ଫାସ୍‌ଟାଗ୍‌ ଅପ୍‌ଡେଟ ସମୟସୀମା ବୃଦ୍ଧି କଲା ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ,୧।୨: ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଫାସ୍‌ଟାଗ୍‌ରେ କେଓ୍ବାଇସିକୁ ଅପଡେଟ୍‌ ସମୟସୀମାକୁ ଗୁରୁବାର ବଢାଇ ଦେଇଛନ୍ତି। ଫେବୃଆରୀ ୨୯ତାରିଖ ପର୍ଯ୍ୟନ୍ତ କଓ୍ବୋଇସି ଅପ୍‌ଡେଟ କରିବା ନେଇ ନୂତନ ସମୟସୀମା ଧାର୍ଯ୍ୟ କରିଛି ଏନ୍‌ଏଚ୍‌ଏଆଇ। ଏହା ଦ୍ୱାରା ଗାଡ଼ି ମାଲିକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାହକ ନିଜ ଫାସ୍‌ଟାଗ୍‌ରେ କଓ୍ବୋଇସି ଅପଡେଟ କରି ନ ଥିବାରୁ ସମୟସୀମା ବଢାଯାଇଥିବା ନେଇ ଏନ୍‌ଏଚ୍‌ଏଆଇ ପକ୍ଷରୁ ସ୍ଫଷ୍ଟୀକରଣ ଦିଆଯାଇଛି। ପୂର୍ବରୁ ଜାନୁଆରୀ ୩୧ ସୁଦ୍ଧା କଓ୍ବୋଇସି ଅପଡେଟ […] The post ଫାସ୍‌ଟାଗ୍‌ ଅପ୍‌ଡେଟ ସମୟସୀମା ବୃଦ୍ଧି କଲା ଏନ୍‌ଏଚ୍‌ଏଆଇ appeared first on Dharitri Odia News.

ଫାସ୍‌ଟାଗ୍‌ ଅପ୍‌ଡେଟ ସମୟସୀମା ବୃଦ୍ଧି କଲା ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ,୧।୨: ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଫାସ୍‌ଟାଗ୍‌ରେ କେଓ୍ବାଇସିକୁ ଅପଡେଟ୍‌ ସମୟସୀମାକୁ ଗୁରୁବାର ବଢାଇ ଦେଇଛନ୍ତି। ଫେବୃଆରୀ ୨୯ତାରିଖ ପର୍ଯ୍ୟନ୍ତ କଓ୍ବୋଇସି ଅପ୍‌ଡେଟ କରିବା ନେଇ ନୂତନ ସମୟସୀମା ଧାର୍ଯ୍ୟ କରିଛି ଏନ୍‌ଏଚ୍‌ଏଆଇ। ଏହା ଦ୍ୱାରା ଗାଡ଼ି ମାଲିକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାହକ ନିଜ ଫାସ୍‌ଟାଗ୍‌ରେ କଓ୍ବୋଇସି ଅପଡେଟ କରି ନ ଥିବାରୁ ସମୟସୀମା ବଢାଯାଇଥିବା ନେଇ ଏନ୍‌ଏଚ୍‌ଏଆଇ ପକ୍ଷରୁ ସ୍ଫଷ୍ଟୀକରଣ ଦିଆଯାଇଛି। ପୂର୍ବରୁ ଜାନୁଆରୀ ୩୧ ସୁଦ୍ଧା କଓ୍ବୋଇସି ଅପଡେଟ କରା ନ ଗଲେ ଫାଷ୍ଟଟ୍ୟାଗ ଅଚଳ ହୋଇଯିବ ବୋଲି କୁହାଯାଇଥିଲା।

The post ଫାସ୍‌ଟାଗ୍‌ ଅପ୍‌ଡେଟ ସମୟସୀମା ବୃଦ୍ଧି କଲା ଏନ୍‌ଏଚ୍‌ଏଆଇ appeared first on Dharitri Odia News.