ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକା ଥିବା ସ୍ବୀକାର

ନୂଆଦିଲ୍ଲୀ : ପହଲଗାମ ତାତି ମଧ୍ୟରେ ପାକିସ୍ତାନ ସେନା ୨୦୧୯ ପୁଲୱାମା ଆକ୍ରମଣରେ ନିଜର ସମ୍ପୃକ୍ତି ଥିବା ସ୍ୱୀକାର କରିଛି। ବର୍ଷ ବର୍ଷର ଅସ୍ବୀକାର ପରେ ଶେଷରେ ପାକିସ୍ତାନ ପୁଲୱାମା ଆକ୍ରମଣରେ ନିଜର ସମ୍ପୃକ୍ତି ଥିବା ସ୍ବୀକାର କରିଛି। ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ପାକିସ୍ତାନ ବାୟୁସେନାର ଜଣେ ଶୀର୍ଷ ଅଧିକାରୀ ସାର୍ବଜନୀନ ଭାବରେ ପୁଲୱାମା ଆକ୍ରମଣକୁ “କୌଶଳଗତ ପ୍ରତିଭା” ବୋଲି କହିଥିଲେ। ଭାରତର ଅପରେସନ୍ ସିନ୍ଦୁର ଜାରି ରହିଥିବାବ‌େଳେ ପାକ୍‌ […]

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକା ଥିବା ସ୍ବୀକାର

ନୂଆଦିଲ୍ଲୀ : ପହଲଗାମ ତାତି ମଧ୍ୟରେ ପାକିସ୍ତାନ ସେନା ୨୦୧୯ ପୁଲୱାମା ଆକ୍ରମଣରେ ନିଜର ସମ୍ପୃକ୍ତି ଥିବା ସ୍ୱୀକାର କରିଛି। ବର୍ଷ ବର୍ଷର ଅସ୍ବୀକାର ପରେ ଶେଷରେ ପାକିସ୍ତାନ ପୁଲୱାମା ଆକ୍ରମଣରେ ନିଜର ସମ୍ପୃକ୍ତି ଥିବା ସ୍ବୀକାର କରିଛି। ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ପାକିସ୍ତାନ ବାୟୁସେନାର ଜଣେ ଶୀର୍ଷ ଅଧିକାରୀ ସାର୍ବଜନୀନ ଭାବରେ ପୁଲୱାମା ଆକ୍ରମଣକୁ “କୌଶଳଗତ ପ୍ରତିଭା” ବୋଲି କହିଥିଲେ। ଭାରତର ଅପରେସନ୍ ସିନ୍ଦୁର ଜାରି ରହିଥିବାବ‌େଳେ ପାକ୍‌ ସେନାର ଏକ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ଦିନ ଦିଆଯାଇଥିବା ଏହି ବିରଳ ସ୍ୱୀକାରୋକ୍ତି ଇସଲାମାବାଦ-ରାୱଲପିଣ୍ଡି ଶାସନର ମଇଳା ଆତଙ୍କୀ ଗୁପ୍ତ କଥାକୁ ପ୍ରକାଶ କରିଛି। ପାକିସ୍ତାନର ଏୟାର ଭାଇସ୍ ମାର୍ଶାଲ୍ ଔରଙ୍ଗଜେବ ଅହମ୍ମଦ ଶୁକ୍ରବାର ଦିନ ପୁଲୱାମା ଆକ୍ରମଣରେ ପାକିସ୍ତାନର ଭୂମିକା ପ୍ରକାଶ କରିଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନୀ ସେନାର ଏକ ‘ରଣନୈତିକ ଚତୁରତା’ ବୋଲି କହିଛନ୍ତି ଏୟାର ଭାଇସ୍ ମାର୍ଶାଲ୍ ଔରଙ୍ଗଜେବ।