ପ୍ୟାରିସ ଅଲିମ୍ପିକ୍ସ: ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିଲା ଆମେରିକା

୨୦ ବର୍ଷ ପରେ ୧୦୦ ମିଟର ରେସରେ ସ୍ୱର୍ଣ୍ଣ ଜିତିଛି ଆମେରିକା।

ପ୍ୟାରିସ ଅଲିମ୍ପିକ୍ସ: ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିଲା ଆମେରିକା

ପ୍ୟାରିସ୍ ଅଲିମ୍ପିକ୍ସରେ ବିରଳ ରେକର୍ଡ। ଆମେରିକାର ଦୌଡ଼ ତାରକା ନୋଆ ଲାଇଲ୍ସ ଏହି ରେକର୍ଡ କରିଛନ୍ତି। ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି ନୋଆ ଲାଇଲ୍ସ।

ଶେଷ ମୁହୂର୍ତ୍ତରେ ରୋଚକୀୟ ଢଙ୍ଗୀରେ ଜାମିକାର କିଶାନେ ଥମ୍ପସୋନଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି ନୋଆ। ମାତ୍ର ୦.୦୦୫ ସେକେଣ୍ଡ ବ୍ୟବାଧାନରେ ନୋଆ ଏହି ବିଜୟ ହାସଲ କରିଛନ୍ତି।

ସେ ୯. ୭୮୪ ସେକେଣ୍ଡରେ ୧୦୦ ମିଟର ରେସକୁ ଅତିକ୍ରମ କରି ଥିବାବେଳେ ଦ୍ୱିତୀୟରେ ଥିବା କିଶାନେ ଥମ୍ପନନ ୯. ୭୮୯ ସେକେଣ୍ଡରେ ଅତିକ୍ରମ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ୦.୦୦୫ ସେକେଣ୍ଡ ରହିଥିଲେ।

ଏହି ବିଜୟ ସହ ଆମେରିକା ୨୦ ବର୍ଷ ପରେ ୧୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ପାଇଛି। ନୋଆଙ୍କ ପୂର୍ବରୁ ୨୦୦୪ରେ ଜଷ୍ଟିନ ଗଟଲିନ ଆଥେନ୍ସ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ।