ବକୁଳରେ ଉନ୍ମୋଚନ ହେବ ନନ୍ଦିନୀଙ୍କ ଜୀବନୀ
ଭୁବନେଶ୍ୱର,୧୦ା୫(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାର ପ୍ରଥମ ଏବଂ ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉପରେ ଲିଖିତ ଜୀବନୀ (ବାୟୋଗ୍ରାଫି) ‘ନନ୍ଦିନୀ ଶତପଥୀ: ଦ ଆଇରନ୍ ଲେଡି ଅଫ୍ ଓଡ଼ିଶା’ ମେ’ ୧୧ ତାରିଖରେ ସତ୍ୟନଗରସ୍ଥିତ ବକୁଳ ଲାଇବ୍ରେରିରେ ଉନ୍ମୋଚନ ହେବ। ବିଶିଷ୍ଟ ସାମ୍ବାଦିକା ପଲ୍ଲବୀ ରେବପ୍ରଗଡ଼ା ଏହି ପୁସ୍ତକର ଲେଖିକା ହୋଇଥିବାବେଳେ ଅନ୍ତଃରାଷ୍ଟ୍ରୀୟ ପ୍ରକାଶନ ସଂସ୍ଥା ସାଇମନ ଆଣ୍ଡ୍ ଷ୍କସ୍ଟର ଏହାକୁ ପ୍ରକାଶ କରିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ […] The post ବକୁଳରେ ଉନ୍ମୋଚନ ହେବ ନନ୍ଦିନୀଙ୍କ ଜୀବନୀ appeared first on Dharitri Odia News.
ଭୁବନେଶ୍ୱର,୧୦ା୫(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାର ପ୍ରଥମ ଏବଂ ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉପରେ ଲିଖିତ ଜୀବନୀ (ବାୟୋଗ୍ରାଫି) ‘ନନ୍ଦିନୀ ଶତପଥୀ: ଦ ଆଇରନ୍ ଲେଡି ଅଫ୍ ଓଡ଼ିଶା’ ମେ’ ୧୧ ତାରିଖରେ ସତ୍ୟନଗରସ୍ଥିତ ବକୁଳ ଲାଇବ୍ରେରିରେ ଉନ୍ମୋଚନ ହେବ। ବିଶିଷ୍ଟ ସାମ୍ବାଦିକା ପଲ୍ଲବୀ ରେବପ୍ରଗଡ଼ା ଏହି ପୁସ୍ତକର ଲେଖିକା ହୋଇଥିବାବେଳେ ଅନ୍ତଃରାଷ୍ଟ୍ରୀୟ ପ୍ରକାଶନ ସଂସ୍ଥା ସାଇମନ ଆଣ୍ଡ୍ ଷ୍କସ୍ଟର ଏହାକୁ ପ୍ରକାଶ କରିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ନନ୍ଦିନୀଙ୍କ ଘନିଷ୍ଠତା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ, ଜରୁରିକାଳୀନ ପରିସ୍ଥିତି(ଏମରଜେନ୍ସି) ଲାଗୁକୁ ବିରୋଧ ଏବଂ ବିଶେଷକରି ନନ୍ଦିନୀଙ୍କ ମର୍ଯ୍ୟାଦାପୂର୍ଣ୍ଣ ଜୀବନଶୈଳୀ ସମ୍ପର୍କରେ ପୁସ୍ତକରେ ଉଲ୍ଲେଖ କରାଯାଇଛି। ଜଣେ ଓଡ଼ିଆଙ୍କ ଉପରେ କୌଣସି ଅନ୍ତଃରାଷ୍ଟ୍ରୀୟ ପ୍ରକାଶନ ଦ୍ୱାରା ବାୟୋଗ୍ରାଫି ପ୍ରକାଶ ପାଇବା ବୋଧହୁଏ ଏହା ପ୍ରଥମ। ନନ୍ଦିନୀ କିମ୍ବା ତାଙ୍କ ପରିବାର ସହିତ କୌଣସି ବ୍ୟକ୍ତିଗତ ସମ୍ପର୍କ ନ ଥିବା ଜଣେ ଲେଖିକାଙ୍କ ଦ୍ୱାରା ଏହି ବାୟୋଗ୍ରାଫି ଲେଖାଯାଇଛି। ଲେଖିକା ପଲ୍ଲବୀ ଏକାଧିକ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ପଲ୍ଲବୀ ପୁସ୍ତକ ଉନ୍ମୋଚନ ଅବସରରେ ଉପସ୍ଥିତ ରହି ନନ୍ଦିନୀଙ୍କ ଜୀବନୀ ଲେଖିବା ପାଇଁ ସେ କିପରି ଆଗ୍ରହୀ ହେଲେ ଏବଂ ନନ୍ଦିନୀଙ୍କ ସମ୍ପର୍କରେ ସମସ୍ତେ ଜାଣିବା ଆବଶ୍ୟକ ବୋଲି କାହିଁକି ଅନୁଭବ କଲେ ସେନେଇ ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ କୁମାର ମହାପାତ୍ରଙ୍କ ସହ ଆଲୋଚନା କରିବେ। ଏଥିସହିତ ସେ ପୁସ୍ତକ ମଧ୍ୟରୁ କେତେକ ମୁଖ୍ୟାଂଶ ପଠନ କରିବା ସହିତ ଦର୍ଶକମାନଙ୍କ ସହିତ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଜିତ୍ ମହାପାତ୍ରଙ୍କ କହିବା ହେଲା ନନ୍ଦିନୀ ଶତପଥୀଙ୍କ ଉପରେ ଏତେ ସୁନ୍ଦର ଜୀବନୀ ଲେଖା ହେବା ଜାଣି ସେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି। ନନ୍ଦିନୀଙ୍କ ଉପରେ ସେ ବହୁତ୍ କମ୍ ଜାଣିଥିଲେ। ହେଲେ ତାଙ୍କ ବାୟୋଗ୍ରାଫିରେ ଏତେ ଅଜଣା ତଥ୍ୟ ପ୍ରକାଶ ପାଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହାପାତ୍ର ଆହୁରି କହିଛନ୍ତି, ତାଙ୍କ ବକୁଳ ଲାଇବ୍ରେରୀରେ ରାଜନୈତିକ ବାୟୋଗ୍ରାଫି ଉପରେ ବହୁ ପୁସ୍ତକ ରହିଛି, ହେଲେ ଓଡ଼ିଶାର ଜଣେ ନେତ୍ରୀଙ୍କ ଉପରେ ରଚୟିତ ଏହି ପୁସ୍ତକ ସବୁଠାରୁ ଭଲ ବାୟୋଗ୍ରାଫି ହେବ ବୋଲି ସେ ଭାବୁଛନ୍ତି।
The post ବକୁଳରେ ଉନ୍ମୋଚନ ହେବ ନନ୍ଦିନୀଙ୍କ ଜୀବନୀ appeared first on Dharitri Odia News.