ଫସିଲେ ସୋନୁ ନିଗମ
ବେଙ୍ଗାଲୁରୁ:ଲୋକପ୍ରିୟ ସିଙ୍ଗର ସୋନୁ ନିଗମ ବେଙ୍ଗାଲୁରୁରେ ନିଜର ଏକ କନସର୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି କନସର୍ଟରେ କନ୍ନଡ଼ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଶନିବାର ବେଙ୍ଗାଲୁରୁ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ୨୫ରେ ସୋନୁ ବେଙ୍ଗାଲୁରୁର ଇଷ୍ଟ ପଏଣ୍ଟ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ପକ୍ଷରୁ ଆୟୋଜିତ ଏକ କନ୍ସର୍ଟରେ ପର୍ଫମାନ୍ସ ଦେଉଥିଲେ। ଏହି ଅବସରରେ ଜଣେ ଛାତ୍ର କନ୍ନଡ଼ ଭାଷାରେ ଗୀତ ଗାଇବାକୁ ସୋନୁଙ୍କୁ ଦାବି […] The post ଫସିଲେ ସୋନୁ ନିଗମ appeared first on Dharitri Odia News.
ବେଙ୍ଗାଲୁରୁ:ଲୋକପ୍ରିୟ ସିଙ୍ଗର ସୋନୁ ନିଗମ ବେଙ୍ଗାଲୁରୁରେ ନିଜର ଏକ କନସର୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି କନସର୍ଟରେ କନ୍ନଡ଼ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଶନିବାର ବେଙ୍ଗାଲୁରୁ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ୨୫ରେ ସୋନୁ ବେଙ୍ଗାଲୁରୁର ଇଷ୍ଟ ପଏଣ୍ଟ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ପକ୍ଷରୁ ଆୟୋଜିତ ଏକ କନ୍ସର୍ଟରେ ପର୍ଫମାନ୍ସ ଦେଉଥିଲେ। ଏହି ଅବସରରେ ଜଣେ ଛାତ୍ର କନ୍ନଡ଼ ଭାଷାରେ ଗୀତ ଗାଇବାକୁ ସୋନୁଙ୍କୁ ଦାବି କରିଥିଲେ। ଭିଡ଼ ଭିତରେ ସେ ବହୁ ବାର କନ୍ନଡ଼ କନ୍ନଡ଼ କହି ଚିଲ୍ଲାଇବାକୁ ଲାଗିଥିଲେ। ଫଳରେ ସୋନୁ ବିରକ୍ତ ହୋଇ ତାଙ୍କ ଗୀତକୁ ଅଧାରୁ ବନ୍ଦ କରିଦେଇ କହିଥିଲେ, ପହଲଗାମ୍ ଆକ୍ରମଣ ପଛରେ ଏହା ହିଁ କାରଣ। ଦୟାକରି ଦେଖନ୍ତୁ ଆପଣଙ୍କ ସମ୍ମୁଖରେ କିଏ ଠିଆ ହୋଇଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ କର୍ନାଟକରେ ସୋନୁଙ୍କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସୋନୁ କନ୍ନଡ଼ ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି କହି ତାଙ୍କ ବିରୋଧରେ କନ୍ନଡ଼ ସମର୍ଥକ ସଙ୍ଗଠନ କର୍ନାଟକ ରକ୍ଷଣା ବେଦିକେ ପକ୍ଷରୁ ବେଙ୍ଗାଲୁରୁର ଅଭଲାହଲ୍ଲୀ ଥାନାରେ ଅଭିଯୋଗ କରାଯାଇଥିଲା।
The post ଫସିଲେ ସୋନୁ ନିଗମ appeared first on Dharitri Odia News.