ବଜେଟରେ ଉଚ୍ଛେଦ ହେଲା ଇଣ୍ଡେକ୍ସେସନ ବେନିଫିଟ, ଏବେ ସମ୍ପତ୍ତି ବିକ୍ରିରୁ ଆଉ ମିଳିବନି ପୂର୍ବଭଳି ଲାଭ

ନୂଆଦିଲ୍ଲୀ ୨୪।୭: ପ୍ରପର୍ଟି ବିକ୍ରିରେ ଲାଗୁ ହେଉଥିବା ଇଣ୍ଡେକ୍ସେସନକୁ ସରକାର ୨୦ ପ୍ରତିଶତରୁ ହ୍ରାସ କରି ୧୨.୫ ପ୍ରତିଶତ କରିଦେଇଛନ୍ତି। ହୁଏତ ଏହା ଆପଣଙ୍କୁ ଶୁଣିବାକୁ ଭଲ ଲାଗୁଥାଇପାରେ, ହେଲେ ଏଥି ଯୋଗୁ ପ୍ରପର୍ଟି ବିକ୍ରିରୁ ପୂର୍ବ ଭଳି ମିଳୁଥିବା ଲାଭ ଆଉ ହେବନି। ଅର୍ଥମନ୍ତ୍ରୀ ଚୁପଚାପ ଏହି ଝଟକା ଦେଇଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଘର ବିକ୍ରି ଉପରେ ଲାଗୁ ହେଉଥିବା ଟ୍ୟାକ୍ସକୁ ୨୦ ପ୍ରତିଶତରୁ ହ୍ରାସ କରି ୧୨.୫ ପ୍ରତିଶତ କରିଥିବା ଘୋଷଣା କରିଛନ୍ତି। ତେବେ ଏହା ସହିତ ମିଳୁଥିବା ଇଣ୍ଡେକ୍ସେସନ ବେନିଫିଟକୁ ମଧ୍ୟ ସମାପ୍ତ କରିଦେଇଛନ୍ତି। ଆସନ୍ତୁ ବୁଝିବା ଏହି ଘୋଷଣାର ପୁରା ଗଣିତ। ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ଯୋଗୁ ପ୍ରପର୍ଟି ବିକ୍ରିରୁ ହେଉଥିବା କ୍ୟାପିଟାଲ ଗେନ ନିମନ୍ତେ ଇଣ୍ଡେକ୍ସେସନ ବେନିଫିଟ ବିନା ୧୨.୫ ପ୍ରତିଶତର ନୂଆ ଏଲଟିସିଜି ଟ୍ୟାକ୍ସ ଲାଗୁ ହେବ। ଉଦାହରଣ ରୂପେ ‘ଏକ୍ସ’ ୨୦୦୨-୦୩ ଆର୍ଥିକ ବର୍ଷରେ ଏକ ଘରକୁ ୧୫ଲକ୍ଷ ଟଙ୍କା ମୂଲ୍ୟରେ କିଣିଥିଲେ। ଏବେ ୨୧ ବର୍ଷ ପରେ ୨୦୨୩-୨୪ରେ ସେ ଯେତେବେଳେ ତାଙ୍କ ଘରକୁ ବିକିଲେ ସେଥିରୁ ତାଙ୍କୁ ୬୦ଲକ୍ଷ ଟଙ୍କା ମିଳିଲା। ଏହା ଉପରେ ଆପଣ ପୂର୍ବରୁ ଘରର ମୂଲ୍ୟକୁ ଇନକମ ଟ୍ୟାକ୍ସ ପକ୍ଷରୁ ନୋଟିଫାଇ କରାଯାଇଥିବା କଷ୍ଟ ଇମ୍ଫ୍ଲେସନ ଇଣ୍ଡେକ୍ସ (ସିଆଇଆଇ) ନମ୍ବର ସହିତ ବଢାଇ ପାରୁଥିଲେ। ହେଲେ ଏବେ ଆଉ ଏପରି ହୋଇ ପାରିବନି। ପୂର୍ବରୁ ଇଣ୍ଡେକ୍ସେସନ ସ

