ଫ୍ଲୋରିଡା ୟୁନିଭର୍ସିଟିରେ ଆଖିବୁଜା ଗୁଳିମାଡ଼, ୨ ମୃତ, ୫ ଆହତ
ନୂଆଦିଲ୍ଲୀ ୧୮।୦୪; ଆମେରିକାର ଫ୍ଲୋରିଡ଼ା ଷ୍ଟେଟ୍ ୟୁନିଭର୍ସିଟି (ଏଫଏସୟୁ)ରେ ଆଖିବୁଜା ଗୁଳିମାଡ଼ ହୋଇଛି । ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟର ତାଲାବାସୀ କ୍ୟାମ୍ପସରେ ଜଣେ ୨୦ ବର୍ଷୀୟ ଯୁବକ କିଛି ଛାତ୍ରଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।ତାଲାହାସୀ ମୋମୋରିଆଲ ହେଲଥକେୟାର ଅନୁଯାୟୀ ୫ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଥିରେ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସନ୍ଦିଗ୍ଧ ଯୁବକ ଜଣଙ୍କ ଡେପୁଟିଙ୍କ ପୁଅ ହୋଇଥିବା ସୂଚନା ମିଳିଛି । ପୋଲିସ ଗୁଳିମାଡ଼ କରିଥିବା ଯୁବକଙ୍କୁ ଅଟକ ରଖିଛି । ସନ୍ଦିଗ୍ଧ ବ୍ୟକ୍ତିକୁ ପୋଲିସ ଅଟକ ରଖିଛି। ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨ଟା ୦୧ ମିନିଟରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ଜରୁରୀ ସୂଚନା ଜାରି କରି କ୍ୟାମ୍ପସର ଷ୍ଟୁଡେଣ୍ଟ ୟୁନିଅନ ନିକଟରେ ଜଣେ ସକ୍ରିୟ ବନ୍ଧୁକଧାରୀ ଦେଖାଯାଇଥିବା ସୂଚନା ଦେଇଥିଲେ । ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ନେବା ସହ କବାଟ ଓ ଝରକାଗୁଡ଼ିକ ବନ୍ଦ ରଖିବା ସହ ପୋଲିସର ନିର୍ଦ୍ଦେଶ ଆସିବାଯାଏ ଅପେକ୍ଷା କରିବାକୁ କୁହାଯାଇଥିଲା। ତେବେ ଫାଙ୍କା ଗୁଳିଚାଳନାରେ କିଛି ଛାତ୍ର ଓ କଲେଜ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ଗୁଳିମାଡ଼ରେ ଆଖି ବୁଜିଛନ୍ତି । ଆ
ନୂଆଦିଲ୍ଲୀ ୧୮।୦୪; ଆମେରିକାର ଫ୍ଲୋରିଡ଼ା ଷ୍ଟେଟ୍ ୟୁନିଭର୍ସିଟି (ଏଫଏସୟୁ)ରେ ଆଖିବୁଜା ଗୁଳିମାଡ଼ ହୋଇଛି । ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟର ତାଲାବାସୀ କ୍ୟାମ୍ପସରେ ଜଣେ ୨୦ ବର୍ଷୀୟ ଯୁବକ କିଛି ଛାତ୍ରଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।
ତାଲାହାସୀ ମୋମୋରିଆଲ ହେଲଥକେୟାର ଅନୁଯାୟୀ ୫ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଥିରେ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସନ୍ଦିଗ୍ଧ ଯୁବକ ଜଣଙ୍କ ଡେପୁଟିଙ୍କ ପୁଅ ହୋଇଥିବା ସୂଚନା ମିଳିଛି । ପୋଲିସ ଗୁଳିମାଡ଼ କରିଥିବା ଯୁବକଙ୍କୁ ଅଟକ ରଖିଛି । ସନ୍ଦିଗ୍ଧ ବ୍ୟକ୍ତିକୁ ପୋଲିସ ଅଟକ ରଖିଛି।
ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨ଟା ୦୧ ମିନିଟରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ଜରୁରୀ ସୂଚନା ଜାରି କରି କ୍ୟାମ୍ପସର ଷ୍ଟୁଡେଣ୍ଟ ୟୁନିଅନ ନିକଟରେ ଜଣେ ସକ୍ରିୟ ବନ୍ଧୁକଧାରୀ ଦେଖାଯାଇଥିବା ସୂଚନା ଦେଇଥିଲେ । ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ନେବା ସହ କବାଟ ଓ ଝରକାଗୁଡ଼ିକ ବନ୍ଦ ରଖିବା ସହ ପୋଲିସର ନିର୍ଦ୍ଦେଶ ଆସିବାଯାଏ ଅପେକ୍ଷା କରିବାକୁ କୁହାଯାଇଥିଲା। ତେବେ ଫାଙ୍କା ଗୁଳିଚାଳନାରେ କିଛି ଛାତ୍ର ଓ କଲେଜ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ଗୁଳିମାଡ଼ରେ ଆଖି ବୁଜିଛନ୍ତି । ଆହତଙ୍କ ଅବସ୍ଥା ସକଂଟାପନ୍ନ ରହିଛି ।