏହାସହ ଶ୍ରୀମନ୍ଦିର ଭିତରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ । ଖୁବଶୀଘ୍ର ଆଗାମୀ ଦିନରେ 1190 ଜଣଙ୍କ ସ୍ପେଶାଲ ବାଟଲିଅନ ଫୋର୍ସକୁ ମଧ୍ୟ ପୁରୀରେ ମୁତୟନ କରାଯିବ ବୋଲି ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି ।