ବଦଳିବ ଟୋଲ୍ ଆଦାୟ ନିୟମ, ଏଣିକି ଆଜୀବନ ଟୋଲ୍ ପାସ୍ ବ୍ୟବସ୍ଥା !
ନୂଆଦିଲ୍ଳୀ: ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ନୂତନ ଟୋଲ୍ ପାସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଯେଉଁଥିରେ ସରକାର ଟୋଲ୍ ଆଦାୟ ନିୟମରେ ବଡ଼ ପରିବର୍ତ୍ତନ ଯୋଜନା କରିଛନ୍ତି। ଏଥିରେ ନୂଆ କରି ବାର୍ଷିକ କିମ୍ବା ଆଜୀବନ ଟୋଲ୍ ପାସ୍ ପାଇଁ ବ୍ୟବସ୍ଥା ହେବ। ଏଥିରେ ବର୍ଷକୁ ୩୦୦୦ ଟଙ୍କା ଏବଂ ୧୫ ବର୍ଷକୁ ୩୦ ହଜାର ଟଙ୍କା ଲାଗିପାରେ। ଯାହା ଉପରେ ଏବେ ଜୋରସୋର୍ରେ ବଚାର ବିମର୍ଶ ଚାଲିଛି। […]

ନୂଆଦିଲ୍ଳୀ: ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ନୂତନ ଟୋଲ୍ ପାସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଯେଉଁଥିରେ ସରକାର ଟୋଲ୍ ଆଦାୟ ନିୟମରେ ବଡ଼ ପରିବର୍ତ୍ତନ ଯୋଜନା କରିଛନ୍ତି। ଏଥିରେ ନୂଆ କରି ବାର୍ଷିକ କିମ୍ବା ଆଜୀବନ ଟୋଲ୍ ପାସ୍ ପାଇଁ ବ୍ୟବସ୍ଥା ହେବ। ଏଥିରେ ବର୍ଷକୁ ୩୦୦୦ ଟଙ୍କା ଏବଂ ୧୫ ବର୍ଷକୁ ୩୦ ହଜାର ଟଙ୍କା ଲାଗିପାରେ। ଯାହା ଉପରେ ଏବେ ଜୋରସୋର୍ରେ ବଚାର ବିମର୍ଶ ଚାଲିଛି। ଏହାପରେ, ପ୍ରତି କିଲୋମିଟର ପିଛା ଟୋଲ୍ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ।
ନୂଆ ବ୍ୟବସ୍ଥାରେ ଗୋଟିଏ ବର୍ଷର ଟୋଲ୍ ପାସ୍ କରିବାକୁ ହେଲେ, ଆପଣଙ୍କୁ ତିନି ହଜାର ଟଙ୍କା ଦେବାକୁ ପଡ଼ିପାରେ। ଏହା ବ୍ୟତୀତ, ୧୫ବର୍ଷ ପାଇଁ ବାର୍ଷିକ ୩୦,୦୦୦ ଟଙ୍କା ଦେବାର ବିକଳ୍ପ ରହିବ। ଥରେ ଆପଣ ଦେୟ ଦେଇସାରିବା ପରେ କୌଣସି ବାଧା ବିନା ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଜାତୀୟ ରାଜପଥରେ ଗାଡ଼ି ଚଳାଇ ପାରିବେ। କେବଳ ଏତିକି ନୁହେଁ, ପାସ୍ଟି ଆପଣଙ୍କ ଫାସଟ୍ୟାଗ୍ ସହ ମଧ୍ୟ ସଂଯୁକ୍ତ ହୋଇଯିବ। ଯାହାଦ୍ବାରା ଆପଣଙ୍କୁ ଯାତ୍ରା ସମୟରେ କୌଣସି ନୂତନ ପାସ୍ କିଣିବାକୁ ପଡ଼ିବ ନାହିଁ। ପ୍ରଚଳିତ ବ୍ୟବସ୍ଥା ବା ବର୍ତ୍ତମାନ କେବଳ ଗୋଟିଏ ମାସର ଟୋଲ୍ ପାସ୍ କରାଯାଇପାରୁଛି। ଏହି ପାସ୍ ମୁଖ୍ୟତଃ ସେହି ଲୋକମାନେ ବ୍ୟବହାର କରନ୍ତି, ଯେଉଁମାନେ ପ୍ରତିଦିନ ଟୋଲ୍ ପ୍ଲାଜା ଦେଇ ଯାତାୟାତ କରିଥା’ନ୍ତି। ଏହାର ମୂଲ୍ୟ ମାସିକ ୩୪୦ ଟଙ୍କା। ଅର୍ଥାତ୍ ଗୋଟିଏ ବର୍ଷ ପାଇଁ ଆପଣଙ୍କୁ ୪୦୮୦ ଟଙ୍କା ଦେବାକୁ ପଡ଼ୁଛି। ସରକାରଙ୍କ ନୂତନ ଯୋଜନାରେ, ୩୦୦୦ ଟଙ୍କାରେ ଗୋଟିଏ ବର୍ଷ ପାଇଁ ଟୋଲ୍ ପାସ୍ ଉପଲବ୍ଧ ହେବ। ଯାହାଦ୍ବାରା ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିବ। ଏହି ପାସ୍ ଇଚ୍ଛାଧୀନ ହେବ। ତଥାପି, ଏହା କୁହାଯାଉଛି ଯେ ବାର୍ଷିକ ଏବଂ ଜୀବନବ୍ୟାପୀ ପାସ୍ର ବିକଳ୍ପ ଏହାର ଶୁଭାରମ୍ଭ ହେବା ଦିନଠାରୁ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିବ।
ନିକଟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେ ଯେ ସରକାର ଲୋକଙ୍କ ସମସ୍ୟା କମ୍ କରିବା ପାଇଁ କାମ କରୁଛନ୍ତି। ସହର ସୀମାରେ ନିର୍ମିତ ଟୋଲ୍ ପ୍ଲାଜା ଯୋଗୁଁ ପ୍ରାୟତଃ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହା ବ୍ୟତୀତ, ଟୋଲ୍ ପ୍ଲାଜାରେ ବଢ଼ୁଥିବା ହିଂସାକୁ ହ୍ରାସ କରିବା ପାଇଁ ସମାଧାନ ଉପରେ ମଧ୍ୟ ବିଚାର କରାଯାଉଛି। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ, ଟୋଲ୍ ପ୍ଲାଜାରେ ବ୍ୟକ୍ତିଗତ ଯାନବାହାନଗୁଡ଼ିକର ଯାତାୟାତ ପ୍ରାୟ ୬୦ ପ୍ରତିଶତ ଥାଏ।