ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି ହେଲା କାରକେଡ଼ ରିହଲସଲ
ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତକୁ ନେଇ ଆଜି କାରକେଡ଼ ରିହଲସଲ କରାଯାଇଛି l ପୁରୀ ହେଲିପ୍ୟାଡ଼ ଠାରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ କାରକେଡ଼ ରିହଲସଲ କରାଯାଇଛି l ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସୁରକ୍ଷା ମଧ୍ୟରେ ଶ୍ରୀ ମନ୍ଦିର ନିଆଯିବ l ଏଥିସହ ପୁରୀ ବଡ଼ ଦାଣ୍ଡରେ ଏକ ରୋଡ଼ ଶୋ କରିବେ ମୋଦି l ବଡ଼ ଦାଣ୍ଡର ଉଭୟ ପାର୍ଶ୍ଵ ରେ ଅସ୍ଥାୟୀ ବାରିଗେଟ କରାଯାଇଛି l କଡା ସୁରକ୍ଷା ଲାଗି 63 […] The post ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି ହେଲା କାରକେଡ଼ ରିହଲସଲ appeared first on KNews Odisha.

ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତକୁ ନେଇ ଆଜି କାରକେଡ଼ ରିହଲସଲ କରାଯାଇଛି l ପୁରୀ ହେଲିପ୍ୟାଡ଼ ଠାରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ କାରକେଡ଼ ରିହଲସଲ କରାଯାଇଛି l ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସୁରକ୍ଷା ମଧ୍ୟରେ ଶ୍ରୀ ମନ୍ଦିର ନିଆଯିବ l ଏଥିସହ ପୁରୀ ବଡ଼ ଦାଣ୍ଡରେ ଏକ ରୋଡ଼ ଶୋ କରିବେ ମୋଦି l
ବଡ଼ ଦାଣ୍ଡର ଉଭୟ ପାର୍ଶ୍ଵ ରେ ଅସ୍ଥାୟୀ ବାରିଗେଟ କରାଯାଇଛି l କଡା ସୁରକ୍ଷା ଲାଗି 63 ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ l ପ୍ରଥମେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଶ୍ରୀ ମନ୍ଦିର ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ଼ ଶୋ କରିବେ ପ୍ରଧାନମନ୍ତ୍ରୀ ମୋଦି l
ତେବେ ଆଜି ପୁରୀ ପୋଲିସ ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମୀଙ୍କ ମିଳିତ ଉଦ୍ୟମରେ ହେଲିପ୍ୟାଡ଼ ଠାରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ କାରକେଡ଼ ରିହଲସଲ କରାଯାଇଛି l ବଡ଼ ଦାଣ୍ଡକୁ କଡା ସୁରକ୍ଷା ମଧ୍ୟରେ ରଖାଯିଵା ସହ ମୋଦିଙ୍କ ରୋଡ଼ ଶୋ ଏବଂ ଯିବା ଆସିବା ରାସ୍ତାକୁ ସମ୍ପୂର୍ଣ କଡା ସୁରକ୍ଷା ଯୋଗାଇ ଦିଆଯାଇଛି l ଏସପିଜି ସୁରକ୍ଷା ବାହିନୀ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛନ୍ତି l
The post ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି ହେଲା କାରକେଡ଼ ରିହଲସଲ appeared first on KNews Odisha.