ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ ଘଟଣା : ଅଭିଯୁକ୍ତକୁ ଯାଜପୁରରୁ ଗିରଫ କଲା ବାଙ୍କୀ ପୁଲିସ

ବାଙ୍କୀ: ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କରି ପୁରୁଣା ପ୍ରେମିକ ଗିରଫ ହୋଇଛନ୍ତି। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ବାଙ୍କୀ ଅଞ୍ଚଳର ଜଣେ ଯୁବତୀ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଓ ପରେ ଯୁବତୀ ଜଣକ ସେହି ଯୁବକଙ୍କୁ ଛାଡି ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରିଥିଲେ । ତେବେ ଯୁବତୀ ଜଣକ ପ୍ରଥମ ପ୍ରେମିକକୁ ଛାଡି ଅନ୍ୟ ଏକ ଯୁବକଙ୍କୁ ପ୍ରେମ କରିବା ପରେ ପ୍ରଥମ ପ୍ରେମିକ […]

ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ ଘଟଣା : ଅଭିଯୁକ୍ତକୁ ଯାଜପୁରରୁ ଗିରଫ କଲା ବାଙ୍କୀ ପୁଲିସ
Intimate moment video of lover goes viral: Banki police arrest accused from Jajpur

ବାଙ୍କୀ: ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କରି ପୁରୁଣା ପ୍ରେମିକ ଗିରଫ ହୋଇଛନ୍ତି। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁସାରେ, ବାଙ୍କୀ ଅଞ୍ଚଳର ଜଣେ ଯୁବତୀ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଓ ପରେ ଯୁବତୀ ଜଣକ ସେହି ଯୁବକଙ୍କୁ ଛାଡି ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରିଥିଲେ । ତେବେ ଯୁବତୀ ଜଣକ ପ୍ରଥମ ପ୍ରେମିକକୁ ଛାଡି ଅନ୍ୟ ଏକ ଯୁବକଙ୍କୁ ପ୍ରେମ କରିବା ପରେ ପ୍ରଥମ ପ୍ରେମିକ ଉତ୍ୟକ୍ତ ହୋଇ ପ୍ରେମିକା ସହିତ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରଲ କରିଥିଲା । ଏନେଇ ପ୍ରେମିକା ଜଣକ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହିତ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଘଟଣାରେ ଅଭିଯୁକ୍ତ ପ୍ରଥମ ପ୍ରେମିକକୁ ଗିରଫ କରିଛି ।