ବଜେଟରେ ଉଚ୍ଛେଦ ହେଲା ଇଣ୍ଡେକ୍ସେସନ ବେନିଫିଟ, ଏବେ ସମ୍ପତ୍ତି ବିକ୍ରିରୁ ଆଉ ମିଳିବନି ପୂର୍ବଭଳି ଲାଭ

ନୂଆଦିଲ୍ଲୀ ୨୪।୭: ପ୍ରପର୍ଟି ବିକ୍ରିରେ ଲାଗୁ ହେଉଥିବା ଇଣ୍ଡେକ୍ସେସନକୁ ସରକାର ୨୦ ପ୍ରତିଶତରୁ ହ୍ରାସ କରି ୧୨.୫ ପ୍ରତିଶତ କରିଦେଇଛନ୍ତି। ହୁଏତ ଏହା ଆପଣଙ୍କୁ ଶୁଣିବାକୁ ଭଲ ଲାଗୁଥାଇପାରେ, ହେଲେ ଏଥି ଯୋଗୁ ପ୍ରପର୍ଟି ବିକ୍ରିରୁ ପୂର୍ବ ଭଳି ମିଳୁଥିବା ଲାଭ ଆଉ ହେବନି। ଅର୍ଥମନ୍ତ୍ରୀ ଚୁପଚାପ ଏହି ଝଟକା ଦେଇଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଘର ବିକ୍ରି ଉପରେ ଲାଗୁ ହେଉଥିବା ଟ୍ୟାକ୍ସକୁ ୨୦ ପ୍ରତିଶତରୁ ହ୍ରାସ କରି ୧୨.୫ ପ୍ରତିଶତ କରିଥିବା ଘୋଷଣା କରିଛନ୍ତି। ତେବେ ଏହା ସହିତ ମିଳୁଥିବା ଇଣ୍ଡେକ୍ସେସନ ବେନିଫିଟକୁ ମଧ୍ୟ ସମାପ୍ତ କରିଦେଇଛନ୍ତି। ଆସନ୍ତୁ ବୁଝିବା ଏହି ଘୋଷଣାର ପୁରା ଗଣିତ। 

ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ଯୋଗୁ ପ୍ରପର୍ଟି ବିକ୍ରିରୁ ହେଉଥିବା କ୍ୟାପିଟାଲ ଗେନ ନିମନ୍ତେ ଇଣ୍ଡେକ୍ସେସନ ବେନିଫିଟ ବିନା ୧୨.୫ ପ୍ରତିଶତର ନୂଆ ଏଲଟିସିଜି ଟ୍ୟାକ୍ସ ଲାଗୁ ହେବ। ଉଦାହରଣ ରୂପେ ‘ଏକ୍ସ’ ୨୦୦୨-୦୩ ଆର୍ଥିକ ବର୍ଷରେ ଏକ ଘରକୁ ୧୫ଲକ୍ଷ ଟଙ୍କା ମୂଲ୍ୟରେ କିଣିଥିଲେ। ଏବେ ୨୧ ବର୍ଷ ପରେ ୨୦୨୩-୨୪ରେ ସେ ଯେତେବେଳେ ତାଙ୍କ ଘରକୁ ବିକିଲେ ସେଥିରୁ ତାଙ୍କୁ ୬୦ଲକ୍ଷ ଟଙ୍କା ମିଳିଲା। ଏହା ଉପରେ ଆପଣ ପୂର୍ବରୁ ଘରର ମୂଲ୍ୟକୁ ଇନକମ ଟ୍ୟାକ୍ସ ପକ୍ଷରୁ ନୋଟିଫାଇ କରାଯାଇଥିବା କଷ୍ଟ ଇମ୍ଫ୍ଲେସନ ଇଣ୍ଡେକ୍ସ (ସିଆଇଆଇ) ନମ୍ବର ସହିତ ବଢାଇ ପାରୁଥିଲେ। ହେଲେ ଏବେ ଆଉ ଏପରି ହୋଇ ପାରିବନି। ପୂର୍ବରୁ ଇଣ୍ଡେକ୍ସେସନ ସହିତ ୨୦ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା। ହେଲେ ଏବେ ଇଣ୍ଡେକ୍ସେସନ ବେନିଫିଟ ବିନା ୧୨.୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। 

