ପ୍ରଥମଥର ପାଇଁ ନିର୍ବାଚନ ହାରିଲେ ନବୀନ..
୨୦୨୪ ନିର୍ବାଚନରେ ବିଜେପି ଏକପ୍ରକାର ବାଜିମାତ କରିଛି। ଭୁଶୁଡୁଛି ବିଜେଡ଼ି ଗଡ଼। ରେକର୍ଡରୁ ଅଳ୍ପକେ ବର୍ତ୍ତିଲେ ନବୀନ। ଏହି ନିର୍ବାଚନ ଜିତିଥିଲେ ମୋଟ ୬ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇ ସାରା ଦେଶରେ ରେକର୍ଡ କରିଥାନ୍ତେ।
ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ନବୀନ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ବିଜୟ ହାସଲ କରିଛନ୍ତି। ନବୀନଙ୍କ ନିଜ ରାଜନୀତି କ୍ୟାରିୟର୍ରେ ଏହା ପ୍ରଥମ ପରାଜୟ।
୨୦୨୪ ନିର୍ବାଚନରେ ବିଜେପି ଏକପ୍ରକାର ବାଜିମାତ କରିଛି। ଭୁଶୁଡୁଛି ବିଜେଡ଼ି ଗଡ଼। ରେକର୍ଡରୁ ଅଳ୍ପକେ ବର୍ତ୍ତିଲେ ନବୀନ। ଏହି ନିର୍ବାଚନ ଜିତିଥିଲେ ମୋଟ ୬ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଯାହାକି ସାରା ଦେଶରେ ରେକର୍ଡ ହୋଇଥାନ୍ତା। ତେବେ ବିଜେପି ଓଡ଼ିଶାରେ ସରକାର କରିବେ ବୋଲି ଆକଳନ କରାଯାଉଛି। ଭୋଟିଂରୁ ସ୍ପଷ୍ଟ ହେଉଛି ଯେ ଏଥର ଓଡ଼ିଶାରେ ପରିବର୍ତ୍ତନ ଜଳ ଜଳ ଦେଖାଯାଉଛି।
ବିଜେଡିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିଛି। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି। ତେବେ ନୟାଗଡ଼ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ଓ କଟକ-ବାରବାଟୀ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋଶ ବିଜୟୀ ହୋଇଛନ୍ତି।
ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ବବିଙ୍କ ମା’ କୋରେଇ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ପରାସ୍ତ କରିଛନ୍ତି।