ପ୍ରଥମ ପଯର୍‌ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୭।୪: ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଏଥିପାଇଁ ବୁଧବାର ସଂଧ୍ୟାରେ ୧୦୨ଟି ଆସନରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ଆସନଗୁଡ଼ିକ ହେଲା ନାଗପୁର, କନ୍ୟାକୁମାରୀ, ଚେନ୍ନାଇ ସେଣ୍ଟ୍ରାଲ, ମୁଜାଫରନଗର, ସାହାରନପୁର, ପିଲଭିତ, ଦିବ୍ରୁଗଡ଼, ଜୋରହାଟ, ଜୟପୁର, ବସ୍ତର, ନୈନିତାଲ ଏବଂ ଲାକ୍ଷାଦୀପ ଇତ୍ୟାଦି ରହିଛି। ୧୮ ତମ ଲୋକ ସଭା ନିର୍ବାଚନ […] The post ପ୍ରଥମ ପଯର୍‌ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା appeared first on Dharitri Odia News.

ପ୍ରଥମ ପଯର୍‌ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୭।୪: ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଏଥିପାଇଁ ବୁଧବାର ସଂଧ୍ୟାରେ ୧୦୨ଟି ଆସନରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ଗୁରୁତ୍ୱପୂର୍ଣ୍ଣ ଆସନଗୁଡ଼ିକ ହେଲା ନାଗପୁର, କନ୍ୟାକୁମାରୀ, ଚେନ୍ନାଇ ସେଣ୍ଟ୍ରାଲ, ମୁଜାଫରନଗର, ସାହାରନପୁର, ପିଲଭିତ, ଦିବ୍ରୁଗଡ଼, ଜୋରହାଟ, ଜୟପୁର, ବସ୍ତର, ନୈନିତାଲ ଏବଂ ଲାକ୍ଷାଦୀପ ଇତ୍ୟାଦି ରହିଛି। ୧୮ ତମ ଲୋକ ସଭା ନିର୍ବାଚନ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଆସନରେ ଭୋଟ ଅନୁଷ୍ଠିତ ହେବ, ସେଥିରେ ଆସାମର କାଜିରଙ୍ଗା, ସୋନିଟପୁର, ଲକ୍ଷ୍ମପୁର, ଦିବ୍ରୁଗଡ ଏବଂ ଜୋରହାଟ ଆସନ ରହିଛି।

ଏଥର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ୮ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ନିର୍ବାଚନ କମିଶନରଙ୍କ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ ରୁ ଆରମ୍ଭ ହୋଇଥିବାବେଳେ ଶେଷ ଏବଂ ସପ୍ତମ ପର୍ଯ୍ୟାୟ ଜୁନ ୧ ରେ ଶେଷ ହେବ। ଜୁନ ୪ ରେ ଭୋଟ ଗଣନା କରାଯିବ।

The post ପ୍ରଥମ ପଯର୍‌ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା appeared first on Dharitri Odia News.