ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ ସେମାନେ ସେଠାରେ ପହଞ୍ଚିଛନ୍ତି। ତେବେ ଫାଦର୍ସ ଡେ’ ଅବସରରେ କୋହଲିଙ୍କ ଏକ ବଡ଼ ଉପହାର ଦେଇଛନ୍ତି ତାଙ୍କ ଝିଅ ଭାମିକା ଏବଂ ପୁଅ ଅକାୟ। ଏହି ଉପହାରର ଫଟୋ ଅନୁଷ୍କା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ନ୍‌ଭାଇରାଲ ହେଉଛି। ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର […] The post ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା appeared first on Dharitri Odia News.

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ ସେମାନେ ସେଠାରେ ପହଞ୍ଚିଛନ୍ତି। ତେବେ ଫାଦର୍ସ ଡେ’ ଅବସରରେ କୋହଲିଙ୍କ ଏକ ବଡ଼ ଉପହାର ଦେଇଛନ୍ତି ତାଙ୍କ ଝିଅ ଭାମିକା ଏବଂ ପୁଅ ଅକାୟ। ଏହି ଉପହାରର ଫଟୋ ଅନୁଷ୍କା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ନ୍‌ଭାଇରାଲ ହେଉଛି।
ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ହାପି ଫାଦର୍ସ ଡେ’ କାଗଜରେ ଲେଖାଯାଇଛି। ଏହା ସହ ଗୋଟିଏ ଛୋଟ ପାଦ ଏବଂ ଗୋଟିଏ ବଡ଼ ପାଦର ଚିହ୍ନ ଦେଖିବାକୁ ମିଳିଛି। ଏହା ତାଙ୍କ ପୁଅ ଝିଅଙ୍କ ପାଦ ଚିହ୍ନ ବୋଲି କୁହାଯାଉଛି। ଏହି ଫଟୋ ସହିତ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ଜଣେ ବ୍ୟକ୍ତି ଏତେ ଜିନିଷରେ କିପରି ଭଲ ହୋଇପାରିବ! ଆଶ୍ଚର୍ଯ୍ୟ, ଆମେ ବିରାଟ କୋହଲିଙ୍କୁ ଭଲପାଉ।
ନିକଟରେ ଅନୁଷ୍କା ଲଣ୍ଡନରେ ପୁଅ ଅକାୟଙ୍କୁ ଜନ୍ମ ଦେଇଥିଲେ। ଏହାପୂର୍ବରୁ ତାଙ୍କ ୩ ବର୍ଷର ଝିଅ ଭାମିକା ଅଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)

The post ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା appeared first on Dharitri Odia News.