ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁଣି ଦୁଃଖଦ ଖବର ; ପତ୍ନୀଙ୍କ ମୃତ୍ୟୁ ସହିନପାରି ଆତ୍ମହତ୍ୟା କଲେ ଅଭିନେତା ଚନ୍ଦ୍ରକାନ୍ତ

ମୁମ୍ଵାଇ ୧୮। ୦୫:  ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସୁଛି। ପ୍ରସିଦ୍ଧ ତେଲୁଗୁ ଅଭିନେତା ତଥା ଚନ୍ଦ୍ରକାନ୍ତ ଅର୍ଥାତ୍ ଚନ୍ଦୁ ଆତ୍ମହତ୍ୟା କରିଛନ୍ତି। ହଁ, ଅଲକାପୁରରେ ଅଭିନେତାଙ୍କ ମୃତଦେହ ମିଳିଛି। କହିବାକୁ ଗଲେ କିଛି ଦିନ ପୂର୍ବରୁ ଚନ୍ଦୁଙ୍କ ପତ୍ନୀ ପବିତ୍ରା ଜୟରାମଙ୍କର କାର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପତ୍ନୀଙ୍କ ମୃତ୍ୟୁର କିଛି ଦିନ ପରେ ଚନ୍ଦୁ ମଧ୍ୟ ତାଙ୍କ ଜୀବନ ହାରିଥିଲେ । ପତ୍ନୀଙ୍କ ମୃତ୍ୟୁର ଦୁ;ଖ ସହି ପାରି ନଥିଲେ ଏବଂ ସେ ଆତ୍ମହତ୍ୟା ମଧ୍ୟ କରିଥିଲେ। ଅଭିନେତାଙ୍କ ଆକସ୍ମିକ ଦେହାନ୍ତରେ ପ୍ରଶଂସକମାନେ ଅତ୍ୟନ୍ତ ଦୁଃକିତ ହୋଇଛନ୍ତି। ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ଏବଂ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।View this post on InstagramA post shared by Challa Chandu II (@chandrakanth_artist)ମେ ୧୨ ରେ ଅଭିନେତାଙ୍କ ପତ୍ନୀ ତଥା ପ୍ରସିଦ୍ଧ ତେଲୁଗୁ ଟିଭି ଅଭିନେତ୍ରୀ ପବିତ୍ରା ଜୟରାମ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ଅଭିନେତା ନିଜେ ନିଜ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ଦେଖିବା ପରେ ସମସ୍ତେ ନିରାଶ ହୋଇଥିଲେ, କାରଣ ଭିଡିଓରେ ଅଭିନେତାଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ ଏହା କାହାର ଆଖିରେ ଲୁହ ଆଣିଦେବ। ଚନ୍ଦ୍ରକାନ୍ତଙ୍କ ହାତ ଓ ମୁଣ୍ଡରେ ଭୟଙ୍କର ଆଘାତ ଲାଗିଥିଲା

ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁଣି ଦୁଃଖଦ ଖବର ; ପତ୍ନୀଙ୍କ ମୃତ୍ୟୁ ସହିନପାରି ଆତ୍ମହତ୍ୟା କଲେ ଅଭିନେତା ଚନ୍ଦ୍ରକାନ୍ତ

ମୁମ୍ଵାଇ ୧୮। ୦୫:  ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସୁଛି। ପ୍ରସିଦ୍ଧ ତେଲୁଗୁ ଅଭିନେତା ତଥା ଚନ୍ଦ୍ରକାନ୍ତ ଅର୍ଥାତ୍ ଚନ୍ଦୁ ଆତ୍ମହତ୍ୟା କରିଛନ୍ତି। ହଁ, ଅଲକାପୁରରେ ଅଭିନେତାଙ୍କ ମୃତଦେହ ମିଳିଛି। କହିବାକୁ ଗଲେ କିଛି ଦିନ ପୂର୍ବରୁ ଚନ୍ଦୁଙ୍କ ପତ୍ନୀ ପବିତ୍ରା ଜୟରାମଙ୍କର କାର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପତ୍ନୀଙ୍କ ମୃତ୍ୟୁର କିଛି ଦିନ ପରେ ଚନ୍ଦୁ ମଧ୍ୟ ତାଙ୍କ ଜୀବନ ହାରିଥିଲେ । ପତ୍ନୀଙ୍କ ମୃତ୍ୟୁର ଦୁ;ଖ ସହି ପାରି ନଥିଲେ ଏବଂ ସେ ଆତ୍ମହତ୍ୟା ମଧ୍ୟ କରିଥିଲେ। ଅଭିନେତାଙ୍କ ଆକସ୍ମିକ ଦେହାନ୍ତରେ ପ୍ରଶଂସକମାନେ ଅତ୍ୟନ୍ତ ଦୁଃକିତ ହୋଇଛନ୍ତି। ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ଏବଂ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।



ମେ ୧୨ ରେ ଅଭିନେତାଙ୍କ ପତ୍ନୀ ତଥା ପ୍ରସିଦ୍ଧ ତେଲୁଗୁ ଟିଭି ଅଭିନେତ୍ରୀ ପବିତ୍ରା ଜୟରାମ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ଅଭିନେତା ନିଜେ ନିଜ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ଦେଖିବା ପରେ ସମସ୍ତେ ନିରାଶ ହୋଇଥିଲେ, କାରଣ ଭିଡିଓରେ ଅଭିନେତାଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ ଏହା କାହାର ଆଖିରେ ଲୁହ ଆଣିଦେବ। 

ଚନ୍ଦ୍ରକାନ୍ତଙ୍କ ହାତ ଓ ମୁଣ୍ଡରେ ଭୟଙ୍କର ଆଘାତ ଲାଗିଥିଲା ଏବଂ ପତ୍ନୀଙ୍କ ମୃତ୍ୟୁ ପରେ ସେ ଆହୁରି ଭାଙ୍ଗି ଯାଇଥିଲେ। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ସେ ମଧ୍ୟ ଦୁନିଅକୁ ଅଲବିଦା କହିଛନ୍ତି। ଏସବୁ ଦେଖି କେବଳ ପ୍ରଶଂସକ ଏବଂ ପରିବାର ନୁହଁନ୍ତି ସମସ୍ତେ ବହୁତ ଦୁଃଖିତ ହେଲେ ।