ବଢିଲା ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା, ପୁଣି ଗିରଫ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମାଗିଲେ ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ ୧୪।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଆପ)ର ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଝଟକା। କେନ୍ଦ୍ର ଗୃହମନ୍ତ୍ରାଳୟ ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କ ଗିରଫ ଦାବି କରିଛି। ଗୃହମନ୍ତ୍ରାଳୟ ୧୪ ଫେବୃଆରୀ ଶୁକ୍ରବାର ଆପ ନେତାଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସ୍) ୨୦୨୩ର ଧାରା ୨୧୮ରେ କୋର୍ଟରେ ମକଦ୍ଦମା ଚଳାଇବାକୁ ମଞ୍ଜୁରୀ ନିମନ୍ତେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି। ସୂତ୍ର ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରୁ ପ୍ରାପ୍ତ ସାମଗ୍ରୀ ଆଧାରରେ ଜୈନଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ଲୋଡିଛି। ଇଡିଙ୍କ ଯାଞ୍ଚ ଓ ପର୍ଯ୍ୟାପ୍ତ ପ୍ରମାଣ ଆଧାରରେ ମଞ୍ଜୁରୀ ନିମନ୍ତେ ନିବେଦନ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଥିତ ହାୱଲା କାରବାର ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ମକଦ୍ଦମା ରୁଜୁ କରିଥିଲେ। ୩୦ ମେ ୨୦୨୨ରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆପ ନେତା ଏବେ ଜାମିନରେ ବାହାରକୁ ଆସିଛନ୍ତି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ଏବେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ମନିଲଣ୍ଡ୍ରିଂର ଏହି ମାମଲା ଅଗଷ୍ଟ ୨୦୧୭ର ସେହି ମାମଲା ସହ ସମ୍ପର୍କିତ ଯେଉଁଥିରେ ସିବିଆଇ ଆପ ନେତାଙ୍କ ଉପରେ ଆୟରୁ ଅଧିକ ସମ୍ପତ୍ତି ରଖିଥିବାରୁ ଏତଲା ରୁଜୁ କରିଥିଲା। ଏହା ପରେ ଡିସେମ୍ବର ୨୦୧୮ରେ ସିବିଆଇ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥ

ବଢିଲା ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା, ପୁଣି ଗିରଫ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମାଗିଲେ ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ ୧୪।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଆପ)ର ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଝଟକା। କେନ୍ଦ୍ର ଗୃହମନ୍ତ୍ରାଳୟ ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କ ଗିରଫ ଦାବି କରିଛି। ଗୃହମନ୍ତ୍ରାଳୟ ୧୪ ଫେବୃଆରୀ ଶୁକ୍ରବାର ଆପ ନେତାଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସ୍) ୨୦୨୩ର ଧାରା ୨୧୮ରେ କୋର୍ଟରେ ମକଦ୍ଦମା ଚଳାଇବାକୁ ମଞ୍ଜୁରୀ ନିମନ୍ତେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି। ସୂତ୍ର ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରୁ ପ୍ରାପ୍ତ ସାମଗ୍ରୀ ଆଧାରରେ ଜୈନଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ଲୋଡିଛି। 

ଇଡିଙ୍କ ଯାଞ୍ଚ ଓ ପର୍ଯ୍ୟାପ୍ତ ପ୍ରମାଣ ଆଧାରରେ ମଞ୍ଜୁରୀ ନିମନ୍ତେ ନିବେଦନ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଥିତ ହାୱଲା କାରବାର ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ମକଦ୍ଦମା ରୁଜୁ କରିଥିଲେ। ୩୦ ମେ ୨୦୨୨ରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆପ ନେତା ଏବେ ଜାମିନରେ ବାହାରକୁ ଆସିଛନ୍ତି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ଏବେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। 

ମନିଲଣ୍ଡ୍ରିଂର ଏହି ମାମଲା ଅଗଷ୍ଟ ୨୦୧୭ର ସେହି ମାମଲା ସହ ସମ୍ପର୍କିତ ଯେଉଁଥିରେ ସିବିଆଇ ଆପ ନେତାଙ୍କ ଉପରେ ଆୟରୁ ଅଧିକ ସମ୍ପତ୍ତି ରଖିଥିବାରୁ ଏତଲା ରୁଜୁ କରିଥିଲା। ଏହା ପରେ ଡିସେମ୍ବର ୨୦୧୮ରେ ସିବିଆଇ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ଏଥିରେ ଆପ ନେତାଙ୍କ ମୋଟ ସମ୍ପତ୍ତି ୧.୪୭ କୋଟି ଟଙ୍କାର ଥିଲା, ଯାହା ୨୦୨୫-୧୭ ମଧ୍ୟରେ ଜୈନଙ୍କ ଆୟର ସ୍ରୋତଠାରୁ ୨୧୭ ପ୍ରତିଶତ ଅଧିକ ହୋଇଯାଇଥିଲା ବୋଲି ଦର୍ଶାଇଥିଲେ।