ପ୍ରତି ୫ ବର୍ଷରେ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ଆଉ ୩ ଦିନ ଖୋଲା ରହିବ ମ୍ୟୁଜିୟମ

ଭୁବନେଶ୍ୱର, ୫।୨(ଅସମାପିକା ସାହୁ): ପ୍ରତି ୫ ବର୍ଷରେ ଥରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ। ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦ୍‌ଯାପନ ଅବସରରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇରହିବ। ୫ ବର୍ଷ ପରେ ଆମେ ସମସ୍ତେ ପୁଣିଥରେ ଏକାଠି ହେବା। […] The post ପ୍ରତି ୫ ବର୍ଷରେ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ଆଉ ୩ ଦିନ ଖୋଲା ରହିବ ମ୍ୟୁଜିୟମ appeared first on Dharitri Odia News.

ପ୍ରତି ୫ ବର୍ଷରେ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ଆଉ ୩ ଦିନ ଖୋଲା ରହିବ ମ୍ୟୁଜିୟମ

ଭୁବନେଶ୍ୱର, ୫।୨(ଅସମାପିକା ସାହୁ): ପ୍ରତି ୫ ବର୍ଷରେ ଥରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ। ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦ୍‌ଯାପନ ଅବସରରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇରହିବ। ୫ ବର୍ଷ ପରେ ଆମେ ସମସ୍ତେ ପୁଣିଥରେ ଏକାଠି ହେବା। ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦ୍‌ଘାଟିତ: ୩ ଦିନ ଧରି ଚାଲିବ ଏହି ମହାକୁମ୍ଭ

ଏଥିସହ ସମ୍ମିଳନୀରେ ଯୋଗଦେଇଥିବା ଛାତ୍ରୀଛାତ୍ର, ଯୁବ ସମାଜ, ଲେଖକ, ଗବେଷକ, ସାହିତି୍ୟକ, କବିଙ୍କ ସହ ପ୍ରତ୍ୟେକ ଓଡ଼ିଆଙ୍କୁ ସେ ହୃଦୟରୁ ଧନ୍ୟବାଦ ଅର୍ପଣ କରି କହିଲେ, ଏହି ତିନିଦିନ ମଧ୍ୟରେ ଆମ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଖୁବ୍‌ ଭଲ ଭଲ ପ୍ରସ୍ତାବ ମଧ୍ୟ ଆସିଛି। ଯେହେତୁ ବର୍ତ୍ତମାନ ବିଧାନସଭା ଚାଲିଛି, ତେଣୁ ଭାଷା ସମ୍ପର୍କରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ବିଧାନସଭାରେ ଘୋଷଣା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୁଗ ଯୁଗ ଧରି ଓଡ଼ିଆ ଭାଷା, ଆମ ଓଡ଼ିଆ ଜାତିର ପରିଚୟକୁ ଆଗକୁ ନେଇଛି। ଓଡ଼ିଆରେ ନୂଆ ନୂଆ ଶବ୍ଦ ସୃଷ୍ଟି କରି ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତେ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି। ଭାଷା ଉପରେ ବୈଷୟିକ ଜ୍ଞାନର ପ୍ରଭାବ ସମ୍ପର୍କରେ ଆଲୋକପାତ କରି ସେ କହିଲେ, ବୈଜ୍ଞାନିକ ଉନ୍ମେଷ, ବୈଷୟିକ ଜ୍ଞାନର ଅଗ୍ରଗତି ଓ କମ୍ପ୍ୟୁଟର ଭାଷା ହେଉଛି ବର୍ତ୍ତମାନ ଯୁଗରେ ଭାଷା ପାଇଁ ଏକ ବଡ଼ ଆହ୍ବାନ। ତେଣୁ ଓଡ଼ିଆ ଭାଷାକୁ ଏହା ସହିତ ସମନ୍ବିତ କରିବାକୁ ହେବ। ଯୁବ ସମାଜକୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ ଆଶା କରୁଛି ଓଡ଼ିଆ ଭାଷା ଆମ ଯୁବପିଢ଼ିର ଭାଷା ହେବ। ଆମେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଏହା ନିଶ୍ଚୟ ଆଗକୁ ଯିବ। ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମ ସମସ୍ତଙ୍କ ମନକୁ ଛୁଇଁଛି। ତେଣୁ ସମସ୍ତଙ୍କ ଅନୁରୋଧରେ ଏହାର ସମୟ ସୀମାକୁ ଆଉ ୩ଦିନ ବୃଦ୍ଧି କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହ ପୁରସ୍କାର ପାଇଥିବା ସମସ୍ତ ପ୍ରତିଭା ଓ ବ୍ୟକ୍ତିତ୍ୱଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

The post ପ୍ରତି ୫ ବର୍ଷରେ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ଆଉ ୩ ଦିନ ଖୋଲା ରହିବ ମ୍ୟୁଜିୟମ appeared first on Dharitri Odia News.