ପ୍ରବଳ ବର୍ଷାରେ କ୍ଷତି ସତ୍ତ୍ୱେ ଖରିଫ ଧାନ ଅମଳ ଭଲ ରହିବ: କୃଷି ମନ୍ତ୍ରୀ
ନୂଆଦିଲ୍ଲୀ: ଦେଶର ଖରିଫ ଧାନ ଅମଳ ଗତ ବର୍ଷଠାରୁ ଅଧିକ ହେବା ଅନେଇ ଆଶା ରହିଛି । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଗୁରୁବାର ଏହା କହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଫସଲ ହାନି ସତ୍ତ୍ୱେ ଅଧିକ ଅମଳ ନେଇ ସେ ଆଶା ବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭଲ ବର୍ଷା ଯୋଗୁଁ ଧାନ ଚାଷ ଭଲ ରହିଛି । ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାର କିଛି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ କ୍ଷତି ପହଞ୍ଚିଛି, ଏହା ସତ୍ତ୍ୱେ ବି ଉତ୍ପାଦନ ହ୍ରାସ ପାଇବ ନାହିଁ । ମୋଟ ଉପରେ ଧାନ ଉତ୍ପାଦନ ଚଳିତ ବର୍ଷ ଭଲ ରହିବ ।ଖବର ଅନୁସାରେ, ନଭେମ୍ୱରରେ ଅମଳ ହେଉଥିବା ଖରିଫ ଧାନ ଭାରତରେ ମୋଟ ଧାନ ଉତ୍ପାଦନର ପ୍ରାୟ ୭୦ ପ୍ରତିଶତ ଅଟେ । ସରକାରଙ୍କ ତୃତୀୟ ଅନୁମାନ ଅନୁସାରେ, ୨୦୨୩-୨୪ ଫସଲ ବର୍ଷ (ଜୁଲାଇ-ଜୁନ୍)ରେ ଖରିଫ ଧାନ ଉତ୍ପାଦନ ୧୧୪.୩୬ ମିଲିୟନ୍ ଟନ୍ ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗତ ସପ୍ତାହ ଯାଏ ଧାନ ରୋଇବା ୧.୬୪ ମିଲିୟନ ହେକ୍ଟର ଥିଲା, ଯାହା ବଢି ଏବେ ୪୧ ମିଲିୟନ ହେକ୍ଟରରେ ହୋଇଛି ।समय पर किसानों को सस्ता फर्टिलाइजर मिल जाए यह हमारी सरकार की प्राथमिकता है।केंद्र सरकार ने पिछले वर्ष 1.94 लाख करोड़ रुपये की सब्सिडी फर्टिलाइजर में दी है। pic.twitter.com/8SEWK1b4wH— Shivraj Singh Chouhan (@ChouhanShivraj) September 19, 2024କେନ୍ଦ୍ରମନ୍ତ୍ରୀ ସୋଆବିନ ପରି ତୈଳ
ନୂଆଦିଲ୍ଲୀ: ଦେଶର ଖରିଫ ଧାନ ଅମଳ ଗତ ବର୍ଷଠାରୁ ଅଧିକ ହେବା ଅନେଇ ଆଶା ରହିଛି । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଗୁରୁବାର ଏହା କହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଫସଲ ହାନି ସତ୍ତ୍ୱେ ଅଧିକ ଅମଳ ନେଇ ସେ ଆଶା ବ୍ୟକ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭଲ ବର୍ଷା ଯୋଗୁଁ ଧାନ ଚାଷ ଭଲ ରହିଛି । ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାର କିଛି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ କ୍ଷତି ପହଞ୍ଚିଛି, ଏହା ସତ୍ତ୍ୱେ ବି ଉତ୍ପାଦନ ହ୍ରାସ ପାଇବ ନାହିଁ । ମୋଟ ଉପରେ ଧାନ ଉତ୍ପାଦନ ଚଳିତ ବର୍ଷ ଭଲ ରହିବ ।
ଖବର ଅନୁସାରେ, ନଭେମ୍ୱରରେ ଅମଳ ହେଉଥିବା ଖରିଫ ଧାନ ଭାରତରେ ମୋଟ ଧାନ ଉତ୍ପାଦନର ପ୍ରାୟ ୭୦ ପ୍ରତିଶତ ଅଟେ । ସରକାରଙ୍କ ତୃତୀୟ ଅନୁମାନ ଅନୁସାରେ, ୨୦୨୩-୨୪ ଫସଲ ବର୍ଷ (ଜୁଲାଇ-ଜୁନ୍)ରେ ଖରିଫ ଧାନ ଉତ୍ପାଦନ ୧୧୪.୩୬ ମିଲିୟନ୍ ଟନ୍ ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗତ ସପ୍ତାହ ଯାଏ ଧାନ ରୋଇବା ୧.୬୪ ମିଲିୟନ ହେକ୍ଟର ଥିଲା, ଯାହା ବଢି ଏବେ ୪୧ ମିଲିୟନ ହେକ୍ଟରରେ ହୋଇଛି ।
समय पर किसानों को सस्ता फर्टिलाइजर मिल जाए यह हमारी सरकार की प्राथमिकता है।
केंद्र सरकार ने पिछले वर्ष 1.94 लाख करोड़ रुपये की सब्सिडी फर्टिलाइजर में दी है। pic.twitter.com/8SEWK1b4wH— Shivraj Singh Chouhan (@ChouhanShivraj) September 19, 2024
କେନ୍ଦ୍ରମନ୍ତ୍ରୀ ସୋଆବିନ ପରି ତୈଳ ଜାତୀୟ ଫସଲକୁ କ୍ଷତି ସତ୍ତ୍ୱେ ସାମଗ୍ରିକ ଖରିଫ ଫସଲ ଉତ୍ପାଦନ ଭଲ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସରକାର କିଛି ଦିନ ପୂର୍ବେ ବାସୁମତି ଚାଉଳ ରପ୍ତାନୀ ଉପରେ ୯୫୦ ଡଲାର ପ୍ରତି ଟନ୍ ସର୍ବନିମ୍ନ ରପ୍ତାନୀ ମୂଲ୍ୟ (ଏମଇପି)କୁ ହରାଇ ଦେଇଥିଲେ । ସରକାର କହିଥିଲେ ଯେ ଏହି ପଦକ୍ଷେପ ଦ୍ୱାରା ରପ୍ତାନୀ ବଢିବ ଏବଂ ଚାଷୀଙ୍କ ଆୟ ମଧ୍ୟ ବଢିବ ।