ପୁରୁଣା ନିୟମ ଅନୁସାରେ ଟ୍ୟାକ୍ସ ଗଣିତ
 ଇଣ୍ଡେକ୍ସେସନ ବେନିଫିଟ ଅନୁସାରେ ଏକ୍ସ ୧୫ ଲକ୍ଷ ଟଙ୍କାର ଘରକୁ ୨୦୨୩-୨୪ରେ ୬୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ। ୨୦୦୨-୦୩ରେ ଯେତେବେଳେ ସେ ଘର କିଣିଲେ ସେ ସମୟରେ ସିଆଇଆଇ ୧୦୫ ଥିଲା। ୨୦୨୩-୨୪ରେ ଏହା ବଢି ୩୪୮ ହୋଇଯାଇଛି। ଏହାର କ୍ୟାପିଟାଲ ଗେନ ବାହାର କରିବା ପାଇଁ ୩୪୮କୁ ୧୦୫ରେ ଭାଗ କରିବାକୁ ହେବ। ଏଥିରୁ ଏହ୍ ୩.୩୧ ଗୁଣା ହେବ ଅର୍ଥାତ ୪୯.୬୫ ଲକ୍ଷ ଟଙ୍କା ହେଲା। ଏହି ହିସାବରେ ୧୦.୩୫ଲକ୍ଷ ଟଙ୍କା ଲାଭ ହେଲା। ପୁରୁଣା ନିୟମ ଅନୁସାରେ ୧୦.୩୫ ଲକ୍ଷର ୨୦ ପ୍ରତିଶତ ୨.୦୭ଲକ୍ଷ ଟଙ୍କା ଟ୍ୟାକ୍ସ ପୈଠ କରିବାକୁ ହେବ। 

ନୂଆ ନିୟମ ଅନୁସାରେ ଟ୍ୟାକ୍ସ ଗଣିତ
 ନୂଆ ନିୟମ ଅନୁସାରେ ଇଣ୍ଡେକ୍ସେସନ ବେନିଫିଟ ବିନା ୧୨.୫ ପ୍ରତିଶତର ଏଲଟିସିଜି ଟ୍ୟାକ୍ସ ପୈଠ କରିବାକୁ ହେବ। ଅର୍ଥାତ ଏକ୍ସ ଯେଉଁ ଘରକୁ ୨୦୦୨-୦୩ରେ ୧୫ଲକ୍ଷ ଟଙ୍କାରେ କିଣିଥିଲେ, ତାକୁ ଏବେ ୨୦୨୩-୨୪ରେ ୬୦ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଏହି ହିସାବରେ ଘର ବିକ୍ରିରୁ ୪୫ ଲକ୍ଷ ଟଙ୍କା (୩୦୦ ପ୍ରତିଶତ) ଲାଭ ହୋଇଛି। ଏବେ ନୂଆ ନିୟମ ଅନୁସାରେ ଏକ୍ସ ଙ୍କୁ ୪୫ ଲକ୍ଷ ଟଙ୍କାର ଲାଭ ଉପରେ ୧୨.୫ ପ୍ରତିଶତ ଶୁଳ୍କ ପୈଠ କରିବାକୁ ପଡିବ, ଯାହା ୫ଲକ୍ଷ ୬୨,୫୦୦ ଟଙ୍କା ହେବ। ଇଣ୍ଡେକ୍ସେସନ ବେନିଫିଟ ମିଳୁ ନଥିବା ବେଳେ ଟ୍ୟାକ୍ସ ବୋଝ ଉପରେ ନଳିତ ବିଡା ହୋଇଛି। କାରଣ ପୂର୍ବ ନିୟମ ଅନୁସାରେ ଏହି ଟ୍ୟାକ୍ସ ୨.୦୭ ପ୍ରତିଶତ ଥିଲା। ସରକାର ଟ୍ୟାକ୍ସ ହ୍ରାସ କରିଛନ୍ତି ସତ ହେଲେ ମୋଟ ଉପରେ ଆପଣଙ୍କୁ ଅଧିକ ଟ୍ୟାକ୍ସ ପୈଠ କରିବାକୁ ପଡୁଛି।